ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଜି ପଦର ଗ୍ରାମରେ ସାତ ପରିବାର ଜଳ ବନ୍ଧିରେ, ସ୍ଥାୟୀ ସମାଧାନ ପାଇଁ ଦାବି

ପୁଜି ପଦର ଗ୍ରାମରେ ସାତ ପରିବାର ଜଳ ବନ୍ଧିରେ, ସ୍ଥାୟୀ ସମାଧାନ ପାଇଁ ଦାବି

ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା, ପଶ୍ଚିମ ଓଡିଶା କିଛି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଅନେକ ଅଂଚଳରେ ଜଳ ମଗ୍ନ୍ ଥିବାରୁ ଲୋକେ ନାହିଁନ ଥିବା ଅସୁବିଧା ଭୋଗୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ନର୍ଲା, ମ ରାମପୁର, କରଲାମୁଣ୍ଡା ବ୍ଲକ ରେ ମଧ୍ୟରେ ତିନିଦିନ ହେଲା ଲାଗି ରହିଥିବା ପ୍ରବଳ ବର୍ଷା ଫଳରେ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି, ଚାଷୀଙ୍କ ଆରମ୍ଭ କରିଥିବା ଚାଷ କାମରେ ମଧ୍ୟ ବ୍ୟାଘାତ ଦେଖିବାକୁ ମିଳୁଛି, ପାଣିପାଗ ବିଭାଗ ର ଆକଳନ ଅନୁସାରେ ଆହୁରି ଦୁଇ ଦିନ ବର୍ଷାଲାଗି ରହିବ ବୋଲି ସୂଚନା ଥିବାରୁ ମାଟି ଘର ଓ ଚାଲ ଘରରେ ରହୁଥିବା ଲୋକେ ନାହିଁନ ଥିବା ଅସୁବିଧାରେ ପଡିଥିବାର ଦେଖିବାକୁ ମିଳୁଛି, ନର୍ଲା ବ୍ଲକର ମାଣ୍ଡେଲ ଗ୍ରାମ ପଂଚାୟତ ର ପୁଜି ପଦାର ଗ୍ରାମ, ଶେରଗଡ, ଭୀମକେଲା ଗ୍ରାମର ଲୋକେ ଜଳ ବନ୍ଧୀରେ ଥିବା ଦେଖିବାକୁ ମିଳୁଛି, ପୁଜି ପଦର ଗ୍ରାମର ସାତ ପରିବାର ପାଣି ଘେରରେ ରହିଥିବା ଦେଖିବାକୁ ମିଳୁଛି, ସେମାନେ କହିବା ଅନୁସାରେ ତରୁଲତା ମାଝୀ, ପରିଜନ ମାଝୀ, ହାରୀ ମାଝୀ, ତ୍ରିବେଣୀ ମାହାର, ଅଜୟ ମାଝୀ, ଉଦ୍ଧବ ମାଝୀ, ରଶ୍ମିତା ମାଝୀ, ସୁଲେଖା ମାହାର, ଦିନ ମାଝୀ,ଝିପି ଝିପି ବର୍ଷା ଲାଗି ରହିଥିବା ଦ୍ୱାରା ସାତ ପରିବାର ଘରେ ପାଣି ପଶି ଆଣ୍ଠିଏ ପାଣି ଦେଖିବାକୁ ମିଳୁଛି, ଯାହା ଦ୍ୱାରା ପରିବାର ଲୋକେ ରୋଷେଇ ଓ ରାତିରେ ଶୋଇ ପାରୁନଥିବା ଆକୁଳ ନିବେଦନ କରିଛନ୍ତି ଏ ନେଇ ନର୍ଲା ବିଡ଼ିଓ ଙ୍କୁ ଲିଖିତ ଆକାରେ ଦେଇଥିବା ଏବଂ ଗଣମାଧ୍ୟମକୁ ମଧ୍ୟ ଜଣାଇ ଛନ୍ତି, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି, ଏହାର ସ୍ଥାୟୀ ସମାଧାନ ପାଇଁ ପୂଜିପଦର ଗ୍ରାମ ବାସୀ ପ୍ରଶାସନ କୁ ଦାବି କରିଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

masiha

ନବରଙ୍ଗପୁରରେ ଘରୋଇ ହିଂସା ନିରୋଧ ଆଇନ, ୨୦୦୫ ଉପରେ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ 

Sunil Chandra Nayak

Leave a Comment

error: Content is protected !!