ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର; ବିଭିନ୍ନ ସମସ୍ୟାରେ ଜର୍ଜରିତ,  ସମସ୍ୟା ଅନେକ ସମସ୍ୟାର ସମାଧାନ ଶୂନ, ମାଳ ମାଳ ଯୋଜନା ଯୋଜନା ବାଟବଣା  ଅଞ୍ଚଳବାସୀ ହନ୍ତସନ୍ତ

ଥୁଆମୁଳ ରାମପୁର; ବିଭିନ୍ନ ସମସ୍ୟାରେ ଜର୍ଜରିତ, 
ସମସ୍ୟା ଅନେକ ସମସ୍ୟାର ସମାଧାନ ଶୂନ, ମାଳ ମାଳ ଯୋଜନା ଯୋଜନା ବାଟବଣା  ଅଞ୍ଚଳବାସୀ ହନ୍ତସନ୍ତ

ଥୁଆମୁଳ ରାମପୁର;୦୭/୦୮ – (ମନିସ) ସ୍ବାଧୀନତାର ଦୀର୍ଘ ଦିନ ପରି ମଧ୍ୟ ଆଜିବି ଲୋକମାନେ ସ୍ବାଧୀନତାର ସ୍ବାଦ ଚାଖିପାରିଲେ ନାହିଁ। ବଣ ଜଙ୍ଗଲ ଘେରା ପାହାଡ ପର୍ବତ ଶିଖରରେ ଓ ଜଙ୍ଗଲ ମଧ୍ୟରେ ଦହନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଏମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ, ଗମନାଗମନ କ୍ଷେତ୍ରରେ ବହୁ ପଛରେ, ବିଷୁଦ୍ଧ ପାନୀୟ ଜଳ କହିଲେ ଝରଣାର ଦୁଷୀତ ଜଳକୁ ପାନୀୟ ଭାବରେ ବ୍ଯବହାର କରି ଅଜଣା ରୋଗର ଶୀକାର ହେଉଥିବା ବେଳେ ବେଳେ ଦେଖିବାକୁ ମିଳିଥାଏ। ଗମନାଗମନ ସୁବିଧା ସୁଯୋଗ ନାହିଁ ବୋଲି ଦୁର୍ଗମ ଅଞ୍ଚଳର ଲୋକେ ରୋଗୀ ହେଉଅବା ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୋହିବା ଭଳି ଘଟଣା ନିତିଦିନିଆ ଘଟଣା ପାଲଟିଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବା ଏମାନଙ୍କ ପାଇଁ ସାତସପନ, ଗରିବ ଲୋକମାନେ ରୋଗୀ କିମ୍ବା ଗର୍ଭବତୀ ମହିଳାମାନଙ୍କୁ ସହରରକୁ ଚିକିତ୍ସା ପାଇଁ ନେବାକୁ ପଡିଥାଏ, ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଅର୍ଥ ସାଜେ ବାଧକ, ଏପରିକି କିଛି ଦୁର୍ଘଟଣା ଘଟେ ତେବେ ଉନ୍ନତ ମାନର ଚିକିତ୍ସା ପାଇବାରେ ଏମାନେ ବଞ୍ଚିତ। ସାମାନ୍ୟ ମୃତ୍ୟୁବରଣ କରିଥିବା ମରଶରୀରକୁ ମଧ୍ୟ ବ୍ଯବଛେଦ କରିବାକୁ ହେଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ପରିବାରର ଲୋକେ ଘୁରିବୁଲିବା ଭଳି ଅଭାବନୀୟ ସମସ୍ୟା ରହିଥିଲେ ମଧ୍ୟ ଏଦିଗରେ କୌଣସି ଲୋକଙ୍କର ନିଘା ନାହିଁ। ଅପରପକ୍ଷରେ ସରକାର ଡିଣ୍ତିମପିଟି କହୁଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା ଏହାର ବିକଳ ଚିତ୍ର ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକରେ। ଏହି ବ୍ଳକ ଏକ ଆଦିବାସୀ ବହୁଳ ଅଞ୍ଚଳ ୨୪ ଗୋଟି ଗ୍ରାମପଞ୍ଚାୟତ ନେଇ ଗଠିତ। ଅଧିକାଂଶ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ଯାହାଫଳରେ ସାମାନ୍ୟ ଆମ୍ବୁଲାନ୍ସ ଗାଡି ଟିଏ ଗାଁରେ ପହଞ୍ଚିବା ମୁସ୍କିଲ ହୋଇପଡେ ତେଣୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ପାଇଁ ବାଧ୍ୟ ହେଉଛନ୍ତି, ଏହାଛଡା ଏମାନଙ୍କ ପାଇଁ ବିଷୁଦ୍ଧ ପାନୀୟ ଜଳ ସମସ୍ୟା ଲାଗିରହିଛି, ଲୋକେ ଝରଣା ଜଳକୁ ପାନୀୟ ଭାବରେ ବ୍ଯବହାର କରୁଥିବା ନଜିର ରହିଛି, ସ୍ବାସ୍ଥ୍ୟ ସେବାରେ ମଧ୍ୟ ସେହି ଅବସ୍ଥା ଶବ ବ୍ଯବଛେଦ ପାଇଁ କୌଣସି ସୁବ୍ଯବସ୍ଥା ଏପର୍ଯ୍ୟନ୍ତ କରାଯାଇନାହିଁ। ଏମିତିକି ବେଳେ ବେଳେ ଶବ ବ୍ଯବଛେଦ ପାଇଁ ଏ ଡାକ୍ତରଖାନରୁ ସେ ଡାକ୍ତରଖାନାକୁ ଲୋକଙ୍କୁ ଶବ ଧରି ଘୁରିବୁଲିବାକୁ ପଡିଥାଏ। ସେହିଭଳି ଅନେକ ଗାଁରେ ବିଦ୍ଯୁତ ଆଲୋକ ପହଞ୍ଚି ପାରିନାହିଁ, ଡିଜିଟାଲ ଯୁଗରେ ମଧ୍ୟ ଲୋକମାନେ ନେଟୱର୍କ ଭଳି ସମସ୍ୟା ଭୋଗିବାକୁ ପଡୁଛି। କୌଣସି ଜରୁରୀକାଳୀନ କାମ ପଡେ ତେବେ ପାହାଡ ପର୍ବତ ଶିଖର କିମ୍ବା ଗଛ ଉପରେ ଚଢି ନେଟୱର୍କ ଅନ୍ବେଷଣ କରି ଫୋନ ଯୋଗେ ଯୋଗାଯୋଗ କରିବା ଭଳି ଘଟଣା ଏହି ବ୍ଳକ ଅଧିନ ଥିବା ଅଞ୍ଚଳରେ ରହିଛି। ଶିକ୍ଷା ବ୍ଯବସ୍ଥା ରେ ତଦନୁରୂପ କେଉଁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତୋ କେଉଁଠି ଛାତ୍ରଛାତ୍ରୀ ଅଭାବ, ବିଦ୍ୟାଳୟ ରହିଛି ହେଲେ ଭିର୍ତ୍ତିଭୂମିର ଘୋର ଅଭାବ, ବିଦ୍ୟାଳୟ ମାନଙ୍କରେ ସୁରକ୍ଷା ବାଡ, ପାନୀୟ ଜଳ ସମସ୍ୟା, କିନ୍ତୁ ସରକାର ନିଜର ପଡିଆରୀ ବଞ୍ଚାଇବା ପାଇଁ ଲୋକଙ୍କୁ ବିଭିନ୍ନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଆଶ୍ବାସନ ଦେବା ବିଷୟ ଠିକ କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ଶୂନ ରହିଥିବା ସମୀକ୍ଷାରୁ ଜଣାପଡେ। ଏପରିପ୍ରେକ୍ଷିରେ ସ୍ଥାନୀୟ ଜନପ୍ରତିନିଧିଙ୍କର କର୍ତ୍ତବ୍ୟ ଏହି ଗରିବ ଲୋକଙ୍କୁ ସହାୟକ ହେବା ବଦଳରେ ସେମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଅଞ୍ଚଳର ବିକାଶ ସମ୍ଭବ ହୋଇପାରୁନାହିଁ ବୋଲି ଲୋକଙ୍କ ମତ ପ୍ରକାଶ ପାଉଥିବା ଜଣାପଡିଛି। ଏପରିକି ଗରିବ ଯୋଜନା ଧନୀଙ୍କୁ ଲାଭ ବୋଲି ଚର୍ଚ୍ଚା ହେଉଛି। ତେବେ ଥୁଆମୁଳ ରାମପୁର ବ୍ଳକର ବିକାଶ ପାଇଁ ଆଉ କେତେ ବର୍ଷ ଲାଗିବ ସେନେଇ ଆଶଙ୍କା ପ୍ରକାଶ ପାଉଛି, ଆଗକୁ ଦେଖିବାକୁ ବାକି ରହିଲା ଯୋଜନାର ଅଞ୍ଚଳବାସୀ କେତେ ସୁଫଳ ପାଇବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭୌତିକ ଚିକିତ୍ସାରେ ବୋଡ଼େନ ବ୍ଲକ ର ପ୍ରଥମ କୃତିତ୍ୱ ଅର୍ଜନ କଲେ ସଚିନ ବେହେରା

Sunil Chandra Nayak

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

masiha

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

masiha

Leave a Comment

error: Content is protected !!