ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

ଉର୍ମିଳାଙ୍କ ତ୍ୟାଗ

 

ବିଜୟ କୁମାର ଜେନା

 

ରାମାୟଣର ଉର୍ମିଳା ଚରିତ୍ର

ମୋ ମନରେ ଆଲୋଡନ ସୃଷ୍ଟି କରେ

ସ୍ଵାମୀ ଲକ୍ଷ୍ମଣ ଙ୍କ ଚଉଦ ବର୍ଷ ବନବାସ

              ସମୟର ନିଦ୍ରା

ତାଙ୍କର ନୟନରେ ଆୟତ୍ତ ହୋଇବ

       ଲକ୍ଷ୍ମଣ ଯେ ଚଉଦ ବର୍ଷ

ଅନିଦ୍ରା ରହିବେ,,,, ବିନା ଦ୍ବିଧାରେ ମାନି ନେଲେ

          ଧର୍ମ ପତ୍ନୀ ଉର୍ମିଳା

ସ୍ବାମୀଙ୍କ ଅନୁପସ୍ଥିତିରେ

କେବେବି ଆଖିରୁ ଲୁହ ଝରାଇବେ ନାହିଁ

      କଥା ଦେଲେ,,,, ଲକ୍ଷ୍ମଣଙ୍କୁ

ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ କରି

          ସର୍ବଦା ନିଦ୍ରା ଯିବି

ଯେତେ ଦୁଃଖ ଆସିଲେ ବି

       ଲୁହ ଝରାଇବିନି।

ଉର୍ମିଳାଙ୍କ ପାଖେ କିଛି ବି ଛଳନା

କଳ୍ପନା, ଭାବନା ଓ ବେଦନା ନ ଥିଲା,,,,

ତ୍ୟାଗର ଏକ ନିଛକ ପ୍ରତୀକ

ଚଉଦ ବର୍ଷ ବନବାସ ପରେ

ରାଜ ଅଭିଷେକ ପରେ ଶ୍ରୀରାମ

          ଘୋଷଣା କଲେ

ତାଙ୍କ ବିଜୟରେ ଲକ୍ଷ୍ମଣ ଓ ସୀତାଙ୍କ ଠାରୁ

         ଉର୍ମିଳାଙ୍କ ତ୍ୟାଗ ଅତୁଳନୀୟ

   ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ସୁରେଶ ଚନ୍ଦ୍ର ପାଢ଼ୀ, ବୁଗୁଡ଼ା, ଗଞ୍ଜାମ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!