ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

ରାଉରକେଲା : ବିଗତ ଦିନରେ ଓଡ଼ିଶା ସରକାର କଟକ, ଭୁବନେଶ୍ୱର, ବରଗଡ଼,ସମ୍ୱଲପୁର, କେନ୍ଦୁଝର ଇତ୍ୟାଦି ସହରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରି ଭୁବନେଶ୍ୱର ବ୍ୟତୀତ ଅନ୍ୟାନ୍ୟ ସହରରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାରତରେ ଇଂରାଜୀ ଜ୍ଞାନ ଥାଇ ବିଜ୍ଞାନ ଇଞ୍ଜିନିୟରିଂ କୁଶଳୀ ମାନବ ସମ୍ୱଳ ବିଶ୍ୱର ସବୁଠାରୁ ଅଧିକ ଓ ଆମେରିକା-ଇଉରୋପ ବିକଶିତ ଦେଶ ତୁଳନାରେ ଖୁବ୍‍ କମ୍‍ ପାରିଶ୍ରମିକରେ ଉପଲବ୍ଧ ହୋଇପାରୁଥିବାରୁ ଭାରତରେ ବର୍ତ୍ତମାନ ବିଶ୍ୱ ଦକ୍ଷତା କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ ଦେଶ ଭାବରେ ଉଭା ହୋଇଛି । ସରକାରୀ ଆକଳନ ଅନୁଯାୟୀ ୨୫୦୦ କେନ୍ଦ୍ର ଭାରତରେ ୧୧୦ ବିଲିୟନ୍‍ ଡଲାର ବ୍ୟବସାୟ କରିବା ସହ ୪୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଓ ଭାରତ ପରି ଦେଶରେ ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ, ପ୍ରସାରଣ ନୀତି ବିଶେଷ ଗୁରୁତ୍ୱପୂର୍ଣ୍ଣ ବହନ କରେ । ଏହି ମର୍ମରେ ମେଟ୍ରୋ ସହର ବ୍ୟତୀତ ସରକାର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅପେକ୍ଷାକୃତ ଖୁବ୍‍ କମ ଖର୍ଚ୍ଚରେ ଏହାର ପ୍ରତିଷ୍ଠା ଓ ପରିଚାଳନା ହୋଇପାରିଥିବାରୁ ଗତ ବଜେଟ୍‍ରେ କେନ୍ଦ୍ର ସରକାର ଏହି ସବୁ ଛୋଟ ସହର ପାଇଁ ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି ଓ ଓଡ଼ିଶା ସରକାର ମଧ୍ୟ ଭୁବନେଶ୍ୱର ବ୍ୟତୀତ ଜି.ସି.ସି ନୀତି ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କର ୨/୩ ଶ୍ରେଣୀ ସହର ପାଇଁ ଜି.ସି.ସି. ନୀତିରେ ଭିତ୍ତିଭୂମି, ସ୍ମାର୍ଟସିଟି, ପି.ଏମ୍‍. ଗତିଶକ୍ତି, ବିତ୍ତୀୟ ସହାୟତା, ଏସ୍‍.ଟି.ପି.ଆଇ କର ରିହାତି, ଏସ୍‍.ଇ.ଜେଡ୍‍ ସ୍ଥାପନ ପ୍ରତିଭା ଓ ଦକ୍ଷତା ଉତ୍କର୍ଷ ଉଚ୍ଚ ଶିକ୍ଷା କେନ୍ଦ୍ର ଇତ୍ୟାଦି କେତୋଟି ପ୍ରମୁଖ ବିଷୟକୁ ଗୁରୁତ୍ୱ ଦେଉଥିବା ବେଳେ ରାଉରକେଲା ଏହି ସବୁ ବିଷୟ ପରିପ୍ରେକ୍ଷୀରେ ଏକ ଉତ୍ତମ ତୃତୀୟ ଶ୍ରେଣୀ ସହର ଭାବେ ପ୍ରମୁଖ ସ୍ଥାନ । କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ତାଙ୍କର ଜି.ସି.