ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ
“ସମ୍ମାନ,ଉତ୍କର୍ଷତା,ମାନବୀୟ ଗୁଣର ମହାନତା,ସମସ୍ତଙ୍କ
ସହଯୋଗ,ପ୍ରଚେଷ୍ଟା ଓ ନିଷ୍ଠା ରହିଲେ ସଫଳତା ସମ୍ଭବ”
-ଡା.ଦେବୀ ପ୍ରସାଦ ମିଶ୍ର,
ଢେଙ୍କାନାଳ : ତା.୦୬.୦୮.୨୦୨୬ ରିଖ :(ମ ନି ସ ): ନିକଟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା),ଭୁବନେଶ୍ୱର,ଖୋର୍ଦ୍ଧା କାର୍ଯ୍ୟାଳୟଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରଧାନଶିକ୍ଷକ ଇତିଶ କୁମାର ବରାଳଙ୍କ ସଭାପତିତ୍ବରେ,ପର୍ଯ୍ୟବେକ୍ଷକ ଭାବରେ ଗୋପାଳ ସାଗର କ୍ଲଷ୍ଟର୍ ସି ଆର୍ ପ୍ରଭାତୀ ବେହେରାଙ୍କ ଉପସ୍ଥିତିରେ,ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି ଓ ଦୁଇଟି ଉପକମିଟି ବିଦ୍ୟାଳୟ ବିଲ୍ଡିଂ କମିଟି ଓ ବିଦ୍ୟାଳୟ ଏକାଡେମିକ କମିଟି ଗଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଏକାଡେମିକ କୋର୍ଡିନେଟର୍ ତଥା ଶତାୟୁ ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଅବସର ପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଏକାଡେମିକ କମିଟିର ବରେଣ୍ୟ ସଦସ୍ୟ ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ “ସମ୍ମାନ,ଉତ୍କର୍ଷତା, ମାନବୀୟ ଗୁଣର ମହାନତା,ସମସ୍ତଙ୍କ ସହଯୋଗ,ପ୍ରଚେଷ୍ଟା ଓ ନିଷ୍ଠା ରହିଲେ ସଫଳତା ସମ୍ଭବ” ବୋଲି ଦୃଢ଼ ମତପୋଷଣ କରିଥିଲେ।ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଭାବରେ ପୁଷ୍ପାଞ୍ଜଳି ବେହେରା,ଅମିତା ସାହୁ ଉପସଭାପତି, ଢେଙ୍କାନାଳ ପୌରପାଳିକାର ୨୨ ନମ୍ବର ୱାର୍ଡର କାଉନସିଲର ସୁମିତ୍ରା ମଲ୍ଲିକ ସଦସ୍ୟ ପଦାଧିକାରୀ,ବରିଷ୍ଠତମ ଶିକ୍ଷୟିତ୍ରୀ ବନିତା ସାହୁ ଓ ସମ୍ପାଦକ ଭାବରେ ଏଲ୍.ଏମ୍.ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ,ଶ୍ରୀ ବଳରାମ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ସରିତା ସିଂ ସାମନ୍ତ,ଇଂଜିନିୟର ବିଶିକେଶନ ପରିଡ଼ା,ଗୋପାଳ ସାଗର କ୍ଲଷ୍ଟର୍ ସି ଆର୍ ସିସି ପ୍ରଭାତୀ ବେହେରାଙ୍କ ସମେତ ମୋଟ୍ ୩୬ ଜଣ ସର୍ବସମ୍ମତି କ୍ରମେ ବିଭିନ୍ନ କମିଟିରେ ଦାୟିତ୍ୱ ଗ୍ରହଣ କରି ଶପଥପାଠ କରିଥିଲେ।ଏହି ସଭାରେ ପ୍ରଧାନ ଶିକ୍ଷକ ସଭାପତିତ୍ୱ କରି ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନବଗଠିତ ସମସ୍ତ କମିଟିର ସଭାପତି,ଉପସଭାପତି,ସମସ୍ତ ସଭ୍ୟା,ସଭ୍ୟମାନଙ୍କୁ ଉଦ୍ ବୋଧନ ପ୍ରଦାନ କରି ଏହି ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ମିଳିତ ଭାବରେ ନିରବଚ୍ଛିନ୍ନ ଚେଷ୍ଟା ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ବରିଷ୍ଠତମ ଶିକ୍ଷୟିତ୍ରୀ ବନିତା ସାହୁ ସଭାର ଉଦ୍ଦେଶ୍ୟଜ୍ଞାପନ,କମିଟି ଗଠନର ସମସ୍ତ ନିୟମାବଳୀ ଓ ଏହାର ଗୁରୁତ୍ୱ ସବୁକୁ ପଠନ କରି ବୁଝାଇ ଥିଲେ।ଅନ୍ୟ ସଭ୍ୟା,ସଭ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଦେହୁରୀ,ଅଶୋକ କୁମାର ମଲ୍ଲିକ,ଅଜୟ କୁମାର ସାହୁ,ସୁଭଦ୍ରା ମଲ୍ଲିକ,ସରୋଜ ସାହୁ,ସୁଜାତା ମଲ୍ଲିକ,ରଞ୍ଜନ ମଲ୍ଲିକ,ଗୀତାଞ୍ଜଳି ସାହୁ, ମଧୁସ୍ମିତା ସାହୁ,ରୀନା ସାହୁ,ସରୋଜିନୀ ନାଥ,ଅନସୂୟା ଦାସ, ସୁଷମା ସାହୁ,ସୁମିତ୍ରା ମଲ୍ଲିକ,ଅଙ୍ଗନବାଡ଼ି କର୍ମୀ ପିଙ୍କି ପାତ୍ର,ଆଶାକର୍ମୀ ଶିଲା ଦାସ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ଦ୍ୱନ୍ଦରେ ନିର୍ବାଚିତ ଓ ମନୋନୀତ ହୋଇଥିଲେ।ସଭା ପ୍ରାରମ୍ଭରେ ଅତିଥିଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ଅନ୍ୟାନ୍ୟ ବିଭିନ୍ନ ବିଷୟ ପଢ଼ାଉଥିବା ଶିକ୍ଷୟିତ୍ରୀ,ଶିକ୍ଷକ ଏହିପରି ମୋଟ ଶତାଧିକ ପିତାମାତା,ଅଭିଭାବିକା,ଅଭିଭାବକ ଶିକ୍ଷୟିତ୍ରୀ, ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ବନିତା ସାହୁ, ସଙ୍ଗୀତା ସାହୁ,ନର୍ମଦା ଗଡ଼ନାୟକ,ଜସ୍ମିନ୍ ରାଉତ,ନିବେଦିତା ପାତ୍ର,ସବିତା ସ୍ୱାଇଁ,ନିଲୁଫେର୍ ଜାବିନ୍,ରଶ୍ମିରାଣୀ ଶତପଥୀ, ସୁବ୍ରତ କୁମାର ମିଶ୍ର,କାର୍ଯ୍ୟାଳୟ ସହାୟକ ପ୍ରଶାନ୍ତ ସାହୁ, କଳ୍ପନା ପଣ୍ଡା,ଦୀପିକା ତ୍ରିପାଠୀ,ପ୍ରଜ୍ଞା ପାରମିତା ସାହୁ, ମଞ୍ଜୁବାଳା ବାରିକଙ୍କ ସମେତ ଅନ୍ୟ ସମସ୍ତ ସହଯୋଗୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମର ସଫଳତାରେ ନିଜର ସହଯୋଗ ପ୍ରଦାନ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାମା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

