ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା’ଙ୍କ ତାରାତାରିଣୀ ମନ୍ଦିରରପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଗ୍ରସ୍ତରେ ଯାଇ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଚାଲିଛି ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେଇଛନ୍ତି।। ମା’ଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆଦିଶକ୍ତି କ୍ଷେତ୍ର ମା’ତାରାତାରିଣୀ ପୀଠ ଓଡ଼ିଆ ଭାବାବେଗ ସହ ଜଡ଼ିତ। ଓଡ଼ିଶା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଆଧ୍ୟାତ୍ମିକ ସ୍ଥଳର ରୂପାନ୍ତରଣ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି।

ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମରୋହରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ନୂଆ ରୂପରେ ସଜେଇ ହୋଇଛି ମା’ ର ପୀଠ।  ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ ନିର୍ମାଣ ହୋଇଛି। 

ଆଦି ଶକ୍ତିକ୍ଷେତ୍ର ମା’ ତାରାତାରିଣୀ ପୀଠର ରୂପାନ୍ତରଣ ହୋଇଛି। ରାଜ୍ୟ ସରକାର ପ୍ରାୟ ୧୧୭ କୋଟି ଟଙ୍କ ଖର୍ଚ୍ଚ କରି ଏହି ପୀଠର ବିକାଶ କରିଛନ୍ତି। ନୂଆ ତାରାତାରିଣୀ ମନ୍ଦିରରେ ଓଡିଶାର ସ୍ଥାପତ୍ୟ, କଳା ଓ ଭସ୍କର୍ଯ୍ୟର ଏକ ଅନୁପମ ନିଦର୍ଶନ ଦେଖିବାକୁ ମିଳୁଛି। ଗତ ୧୫ ତାରିଖରୁ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଓ ଏସଭି କ୍ରିଷ୍ଣା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି। ବୁଧବାର ମା’ ତାରାତାରିଣୀ ପୀଠର ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା ଓ ଯଜ୍ଞ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତ ୨୦ ବର୍ଷ ମଧ୍ୟରେ ତାରାତାରିଣୀ ପୀଠର ବିକାଶ ପାଇଁ ସରକାର ପ୍ରାୟ ୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନର ୫ଟି ସଚିବ, ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ମନ୍ଦିରର ବିକାଶ କାର୍ଯ୍ୟର ଶୁଭ ଦେଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….. 

Related posts

ଆଉ କେତେ ବର୍ଷ ଲାଗିବ ବିକାଶ ପହଞ୍ଚିବାକୁ ? ଏବେ ବି ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା !

Sunil Chandra Nayak

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!