ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ତୁ ଅଟୁ ଶ୍ରୀକ୍ଷେତ୍ର ରଜା

ତୁ ଅଟୁ ଶ୍ରୀକ୍ଷେତ୍ର ରଜା

        ଅବିନାଶ ମହାପାତ୍ର

 

ତୋହରି ଦୁଆରେ ପଡି ରହିଥିଵି 

       ଡାକୁଥିଵି ମୁହିଁ ତୋତେ……….     

ତୋ କାନରେ ଯେଵେ ପଡିବମୋଡାକ

     ରଖିବ ମୋ ମାନ ସତେ !(0)              

ଜାଣିଛି ଏତିକି ତୁ ପରା ମନୁଆଁ 

      ଅଟୁ ତୁ ଛପନ ଭୋଗୀ 

ତୋ ନାମକୁ ତୁଣ୍ଡେ ଗଣ୍ଠି କରିଛିରେ 

      ରହିଥିଵୁ ପାଶେ ଲାଗି !(୧)

ତୁ ପରା ଜାଣିଛୁ ମୁହିଁ ଦୀନ ଦୁଃଖୀ 

       ତୁ ଅଟୁ ଶ୍ରୀକ୍ଷେତ୍ର ରଜା 

କେଉଁ ଅପରାଧେ କହରେ କାଳିଆ 

   ଦେଲୁ ଏତେ ବଡ ସଜା(୨)……

ଚାରିପ୍ରାଣୀ ବନ୍ଧା ମୋ ଭାଗ୍ୟସାଥିରେ

        ଦୁଃଖ ନାହିଁ ସେଥି ପାଇଁ  

 ଦି’ଓଳି ଦି’ମୁଠା ଦାନା ଯୋଗାଇଛୁ !

      ଅଛିରେ ଖୁସିରେ ମୁହିଁ (୩)

ଏତିକି ଜାଣିଛି ତୋ ଦୁଆରୁ କେହି 

      ଶୂନ୍ୟ ହାତେ ଫେରିନାହିଁ 

ଭଙ୍ଗା ଥାଳ ଧରି ଆସିଛି ମଣିମା 

     ଆଉ ହେଳା କର କାହିଁ !(୪)…. 

ତୁମେ ହେଳାକଲେ ଵୁଡିଵ ମୋ ଭେଳା

     ମୋ ସଂସାର ଯିବ ଭାସି 

ପିଲା ଛୁଆ ଧରି ତୋ ସିଂହ ଦୁଆରେ 

     ଠିଆ ହେଵି ପୁଣି ଆସି !(୫)

ଦେଖିଦେଲେ ତୋତେ ପେଟ ପୁରିଯାଏ

     ସମ୍ଭାଳି ହୁଏନି କୋହ 

 ଅଭିମାନ କରି ଏତିକି ମାଗୁଛି 

     ଆଖିରୁ ଝରାଇ ଲୁହ !(୬)

ତୁହି ମୋର ସାହା ତୁହି ମୋ ଭରଷା 

      ତୁହି ମୋର ସଖା ବନ୍ଧୁ 

ହାତ ପାଦ ମୋର ଚଳୁ ଥିବା ଯାଏ 

     ସାହା ହେବ କୃପାସିନ୍ଧୁ !(୭)

 

  ବୟାଙ୍ଗଡିହି,ଧାମନଗର,ଭଦ୍ରକ। 

      

Related posts

ସାହିତ୍ୟ ଅଗଣା

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ମାଦକତା

Sunil Chandra Nayak

ଢେଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!