ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(୧୩|୮)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦରମହକୁମା ଠାରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ବ୍ଲକ ଅଧକ୍ଷା ବୀଣା ମାଝୀ, ବିଡିଓ ସମୀର ପାତ୍ର ,ଡାବୁଗାଁ ତହସିଲଦାର ଗୀତା ମୁର୍ମୁ, ଡ଼ାବୁଗାଁ ଥାନା ଅଧିକାରୀ ଲଚିମୀ ପରଜା , ଡାବୁଗାଁ ସରକାରୀ (ଅନୁସୂଚିତ ଜାତି ଓ ଜନଜାତି ଦ୍ଵାରା ପରିଚାଳିତ)ବାଳିକା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ,ଡାବୁଗାଁ ସହକାରୀ ପଞ୍ଚାୟତ(ନୁତନ)ଉଚ୍ଚ ବିଦ୍ୟାଳୟ ଓ ଡାବୁଗାଁ ଗୌରୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ , ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ୍ରଜିତ ପାଣିଗ୍ରାହୀ , ଜିଲ୍ଲା ସମ୍ପାଦକ ଜେ ରାଜଶେଖର ରାଓ ,ମଣ୍ଡଳ ସଭାପତି ମନୋଜ ପତ୍ର, ବ୍ଳକ କୃଷକ ମୋର୍ଚ୍ଚା ସଭାପତି ଜି.କିରଣ କୁମାର ରାଓ, ଜୟନ୍ତ କୁମାର ପାତ୍ର , ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା , ସହକାରୀ ନିର୍ବାହୀ ଯନ୍ତ୍ରୀ ମୁକ୍ତେଶ୍ଵର ମାଝୀ , ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି ଆଗରେ ପିକ୍ ଅପ୍ ରେ ଡାକବାଜି ଜନ୍ତ୍ର ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ତ୍ରିରଙ୍ଗା ପତାକା ଧରି ବ୍ଲକ ଠାରୁ ଏକ ବିରାଟ ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ଡଙ୍ଗରିଗୁଡ଼ା ପଞ୍ଚାୟତର ବିଭିନ୍ନ ସାହି ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପରିସରକୁ ଫେରିଥିଲେ ।ଏହି ରାଲିରେ ମୁଖ୍ୟ ଆକର୍ଷଣ ଥିଲା ଛାତ୍ର ଛାତ୍ରୀଙ୍କ ହାତରେ ପ୍ରାୟ ୨୦୦ ମିଟରର ତ୍ରିରଙ୍ଗା ପତାକା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରାଲିରେ ପରିକ୍ରମା ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅମୂଲ୍ୟ ଦଳେଇ , ଶୁଭଶ୍ରୀ ମହାଙ୍କୁଡ ଓ ବ୍ଲକର କର୍ମକର୍ତ୍ତା ବେଶ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

 ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବର୍ଷାର ଦେଖା ନାହିଁ  ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଆଶା ଓ ଆଶଙ୍କାରେ ଚାଷୀ….

masiha

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ବାସନ୍ତୀ କଲୋନି ସରକାରୀ ଡାକ୍ତରଖାନାରେ ଅବହେଳା ମାମଲା ,ଆଖି ଡ୍ରପ୍ ବଦଳରେ କାନ ଡ୍ରପ୍ ଦିଆଗଲା

Leave a Comment

error: Content is protected !!