ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

ଢେଙ୍କାନାଳ:୧୦/୦୮ – (ମନିସ) :- ସ୍ଥାନୀୟ ଟାଉନହଲ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ସର୍ବଜ୍ଞ ସାହୁ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଏ,ଆଇ,ଟି,ୟୁସି ଜିଲ୍ଲା ସଭାପତି ରବି ରଥ, ହର ପ୍ରିୟା ସ୍ବାଇଁ, ଶିବରାମ ସାହୁ, ଶ୍ରୀଧର ମଲ୍ଲିକ, ଅଯୋଧ୍ୟା ସାହୁ, ସରୋଜ ଶତପଥି, ବିପ୍ରବର ସାହୁ, ପ୍ରଫୁଲ୍ଲ କୁମାର ନାଏକ, ସୁଜାତା ନାଏକ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଉପରେ ବକ୍ତବ୍ୟ ରଖି ନୂତନ ଶ୍ରମକୋର୍ଡ ବାତିଲ, ଦୈନିକ ୮ ଘଣ୍ଟା କାର୍ଯ୍ୟ ଦିବସ, ସ୍କିମ୍ ଓ୍ବାର୍ଡର ଯଥା – ଅଙ୍ଗନବାଡି, ଆଶା,ପାଚିକା ମାନଙ୍କୁ ଓ୍ବାର୍ଡର ମାନ୍ଯତା ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ମାସିକ ପେନସନ ୧୦ ହଜାର ରାଷ୍ଟ୍ରାୟତ ଉଦ୍ଯୋଗର ଘରୋଇକରଣ ବନ୍ଦ, ବୈଦେଶିକ ଚୂକ୍ତି ପ୍ରତ୍ଯାହାର, କୃଷିଜାତ ଦ୍ରବ୍ୟର ସର୍ବମୂଲ୍ଯ ସହାୟକ ମୂଲ୍ୟ ନିର୍ଦ୍ଧାରଣ, ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ମନରେଗା ଯୋଜନାରେ ଦୈନିକ ମଜୁରୀ ୭୦୦ ଟଙ୍କା, ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପ୍ରଭୃତି ପ୍ରତି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ସରକାର ଏହା ଉପରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକରନ୍ତି,ତେବେ ଆଗାମୀ ଦିନରେ ବ୍ଯାପକ ଭାବରେ ଆନ୍ଦୋଳନ ସଂଙ୍ଗଠିତ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

Leave a Comment

error: Content is protected !!