ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ଼ ଅଞ୍ଚଳରେ ଦୁଃଖଦ ଘଟଣା: ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ ଦୁଇ ଶିଶୁଙ୍କୁ ନେଇ ଘର ବାହାରେ ମହିଳା, ସହାୟତାର ହାତ ବଢ଼ାଇଲା ରାମଦୋଳି ୟୂଥ୍ ପାଓ୍ବାର ଆସୋସିଏସନ୍

ବାଦାମପାହାଡ଼ ଅଞ୍ଚଳରେ ଦୁଃଖଦ ଘଟଣା: ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ

ଦୁଇ ଶିଶୁଙ୍କୁ ନେଇ ଘର ବାହାରେ ମହିଳା, ସହାୟତାର ହାତ ବଢ଼ାଇଲା ରାମଦୋଳି ୟୂଥ୍ ପାଓ୍ବାର ଆସୋସିଏସନ୍ 

ରାଇରଙ୍ଗପୁର – ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଡାଦର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ, ଜଣେ ଯୁବକ ପ୍ରେମ ବିବାହ କରି ନିଜ ସ୍ତ୍ରୀଙ୍କୁ ଘରକୁ ଆଣିଥିଲେ। ଅଭିଯୋଗ ଅନୁସାରେ, ପରିବାରର କିଛି ସଦସ୍ୟ ସେହି ମହିଳାଙ୍କୁ ଘରେ ପ୍ରବେଶ କରିବାକୁ ଦେଉନାହାନ୍ତି। ଫଳରେ ସେ ନିଜର ଦୁଇ ଶିଶୁପୁଅଙ୍କୁ ନେଇ ଘର ବାହାରେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ରହୁଥିବା କୁହାଯାଉଛି।

ଅନ୍ୟପଟେ, ତାଙ୍କ ସ୍ୱାମୀ କାମ ପାଇଁ ବାହାରକୁ ଯାଇଥିବା ବେଳେ ବହୁଦିନ ଧରି ଘରକୁ ଫେରିନଥିବା ଅଭିଯୋଗ ମଧ୍ୟ ହୋଇଛି।

ଗ୍ରାମବାସୀମାନେ ଏହି ଘଟଣା ସମ୍ପର୍କରେ ବାଦାମପାହାଡ଼ ଥାନାରେ ଅଭିଯୋଗ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିବା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଖବର ପାଇ Ramdoli Youth Power Association-ର Founder ଙ୍କ ନିର୍ଦ୍ଦେଶକ୍ରମେ ସଂଗଠନର ଏକ ଟିମ୍ ପୀଡ଼ିତ ମହିଳାଙ୍କ ପାଖରେ ପହଞ୍ଚି ଚାଉଳ, ଡାଲି, ଲୁଣ, ମୁଢ଼ି, ମଶାଧୂପ, ବିସ୍କୁଟ ଓ ସାବୁନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପୀଡ଼ିତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବା ସହ ପ୍ରଶାସନ ଓ ସରକାର ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ। ଏଥିପାଇଁ ସଂଗଠନ ପକ୍ଷରୁ ଆବଶ୍ୟକ ସହଯୋଗ ଓ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

Sunil Chandra Nayak

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ଖାନ୍ନା ଙ୍କୁ ସମର୍ପିତ

Sunil Chandra Nayak

ଡାଲଗୁମା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!