ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ 

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ 

ନବରଙ୍ଗପୁର:(୧୦|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମାର ମୁଖ୍ୟ ଦୈନିକ ବଜାରରେ ଥିବା ଏକ କିରାନା ଦୋକାନରେ ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ି ପାଉଁଶ ହୋଇଛି l ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି l ତେବେ ବିଳମ୍ବିତ ରାତ୍ରିରେ କାର୍ଯ୍ୟରତ ଥିବା ହୋମଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା ମିଳିଛି l ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀଙ୍କ ଅକ୍ଳାନ୍ତ ପରିଶ୍ରମରେ ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଡାବୁଗାଁ ସଦର ଦୈନିକ ବଜାର ମୁଖ୍ୟ ଛକରେ ଥିବା ଟୁକୁ ଜେନା ଙ୍କ କିରାନା ଦୋକାନ ରବିବାର ରାତ୍ର ବନ୍ଦ କରି ଘରକୁ ଯାଇଥିଲେ l କୌଣସି କାରଣରୁ ରବିବାର ରାତ୍ର ଦୁଇ ଘଣ୍ଟା ସମୟରେ ଦୋକାନ ମଧ୍ୟରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା l କିଛି ସମୟ ମଧ୍ୟରେ ଦୋକାନରୁ ଧୁଆଁ ବାହାରିଥିଲା l ବିଳମ୍ବିତ ରାତ୍ରିରେ ସମସ୍ତେ ନିଦ୍ରାରେ ରହିଥିବା ବେଳେ ଡାବୁଗାଁ ଥାନାର ମୁଖ୍ୟ ତାରିଣୀ ଛକରେ ଥିବା କାର୍ଯ୍ୟରତ ହୋମଗାର୍ଡ ମାନେ ଦୈନିକ ବଜାରରେ ନିଆଁ ଲାଗିଥିବା ପ୍ରଥମେ ଜାଣି ପାରିଥିଲେ l ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ବିଦ୍ୟୁତ ବିଭାଗ କୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ବିଦ୍ୟୁତ କର୍ମଚାରୀ ମାନେ ତୁରନ୍ତ ଆସି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ଦେଢ ଘଣ୍ଟା ର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଲିଭାଇ ଥିଲେ l ଅଗ୍ନିଶମ କର୍ମଚାରୀମାନଙ୍କୁ ଡାବୁଗାଁ ବସ ଷ୍ଟାଣ୍ଡ ସହ ଆଖପାଖ ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ହୋମଗାର୍ଡ ପ୍ରଶାନ୍ତ ଶର୍ମା, ସରୋଜ ଦାସ, ଅଶୋକ ପାଢୀ, ପ୍ରଦୀପ ସିଂ, କଳା ସୁନ୍ଦର ନାୟକ ଓ ରାଜୁ ଭତ୍ରl ପ୍ରମୁଖ ନିଆଁ କୁ ଆୟତ୍ତ ହାରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଟୁକୁ ଜେନା ଙ୍କ ଦୋକାନରୁ ଅନ୍ୟ ଦୋକାନକୁ ଯେପରି ନିଆଁ ନ ବ୍ୟାପେ ସେ ନେଇ ସମସ୍ତେ ତତ୍ପର ଥିଲେ ଓ ବହୁ ଧନ ଜୀବନର ରକ୍ଷା କରିଥିଲେ l ଅଗ୍ନିଶମ କର୍ମଚାରୀମାନଙ୍କ ଓ iହୋମଗାର୍ଡ ମାନଙ୍କ ଏତାଦୃଶ କାର୍ଯ୍ୟକୁ ଜନସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

Sunil Chandra Nayak

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!