ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଲୁଆ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ,  ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା ୧୫ ଦିନ ବ୍ଯାପି ଜ୍ୱର, ଥଣ୍ଡା ଓ କାଶରେ ପୀଡିତ ଥିଲେ ଗ୍ରାମବାସୀ

କେଲୁଆ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ, 

୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା

୧୫ ଦିନ ବ୍ଯାପି ଜ୍ୱର, ଥଣ୍ଡା ଓ କାଶରେ ପୀଡିତ ଥିଲେ ଗ୍ରାମବାସୀ

ଥୁଆମୂଳ ରାମପୁର: ୧୧/୦୮ – (ମନିସ):- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଳକ କେଲୁଆ ଗାଁରେ ଦୀର୍ଘ ୧୫ ଦିନ ଧରି ଜ୍ୱର, ଥଣ୍ଡା ଓ କାଶ ଭଳି ରୋଗ ବ୍ୟାପିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଗତ ସୋମବାର ଦିନ ନାକୁରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କେଲୁଆ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବା ଜଣାପଡିଛି। ଆୟୁଷ ଡାକ୍ତର ହିମାଂଶୁ ଶେଖର ସାମନ୍ତଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଗୋପାଳକୃଷ୍ଣ ବେହେରା, ଛବିତ୍ର ନାଏକ, ସ୍ୱାସ୍ଥ୍ୟକର୍ମୀ କେଶବ ମାଝୀ, ହିମାଂଶୁ ଶବର, ମ୍ୟାଲେରିଆ ସୁପରଭାଇଜର ଅଜିତ କୁମାର ପଣ୍ଡା ଓ ଆଶାକର୍ମୀ ରେବତୀ ନାଏକଙ୍କୁ ନେଇ ଗଠିତ ଦଳ ଏକ ଦଳ କେଲୁଆ ଗାଁରେ ପହଞ୍ଚି ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ସହ ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ। ଡାକ୍ତରୀ ଦଳ ପକ୍ଷରୁ ଗାଁର ମୋଟ ୮୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ସମସ୍ତ ନମୁନା ମ୍ୟାଲେରିଆ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଅଧିକାଂଶ ଲୋକ ସାଧାରଣ ଥଣ୍ଡା, ସର୍ଦି ଓ କାଶରେ ପୀଡ଼ିତ ଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି। ଏହାସହ ଆବଶ୍ୟକ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି। ଗତ ପ୍ରାୟ ୧୫ ଦିନ ଧରି ଅନେକ ଗ୍ରାମବାସୀ ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସ୍ୱାସ୍ଥ୍ୟସେବା ପହଞ୍ଚିବାରେ ଅସୁବିଧା ରହିଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ, ଗାଁରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଥିବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବର୍ଷାଦିନେ ଦୂଷିତ ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଜଳବାହିତ ରୋଗ ବ୍ଯାପୀବା ଆଶଙ୍କା ରହିଛି ଏହାକୁ ଦୃଷ୍ଟିରେ ରଖି ସମାଧାନ କରିବା ଗାଁରେ ନିରାପଦ ପାନୀୟ ଜଳ ଯୋଗାଣ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ଉଦବେଗ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଗବେଷଣା କେନ୍ଦ୍ର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!