ସି ନୀତିରେ ଦ୍ୱିତୀୟ ଓ ତୃତୀୟ ସହର ଯଥା ମହିଶୁର, ମାଙ୍ଗାଲୋର, ହୁବଳି-ଧାରୱାତ, କୋଏମ୍ୱାଟୁର, ମଦୁରାଇ, ତ୍ରିଚୁରାପଲ୍ଲୀ, ୱାରାଙ୍ଗଲ, ନାନ୍‍ବେଡ଼, ତ୍ରିଭାନ୍ଦ୍ରମ୍‍, ଖମାମ୍‍ ଇତ୍ୟାଦି ସହରକୁ ପ୍ରୋତ୍ସାହନ କରୁଛନ୍ତି ଓ ବହୁମାତ୍ରାରେ ସଫଳ ମଧ୍ୟ ହେଉଛନ୍ତି । ରାଉରକେଲାରେ ପାରଂପାରିକ ଜେନେରିକ କଲ ସେଣ୍ଟର ବା ଆଇ.ଟିର ସହାୟକ ସେବା କେନ୍ଦ୍ରିକ ନ ହୋଇ ଇଂଜିନିୟରିଂ ଗବେଷଣା, କୋର୍‍ଟେକ୍‍, ମାନୁଫାକ୍‍ଚରିଂ, ଡିଜାଇନ୍‍ ସହାୟତା, ଇତ୍ୟାଦି କ୍ଷେତ୍ର ପାଇଁ ଓଡ଼ିଶାର ସର୍ବୋକୃଷ୍ଟ ସ୍ଥାନ । ଏଠାରେ ଉଲ୍ଲେଖନୀୟ ଯେ ଆନ୍ତର୍ଜାତୀୟ ସଂସ୍ଥାମାନଙ୍କୁ କେତୋଟି ଜିସିସି ସହାୟତା ପାଇଁ ୨୨୪୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆୟକର ଛାଡ଼ ପ୍ରାବଧାନ ମଧ୍ୟ କରିଛନ୍ତି । ଭୁବନେଶ୍ୱର ବ୍ୟତୀତ ରାଉରକେଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶିଳ୍ପ, ଶିକ୍ଷା, କ୍ରୀଡ଼ା, ପରିବେଶ, ସ୍ୱଚ୍ଛତା, ସାମାଜିକ ଭିତ୍ତିଭୂମି, ଇତ୍ୟାଦି ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସରକାରଙ୍କର ରାଉରକେଲାରେ ଥିବା ଏସ୍‍.ଟି.ପି.ଆଇ. ପାର୍କର ସାମାନ୍ୟ ଉନ୍ନତିକରଣର ଏହି ଲକ୍ଷ ସାଧାନ ହୋଇପାରିବ ନାହିଁ । ତେଣୁ ସରକାର ଉପରୋକ୍ତ ବିଷୟକୁ ପର୍ଯ୍ୟାଲୋଚନା କରି ରାଉରକେଲାର ନ୍ୟାର୍ଯ୍ୟ ଦାବି ଭାବରେ ଏହାକୁ ଜି.ସି.ସି. ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ବୃହତ୍ତ ଓ ପାରଂପାରିକ ଶିଳ୍ପ ବ୍ୟତୀତ ବୈଷୟିକ, ନବସୃଜନ, ନୂତନ ଅର୍ଥନୀତିର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଣତ କରନ୍ତୁ । ଏହି ମର୍ମରେ ଥିଂକର୍ସ ଫରୋମ୍‍ର ଆବାହକ ନଳିନୀ କାନ୍ତ ଧର ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଆଇ.ଟି. ମନ୍ତ୍ରୀ, ଇଲେକ୍‍ଟ୍ରୋନିକ୍‍ସ ଓ ଆଇ.ଟି. ବିଭାଗ ଅତିରିକ୍ତ ସଚିବ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ ତରିଆ ମୁହାଭଟ୍ଟା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ଜଗା କୁ ଦର୍ଶନ କରିବା ବୁଲେଟ ସହ ଅଗ୍ନି ପଥରେ ଦୁଇ ଯାତ୍ରୀଙ୍କ ସ୍ଵର୍ଗାରୋହଣ, ପରିବେଶ ବଡ ସଂଗୀନ 

Sunil Chandra Nayak

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

masiha

Leave a Comment

error: Content is protected !!