ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ ‘ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ

ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

ବିଷମକଟକ:୧୩I୦୮: କ୍ରମାଗତ ଭାବେ ବିଷମକଟକ ବ୍ଲକର ବିଭିନ୍ନ ଅଞ୍ଚଳରେ ଅନଧିକୃତ ବିଦେଶୀ ମଦ ର ବିତରଣ ତଥା ବିକ୍ରି ଚାଲିଥିବା ନେଇ ଅଭିଯୋଗ ହେଉଛି। ଏହାକୁ ନେଇ ବହୁଜନ ସମାଜ ପାର୍ଟି ର ରାୟଗଡ଼ା ଜିଲ୍ଲା ୟୁନିଟ୍ ପକ୍ଷରୁ ବିଷମକଟକ ଠାରେ ଆଜି ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି I

ବସପା ର ଅଭିଯୋଗ ଅନୁଯାୟୀ, ବିଷମକଟକରେ ଥିବା ଏକମାତ୍ର ବିଦେଶୀ ମଦ ଦୋକାନ ଅଚଳ ଥିବା ସତ୍ତ୍ୱେ ସ୍ଥାନୀୟ ବଜାରରେ ବିଭିନ୍ନ ବ୍ରାଣ୍ଡର ମଦ ପର୍ଯ୍ୟାପ୍ତ ଓ ଅତି ସହଜରେ ଉପଲବ୍ଧ ହେଉଛି। ତେବେ ସ୍ବୀକୃତ ପ୍ରାପ୍ତ ଦୋକାନ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏହି ମଦ କେଉଁଠାରୁ ଆସୁଛି ଏବଂ କିପରି ବିକ୍ରି ହେଉଛି, ଏହାକୁ ନେଇ ବସପା ବିଭାଗୀୟ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇଛି। ଅବକାରୀ ବିଭାଗ ବିଷମକଟକ ଠାରେ ମଦ ମାଫିଆ ଙ୍କୁ ପରୋକ୍ଷ ସମର୍ଥନ ରେ ମଦ ଚୋରା ଚାଲାଣ ଜାରି ରଖିଥିବା ବହୁଜନ ସମାଜ ପାର୍ଟି ଓଡିଶା ପ୍ରଦେଶ ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା ଏକ ଭିଡିଓ ଜାରି କରି ଅଭିଯୋଗ ଆଣିଥିଲେ I ବିଶେଷ କରି ନିକଟସ୍ଥ ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମଲାଭଟ୍ଟା ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଆଇ.ଡି. ନମ୍ବର ୨୮/୨୦୧୯/୦୦୩୨ ସହ ବିଷମକଟକ ଠାରେ ହେଉଥିବା ଚୋରା ଚାଲାଣ ର ସିଧା ସମ୍ପୃକ୍ତି ଥିବା ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ I ଦଳ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, କଥିତ ଭାବେ ଅବାଧ ମଦ କାରବାର ଚାଲିଥିଲେ ମଧ୍ୟ ସମ୍ପୃକ୍ତ ଅବକାରୀ ବିଭାଗ ପକ୍ଷରୁ ଦୀର୍ଘ ସମୟ ଧରି କୌଣସି ପଦକ୍ଷେପ ତଥା ଏନଫୋର୍ସମେଣ୍ଟ ଦେଖିବାକୁ ମିଳୁନାହିଁ।

ଏହି କ୍ରମରେ ଶତାଧିକ ବସପା କର୍ମୀ ଆଜି ବିଷମକଟକ ଟାଉନ ର ଛକ ତଥା ଜନଗହଳି ସ୍ଥାନ ମାନଙ୍କ ରେ ଅବକାରୀ ବିଭାଗ ଅଧିକାରୀ ମାନେ ‘ନିଖୋଜ’ ଥିବା ପୋଷ୍ଟର ଲଗାଇ ବିଭାଗୀୟ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରଦର୍ଶନ କରିଥିଲେ I 

ପୋଷ୍ଟର ଗୁଡିକ ରେ ବ୍ୟଙ୍ଗାତ୍ମକ ଭାବେ ରାୟଗଡ଼ା ଅବକାରୀ ଅଧୀକ୍ଷକ, ଗୁଣପୁର ଉପଖଣ୍ଡ ଅବକାରୀ ଅଧିକାରୀ ଏବଂ ବିଷମକଟକ ଅବକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୀର୍ଘ ସମୟ ହେବ ନିଜ ନିଜ କାର୍ଯ୍ୟାଳୟ ରୁ ‘ନିଖୋଜ’ ଥିବା ଉଲ୍ଲେଖ କରାଯାଇଛି।

ବହୁଜନ ସମାଜ ପାର୍ଟି ର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରୀ ଙ୍କ ଅନୁଯାୟୀ, ଏହା କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ଭାବେ ନିଖୋଜ ହେବା ସମ୍ପର୍କିତ ଅଭିଯୋଗ ନୁହେଁ I ବରଂ ଅବକାରୀ ବିଭାଗର କଥିତ ନିଷ୍କ୍ରିୟତା ଏବଂ ଲୋକଙ୍କ ଅସନ୍ତୋଷକୁ ଏକ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ବ୍ୟଙ୍ଗାତ୍ମକ ଉପାୟରେ ପ୍ରକାଶ କରିବାର ଏକ ପ୍ରତୀକାତ୍ମକ ପ୍ରୟାସ। ଆଶା କରୁଛୁ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଦାୟତ୍ୱ କୁ ସଠିକ ରୂପେ ବୁଝି ପାରିବେ ବୋଲି ଶ୍ରୀ ଟାକ୍ରୀ ପ୍ରକାଶ କରିଛନ୍ତି I

ଏଥି ସହ ଦଳ ପକ୍ଷରୁ ବିଷମକଟକ ଥାନା ରେ ଅବକାରୀ ବିଭାଗ ଅଧିକାରୀ ମାନେ ନିଖୋଜ ଥିବାର ଏକ ଏତଲା ମଧ୍ୟ ଦିଆଯାଇଛି I ହେଲେ ବିଧାନସଭା ର ମୌସୁମୀ ଅଧିବେଶନ ବେଳେ ଏହି ବିଷୟ କୁ ନେଇ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବା ଦିଗରେ ଦଳ ଚିନ୍ତା କରୁଥିବା ବସପା ଜିଲ୍ଲା ପ୍ରଭାରୀ ରାମ ଦାସ ଟାକ୍ରୀ ସ୍ପଷ୍ଟ କରିଛନ୍ତି I ଏହି ଅବସରରେ ବସପା ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା, ରାୟଗଡା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରୀ,ଜିଲ୍ଲା ପ୍ରଭାରୀ ରାମ ଦାସ ଟାକ୍ରୀ, ବ୍ଲକ ସଭାପତି ଲଦା ହିକକା, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଧନଞ୍ଜୟ କୁସଲିଆ, ଦିବାକର ଟାକ୍ରୀ ସୁମନ୍ତ କରକରିଆ, ଆଦିବାସୀ ନେତ୍ରୀ ଡିଞ୍ଜୋ ଜାକାଶିକା, ଚିତ୍ରସେନ ପ୍ସମେତ ଶତାଧିକ ବସପା କର୍ମୀ ଶାନ୍ତି ପୂର୍ବକ ପ୍ରଦର୍ଶନ କରିଥିଲେ I ତେଵେ ଅଭିଯୋଗ ଉପରେ ଅବକାରୀ ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

masiha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ 

masiha

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!