ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା  ୧୦୦ ମିଟର ତ୍ରିରଙ୍ଗା ସହ ସହର ପରିକ୍ରମା

ଧର୍ମଗଡ଼ରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା

 ୧୦୦ ମିଟର ତ୍ରିରଙ୍ଗା ସହ ସହର ପରିକ୍ରମା

ଧର୍ମଗଡ଼ :୮୦ ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। 

ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ଼ ବ୍ଲକ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ଗୁରୁବାର ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ଧର୍ମଗଡ଼ ବିଡିଓ ସଦାଶିବ ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯାତ୍ରାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ।ଜାତୀୟ ପତାକା ଆମ ଦେଶର ସ୍ୱାଭିମାନ, ଗୌରବ ଓ ଏକତାର ପ୍ରତୀକ। ତ୍ରିରଙ୍ଗା ଯାତ୍ରା ଭାରତୀୟଙ୍କ ମଧ୍ୟରେ ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ବିକଶିତ ଭାରତର ଅସ୍ମିତାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିବାରେ ସହାୟକ ହେବ ବୋଲି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆହ୍ୱାନ ଦେଇଥିଲେ। ଏହି ତ୍ରିରଙ୍ଗା ଯାତ୍ରାରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଏସ୍‌ଡିପିଓ ଭର୍ଷିତା ଆଡେପୁ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନ୍‌ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ସିଡିପିଓ ଧରିତ୍ରୀ ପାଣିଗ୍ରାହୀ , ଜିପିଡିଓ ଗିରିଶ ଚନ୍ଦ୍ର ନାଏକ, ଏବିଇଓ ବିଶ୍ୱଜିତ ବେହେରା, ବିଆରସିସି ଅରୂପାନନ୍ଦ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।ଏଥିସହ ମିଶନ ଶକ୍ତିର ମହିଳା ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ହାତରେ ତ୍ରିରଙ୍ଗା ପତାକା ଧରି ଦେଶଭକ୍ତିମୂଳକ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରୁ ସହର ପରିକ୍ରମା କରି ଗୋଡ଼ଭଞ୍ଜା ଗୋଳେଇଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ ।’ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ନାରାରେ ସମଗ୍ର ଧର୍ମଗଡ଼ ସହର ମୁଖରିତ ହୋଇଥିଲା। ତ୍ରିରଙ୍ଗା ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ୧୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ପତାକା। ଏହି ବିଶାଳ ପତାକା ସହର ପରିକ୍ରମା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

masiha

୧- ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ , ୨- ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

ମହାମହିମ ରାଷ୍ଟ୍ରପତିଙ୍କ ତୃତୀୟ ଥର ମୟୂରଭଞ୍ଜ ଗସ୍ତରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ ନେଇ ଚଳ ଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର 

masiha

Leave a Comment

error: Content is protected !!