ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଚନ୍ଦାହାଣ୍ଡିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଙ୍ଗପୁର:(ତା.୧୦.୦୮.୨୦୨୬) ( ରବି ନାରାୟଣ ମହାନ୍ତି)ଆଜି ଚନ୍ଦାହାଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଡ଼ ପ୍ରମୋଦ କୁମାର ପୃଷ୍ଟି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ଆଜିର ଶିବିରରେ ମୋଟ ୪୧ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ/ସାମୂହିକ ଅଭିଯୋଗ ଥିଲା।ପ୍ରାପ୍ତ ଅଭିଯୋଗମାନଙ୍କ ମଧ୍ୟରୁ ୧ଟି ଅଭିଯୋଗର ସମାଧାନ ଘଟଣାସ୍ଥଳରେ କରାଯାଇଥିବା ବେଳେ ଅବଶିଷ୍ଟ ୪୦ଟି ଅଭିଯୋଗକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରେରଣ କରାଯାଇଥିବା ବେଳେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦେଶ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟସ୍ତରୀୟ ବିଶ୍ବ ରେକର୍ଡ ପାଳନ ମହୋତ୍ସବ , ସମ୍ବର୍ଦ୍ଧିତ ହେଲେ ରାଉରକେଲାର କବି କୁଞ୍ଜବିହାରୀ, ସୁଶାନ୍ତ, ସସ୍ମିତା ଓ ସୁଚିସ୍ମିତା

Sunil Chandra Nayak

ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର

Sunil Chandra Nayak

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?

masiha

Leave a Comment

error: Content is protected !!