ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଅବିଳମ୍ବେ ଆରମ୍ଭ କରିବା, ତୁରନ୍ତ ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଓ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଦାବିରେ ବିକ୍ଷୋଭ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଅବିଳମ୍ବେ ଆରମ୍ଭ କରିବା, ତୁରନ୍ତ ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଓ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଦାବିରେ ବିକ୍ଷୋଭ 

ବ୍ରହ୍ମପୁର ୧୩/୦୮ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଅବିଳମ୍ବେ ଆରମ୍ଭ କରିବା, ତୁରନ୍ତ ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଓ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଦାବିରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗୋଟିଏ ପଟେ ଦୀର୍ଘବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ବନ୍ଦକରି ସରକାର କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ଓ ଗଣତାନ୍ତ୍ରିକ ପରିବେଶକୁ ନଷ୍ଟ କରିବା ସହ ଶାସକ ଦଳର ଘୃଣ୍ୟ ରାଜନୀତିକୁ ଶିକ୍ଷାନୁଷ୍ଠାନ ମଧ୍ୟରେ ଚପାଇ ଦେବାର ଅପଚେଷ୍ଟା କରୁଛନ୍ତି। ଅନ୍ୟ ପଟେ ଛାତ୍ରଛାତ୍ରୀଙ୍କ ଉପରେ ଆଦର୍ଶ ଆଚରଣ ସଂହିତା ଲଦିଦେଇ କ୍ୟାମ୍ପସ ମଧ୍ୟରେ ସଭାସମିତି କରିବା, ପ୍ରତିବାଦ କରିବା ଏବଂ ଭିନ୍ନମତ ପୋଷଣ କରିବାର ଅଧିକାରକୁ ତାଙ୍କ ଠାରୁ ଛଡେଇନେବା ପାଇଁ ଚେଷ୍ଟା କରୁଛନ୍ତି।ଏଣୁ ସଂଗଠନ ପକ୍ଷରୁ ଉପସ୍ଥାପିତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବ୍ୟାପକ ଶକ୍ତିଶାଳୀ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି।

ଆଜିକାର କାର୍ଯ୍ୟକ୍ରମ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁ, କୋଷାଧ୍ୟକ୍ଷ କିସାନ୍ କୁମାର ସାହୁ, ଜିଲ୍ଲା କମିଟି ସଭ୍ୟା ଶୁଭସ୍ମିତା ପାଣିଗ୍ରାହୀଙ୍କ ସମେତ ସଂଗଠନର କର୍ମକର୍ତ୍ତା ବାମିଆ କୁମାର ଓ ବୈକୁଣ୍ଠ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

Related posts

ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ;୧୨୦ ପଞ୍ଜିକୃତ ମାମଲାରୁ ୬୦ ଟି ତୁରନ୍ତ ଫଇସଲା

masiha

ମନ୍ଦିରସାହିରେ ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂତନ ବର୍ଷକୁ ସ୍ବାଗତ

Sunil Chandra Nayak

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!