ତୁ ଅଟୁ ଶ୍ରୀକ୍ଷେତ୍ର ରଜା
ଅବିନାଶ ମହାପାତ୍ର
ତୋହରି ଦୁଆରେ ପଡି ରହିଥିଵି
ଡାକୁଥିଵି ମୁହିଁ ତୋତେ……….
ତୋ କାନରେ ଯେଵେ ପଡିବମୋଡାକ
ରଖିବ ମୋ ମାନ ସତେ !(0)
ଜାଣିଛି ଏତିକି ତୁ ପରା ମନୁଆଁ
ଅଟୁ ତୁ ଛପନ ଭୋଗୀ
ତୋ ନାମକୁ ତୁଣ୍ଡେ ଗଣ୍ଠି କରିଛିରେ
ରହିଥିଵୁ ପାଶେ ଲାଗି !(୧)
ତୁ ପରା ଜାଣିଛୁ ମୁହିଁ ଦୀନ ଦୁଃଖୀ
ତୁ ଅଟୁ ଶ୍ରୀକ୍ଷେତ୍ର ରଜା
କେଉଁ ଅପରାଧେ କହରେ କାଳିଆ
ଦେଲୁ ଏତେ ବଡ ସଜା(୨)……
ଚାରିପ୍ରାଣୀ ବନ୍ଧା ମୋ ଭାଗ୍ୟସାଥିରେ
ଦୁଃଖ ନାହିଁ ସେଥି ପାଇଁ
ଦି’ଓଳି ଦି’ମୁଠା ଦାନା ଯୋଗାଇଛୁ !
ଅଛିରେ ଖୁସିରେ ମୁହିଁ (୩)
ଏତିକି ଜାଣିଛି ତୋ ଦୁଆରୁ କେହି
ଶୂନ୍ୟ ହାତେ ଫେରିନାହିଁ
ଭଙ୍ଗା ଥାଳ ଧରି ଆସିଛି ମଣିମା
ଆଉ ହେଳା କର କାହିଁ !(୪)….
ତୁମେ ହେଳାକଲେ ଵୁଡିଵ ମୋ ଭେଳା
ମୋ ସଂସାର ଯିବ ଭାସି
ପିଲା ଛୁଆ ଧରି ତୋ ସିଂହ ଦୁଆରେ
ଠିଆ ହେଵି ପୁଣି ଆସି !(୫)
ଦେଖିଦେଲେ ତୋତେ ପେଟ ପୁରିଯାଏ
ସମ୍ଭାଳି ହୁଏନି କୋହ
ଅଭିମାନ କରି ଏତିକି ମାଗୁଛି
ଆଖିରୁ ଝରାଇ ଲୁହ !(୬)
ତୁହି ମୋର ସାହା ତୁହି ମୋ ଭରଷା
ତୁହି ମୋର ସଖା ବନ୍ଧୁ
ହାତ ପାଦ ମୋର ଚଳୁ ଥିବା ଯାଏ
ସାହା ହେବ କୃପାସିନ୍ଧୁ !(୭)
ବୟାଙ୍ଗଡିହି,ଧାମନଗର,ଭଦ୍ରକ।