ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ 

ଢେଙ୍କାନାଳ-।ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଜ୍ଞାପିତ ଅଂଚଳ ପରିଷଦ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଗଁଦିଆ ରେ ଏକ ଅଭାବନୀୟ ଘଟଣା ଘଟିଛି ଶ୍ରେଣୀ ଗୃହରେ ବସିଥିବା ସମୟରେ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହୋଉଥିଲେ ଘଟଣାରୁ ଜଣାଯାଏ ଯେ ଉକ୍ତ ବିଦ୍ୟାଳୟଟି ବହୁତ ପୁରୁଣା ଅଟେ ୧୯୬୨ ମସିହାରେ ଏହା ସ୍ଥାପିତ ସ୍କୁଲ ରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରାଯାଏ ବର୍ତ୍ତମାନ ଉକ୍ତ ବିଦ୍ୟାଳୟର ମୋଟ ଛାତ୍ରୀ /ଛାତ୍ର ସଂଖ୍ୟା ୪୨୦ l ସମୁଦାୟ ୧୪ଗୋଟି ଗୃହ ଥିବା ସ୍ଥଳେ କେବଳ ୫ଟି ଗୃହରେ ଶିକ୍ଷାଦାନ କରାଯାଏ ଅବଶିଷ୍ଟ ଗୃହ ଗୁଡିକ ଅନ୍ୟାନ କାର୍ଯ୍ୟରେ ବ୍ୟବହାର ହୋଇଥାଏ l ଶ୍ରେଣୀ ଗୃହ ଗୁଡିକ ଛୋଟ ଥିବାରୁ ୩୦ ରୁ ୪୦ଜଣ ପିଲା ବସି ପଢ଼ିପାରିବେ କିନ୍ତୁ ଚଳିତ ବର୍ଷ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ସମୁଦାୟ 88ଜଣ ପିଲା ନାମ ଲେଖାଇଛନ୍ତି ଆଜି ଉକ୍ତ ଶ୍ରେଣୀରେ ଶିକ୍ଷାଦାନ ସମୟରେ ୭୨ଜଣ ଛାତ୍ରୀ ଓ ଛାତ୍ର ଉପସ୍ଥିତ ରହିଥିଲେ ଅଧିକ ପିଲା ହେବାରୁ ଭେଣ୍ଟିଲେସନ ଠିକ ଭାବରେ ନହେବା ଦ୍ୱାରା କିଛି ଛାତ୍ରୀ ଅଣନିଶ୍ୱାସୀ ହୋଇ ଥିଲେ ଓ ସେମାନଂକୁ ତୁରନ୍ତ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ୬ଜଣ ଛାତ୍ରୀ ଙ୍କୁ ପଠାଇଥିଲେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଅପରାହ୍ନ ୨ଟା ପରେ ସେମାନଙ୍କୁ ଘରକୁ ପଠାଯାଇଥିଲା ଚଳିତ ବର୍ଷ ଏହି ଘଟଣା ନୂଆ ନୁହେଁ ଏହା ପୂର୍ବରୁ ମଧ୍ୟ ଏପରି ଦୁଇ ଥର ଏପରି ଘଟଣା ଘଟିଥିବାର ଜଣାଯାଏ l ଉକ୍ତ ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଓଝା କୁହନ୍ତି ଏହା ଏକ ସମ୍ପୂର୍ଣ ସରକାରୀ ବିଦ୍ୟାଳୟ ଅଟେ ଉକ୍ତ ଅନୁଷ୍ଠାନରେ ନାମ ଲେଖେଇବା ପାଇଁ କୌଣସି ଅଭିଭାବକ କୁ ମନା କରି ପାରିବୁ ନାହିଁ,କିଛି ଅଭିଭାବକ ଉପର ଲେବୁଲ ଆଳ ଦେଖାଇ ସେମାନଙ୍କ ପିଲାଙ୍କର ନାମ ଲେଖନ୍ତି ପିଲା ସଂଖ୍ୟା କୁ ଦୃଷ୍ଟିରେ ରଖି ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହ ବଢାଇବା ପାଇଁ ଉଚ୍ଚ କତୃପକ୍ଷ ଙ୍କ ଠାରେ ବାରମ୍ବାର ଦାବି ହୋଇଛି କିନ୍ତୁ ଆଜି ସୁଦ୍ଧା ତାହା ଫଳବତୀ ହୋଇପାରିନାହିଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି l ଏହି ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ତହସିଲଦାର ଙ୍କୁ ଜଣାଇଥିଲେ, ଖବର ପାଇ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ, ଏହି ଘଟଣା ସମ୍ପର୍କରେ ସେ କୁହନ୍ତି ପ୍ରକୃତରେ ଉକ୍ତ ବିଦ୍ୟାଳୟରେ ପିଲା ଙ୍କର ସଂଖ୍ୟା ଦୃଷ୍ଟିରୁ ଶ୍ରେଣୀ ଗୃହର ଅଭାବ ରହିଛି ଗୋଟିଏ ଶ୍ରେଣୀ ଗୃହରେ ଏକା କାଳୀନ ବହୁତ ପିଲା ବସିବା ଫଳରେ ଏପରି ପରିସ୍ଥିତି ଘଟିବା ସ୍ୱାଭାବିକ ଅଟେ l ବର୍ତମାନ ଲୋକଙ୍କ ସରକାରରେ ଶିକ୍ଷା କ୍ଷେତ୍ରରେ ଅଟେ ଅବ୍ୟବସ୍ଥା କାହିଁକି ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କାହିଁକି ଏଠାରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହୋଇପାରୁନାହିଁ ବୋଲି କିଛି ଅଭିଭାବକ ମାନେ ମତ ବ୍ୟକ୍ତ କରିଛନ୍ତି l

ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ

ଢେଙ୍କାନାଳ- ପଶ୍ଚିମ ବଙ୍ଗଳା ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ ୱାର୍ଲ୍ଡ ପବ୍ଲିକ ସ୍କୁଲ ଠାରେ ସିବିଏସଇ ଜୋନାଲ ସ୍କୁଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ବର୍ଷ ଓ ୧୭ ବର୍ଷରୁ କମ ବିଭାଗରେ ବିଭିନ୍ନ ଓଜନ ବର୍ଗରେ ଭାଗ ନେଇ ବାଳକ ବିଭାଗରେ ୬୮-୭୩ କେଜିରେ ବିଶ୍ୱରଂଜନ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଢେଙ୍କାନାଳ ପାଇଁ ଗର୍ବ ଗୌରବ ଆଣିଛନ୍ତି । ସେହିପରି ବାଳିକା ବିଭାଗରେ ୬୮ କେଜିରୁ ଉର୍ଦ୍ଧ୍ବ ବର୍ଗରେ ଅମ୍ରିତା ସାହୁ ରୌପ୍ୟ ଏବଂ ୫୯-୬୩ କେଜି ବର୍ଗରେ ଶୁଭଶ୍ରୀ ପ୍ରିୟଦର୍ଶିନୀ ରାଉତ କାଂସ୍ୟ ପଦକ ହାସଲ କରିଛନ୍ତି । ଗତକାଲି ଅପରାହ୍ନରେ ସମସ୍ତ କୃତି କ୍ରୀଡ଼ାବିତଙ୍କୁ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, କୋଚ ଶ୍ରୀ ସୌମ୍ୟବ୍ରତ ସାହୁ ଏବଂ ଗାୟତ୍ରୀ ମିଶ୍ର ଉପସ୍ଥିତ ରହିଥିଲେ । ସୂଚନାଥାଉକି ଯେ ଏହି ପ୍ରତିଯୋଗିତା ଚଳିତ ମାସ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦ଟି ରାଜ୍ୟର ପ୍ରାୟ ୨୦୦ ବିଦ୍ୟାଳୟର ୧୩୮୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

କବାଟ ତାଡି ତିନୋଟି ଦୋକାନ ରୁ ଲୁଟ 

କାମାକ୍ଷାନଗର – କାମାକ୍ଷାନଗର ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ରେ ଥିବା ଜିରିଡ଼ାମାଳି ବଜାର ରୁ ଲୁଟ l ବିଳମ୍ବିତ ରାତିରେ କବାଟ ତାଡି ବିଭିନ୍ନ ଗ୍ରୋସରୀ ସାମଗ୍ରୀ ଲୁଟିନେଲେ ଦୁର୍ବୁତ୍ତ l ଗତକାଲି ବିଳମ୍ବିତ ରାତିରେ ଜିରିଡ଼ାମାଳି ଛକ ରେ ଥିବା ଗ୍ରୋସରୀ ଦୋକାନ, ପାନଦୋକାନ ର କବାଟ ତାଡି ଲୁଟ ହୋଇଛି l ଗ୍ରୋସରୀ ଦୋକାନ ରୁ ଆନୁମାନିକ ପନ୍ଦର ହଜାର ଟଙ୍କା ର ବିଭିନ୍ନ କମ୍ପାନୀ ର ସୋରିଷ ତେଲ, ସାବୁନ, ବିସ୍କୁଟ, ମିକଶ୍ଚର ପ୍ରଭୂତି ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୁତ୍ତ l ସେହିପରି ନିକଟରେ ଥିବା ପାନ ଦୋକାନ ରୁ ଦାମୀ ସିଗାରେଟ, ପାନମସଲା ଲୁଟ ହୋଇଛି l ଯାହାର ଆନୁମାନିକ ମୂଲ୍ୟ କୋଡିଏ ହଜାର ଟଙ୍କା ହୋଇଥିବା ନେଇ ସୂଚନା ମିଳିଛି l ତେବେ ଜିରିଡ଼ାମାଳି ବଜାର ରେ ପୂର୍ବରୁ ପୋଲିସ ତରଫରୁ ହୋମଗାର୍ଡ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗତ ତିନିମାସ ହେବ ହୋମଗାର୍ଡ ଙ୍କୁ ଡିୟୁଟି ଦିଆଯାଉନାହିଁ l ଫଳରେ ଚୋରମାନେ ବିଭିନ୍ନ ଦୋକାନ ରୁ ଲୁଟ କରିବାକୁ ସକ୍ଷମ ହେଉଥିବା ନେଇ ସ୍ଥାନୀୟ ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି

ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ

ଢେଙ୍କାନାଳ – ପୂର୍ବତନ ସାଂସଦ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମହେଶ ସାହୁଙ୍କ ଆହ୍ୱାନକ୍ରମେ ଢେଙ୍କାନାଳ ଜିଲ୍ଲାହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଓଡ଼ାପଡ଼ା ବ୍ଲକର ଗଦାଶିଳା ଗ୍ରାମପଞ୍ଚାୟତର କଲ୍ୟାଣି ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ଲକ ସଭାପତି ଜତିନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବରେ ଓଡିଶା ତଥା ଢେଙ୍କାନାଳ,ହିନ୍ଦୋଳ ବିଧାନସଭା କ୍ଷେତ୍ରର ଜଣାଶୁଣା ବରିଷ୍ଠ ବିଜେଡି ନେତା ପୂର୍ବତନ ସାସଂଦ ମହେଶ ସାହୁ ଯୋଗଦେଇ ବିଜୁଜନତାଦଳ କୁ କିପରି ତୃଣମୂଳ ସ୍ତରରେ ସୁଦୃଢ କରାଯିବ କର୍ମୀମାନଙ୍କୁ କର୍ଣ୍ଣମନ୍ତ୍ର ଦେଇଥିଲେ। ଏଥିସହ ରାଜ୍ୟରେ ସବୁ କ୍ଷେତ୍ରରେ ଅପାରଗତା ପାଇଁ କୁଖ୍ୟାତଅର୍ଜନ କରିଥିବା ରାଜ୍ୟ ବିଜେପି ସରକାର କୁ ତୀବ୍ର ସମାଲୋଚନା କରି ରଙ୍ଗମରିବା, ମିଛ ଉର୍ନ୍ନତିର ବାହୋସ୍ପଟ ମରିବା ବନ୍ଦ କରନ୍ତୁ ଫେଲମରା ଡବଲଇଂଜିନ ସରକାର ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିବାସହ ଜନସାଧାରଣଙ୍କ ହକପାଇଁ ଲଢେଇ ପ୍ରତିବାଦ ଜୋରଦାର କରାଯିବବୋଲି ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦିପ୍ ସଡଙ୍ଗୀ, ଛାତ୍ର ଜିଲ୍ଲା ସଭାପତି ଆରିୟନ ଦାଶ, ହିନ୍ଦୋଳ ବ୍ଲକ ସଭାପତି ଦେବୀପ୍ରସାଦ ପଟ୍ଟନାୟକ.୩ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ରାଜକିଶୋର ରାଉତ, ଓଡାପଡା ମହିଳା ସଭାନେତ୍ରୀ ବବିତା ପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ପ୍ରତାପ କୁମାର ସାହୁ ଅଭିରାମ ଦଳେଇ, ସୌମ୍ୟରଞ୍ଜନ ଧିର, ବାମଦେବ ପରିଡା , ଶ୍ରୀଧର କରଣ, ଅନନ୍ତ କୁମାର ନନ୍ଦ ଏବଂ ବହୁ ସଂଖ୍ୟାରେ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହିଥିଲେ । ପଞ୍ଚୟତ ସ୍ତରରେ ଆଗାମୀ ନିର୍ବାଚନରେ କିଭଳି ବହୁଳ ସଂଖାରେ ବିଜୟ ଲାଭ କରିବ ସେଥିପ୍ରତି ଦଳତରଫରୁ ବାର୍ତ୍ତା ଦିଆଯାଇଥିଲା ଏବଂ କିପରି ସବୁ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ଦୂର କରିହେବ ସେଥିପାଇଁ ସଭାପତି ଆହ୍ୱାନ ଦେଇଥିଲେ ।

ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ 

ଢେଙ୍କାନାଳ – ଢେଙ୍କାନାଳ ସଦର ଥାନା ଭାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମ ନିକଟ ବାରି ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଖବରକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ଭାପୁର ଗ୍ରାମର ରଞ୍ଜନ ଖଟୁଆ (୩୮) ପ୍ରତିଦିନ ପରି ଆଜି ମଧ୍ୟ ଗ୍ରାମ ନିକଟ ବାରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ଘରଲୋକ ଖୋଜାଖୋଜି ପରେ ପୋଖରୀରେ ଭାସୁଥିବାର ଦେଖି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଭାପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

ଢେଙ୍କାନାଳ-  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏବେ ରୋଗୀ ଙ୍କ ସୁବିଧା ପାଇଁ ଡାକ୍ତର ଅଭାବ ଦେଖିବାକୁ ମିଳୁଛି l ପୂର୍ଵ ବିଜୁ ଜନତା ଦଳ ସରକାରରେ ଥିବାବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ଠାରେ ଡାକ୍ତର ଅଭାବକୁନେଇ ଭାରତୀୟ ଜନତା ପାର୍ଟି ଅନେକଥର ଆନ୍ଦୋଳନ କରିଥିଲା l ଭଗବାନଙ୍କ କୃପା ଓ ଭୋଟର ମାନଙ୍କ ଆର୍ଶୀବାଦରୁ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସି ଦୁଇ ବର୍ଷରୁ ଅଧିକ ରାଜ୍ୟରେ ଶାସନ କଲାଣି l ନିକଟରେ ମୁଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଦେଖିବାକୁ ପାଇଲି ବିଜୁ ଜନତା ଦଳ ସରକାର ସମୟରେ ଡାକ୍ତର ଅଭାବ ଦେଖାଯାଉଥିବାବେଳେ ଏବେ ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି ଦେଖାଯାଉଛି l ଅଧିକାଂଶ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି l ଯାହାଫଳରେ ପ୍ରତ୍ୟେକ ଦିନ ଡାକ୍ତରଖାନାକୁ ଆସୁଥିବା ଶହଶହ ରୋଗୀଙ୍କୁ ମାତ୍ର ତିନି ଚାରି ଜଣ ଡାକ୍ତର ଦେଖୁଥିବାରୁ ରୋଗୀ ମାନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଛି l ବୁଢ଼ା ବୁଢୀ ଓ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର କିମ୍ବା ପ୍ରାଥମିକତାଦେଇ ଦେଖିବା ବ୍ୟବସ୍ଥା ନଥିବାରୁ ସେମାନେ ମଧ୍ୟ ବାଧ୍ୟ୍ୟ ହୋଇ ଧାଡ଼ିରେ ସାମିଲ ହେବାକୁ ପଡୁଛି l ସ୍ୱାସ୍ଥ୍ୟ ସେବାପାଇଁ ପ୍ରାଥମିକତା ଦେଇ ଯେଭଳି କାମ କରିବାକଥା ଏ ଡବଲ ଇଞ୍ଜିନ ସରକାରରେ ଦେଖିବାକୁ ମିଳୁନି l ଦୁଇବର୍ଷ ହେଲା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆମ ବିଧାୟକ ତଥା ମନ୍ତ୍ରୀ ଢେଙ୍କାନାଳରେ ମେଡିକାଲ କଲେଜ ହେବ ଢେଙ୍କାନାଳ ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଆୟୁର୍ବେଦିକ ଡାକ୍ତରଖାନା ହେବ ବୋଲି କହିଚାଲିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି କାମ ଆରମ୍ଭ ହୋଇନି l ଆଶା କରୁଛୁ ୨୦୨୯ନିର୍ବାଚନ ପୂର୍ବରୁ ମେଡିକାଲ କଲେଜ ଓ ଆୟୁର୍ବେଦିକ ଡାକ୍ତରଖାନା ସମ୍ପୂର୍ଣ ଭିତ୍ତିଭୂମି ସହିତ ଖୋଲି ସାରିଥିବ l ବର୍ତ୍ତମାନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ଡାକ୍ତର ମରୁଡ଼ିକୁ ସୁଧାରିବାପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ବିଶେଷଜ୍ଞ ଡାକ୍ତର ନିଯୁକ୍ତିକରି ଜନସାଧାରଣଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଦେବା କାର୍ଯ୍ୟ କରନ୍ତୁ ବୋଲି ବରିଷ୍ଠ ଆଇନଜୀବୀ ତଥା ଢେଙ୍କାନାଳ ମୁନିସିପାଲିଟି ପୂର୍ବତନ ଚେୟାରମ୍ୟାନ ସୁରେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Nitraa NIT celebrated 79th Independence day 

Sunil Chandra Nayak

ଅଟୋ ରୁ ପଡି ୧ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!