ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମବାର୍ଡ଼ ମଣ୍ଡଳସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ପଶ୍ଚିମବାର୍ଡ଼ ମଣ୍ଡଳସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା 

ଜଳେଶ୍ଵର,୧୩/୮(ମନିସ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟୀ ଆହ୍ୱାନରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଶ୍ଚିମବାର୍ଡ଼ ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଖୁଲୁଡ଼ା ପଞ୍ଚାୟତର ଶୀତଳ। ଠାକୁରାଣୀ ମହାବିଦ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ତଳନଗର ଛକ ନିକଟରେ ସମାପ୍ତ ହୋଇଥିଲା।ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମ ଦେଶର ଏକତା, ଅଖଣ୍ଡତା, ଗର୍ବ ଓ ଗୌରବର ପ୍ରତୀକ। ତ୍ରିରଙ୍ଗାର ସମ୍ମାନ ରକ୍ଷା କରି ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇଥିଲେ। ବରିଷ୍ଠ ବିଜେପି ନେତା ବ୍ରଜମୋହନ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦିକା ସୁମତି ରାଣୀ ଦେ ,ପଶ୍ଚିମବାର୍ଡ଼ ମଣ୍ଡଳ ସଭାପତି  ବିଜୟ କୁମାର ସାମଲ ,ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜଗଦୀଶ ପ୍ରଧାନ,ଭୂପତି ଚରଣ ମିର୍ଦ୍ଧା, ଧରଣୀଧର ଦାସ, ଖୁଲୁଡା ପଞ୍ଚାୟତ ପ୍ରମୁଖ  ଅଜୟ କୁମାର ମହାପାତ୍ର ,ପଶ୍ଚିମବାର୍ଡ଼ ସରପଞ୍ଚ ଶମ୍ବୁନାଥ ଜେନା, ବାଇଗଣ ବାଡ଼ିଆ ପଞ୍ଚାୟତ ପ୍ରମୁଖ ରବୀନ୍ଦ୍ରନାଥ ଗିରି ,ସତ୍ୟ ରଞ୍ଜନ ରଣା , ଯୁବ ମୋର୍ଚ୍ଚା ନେତା ବାସୁଦେବ ହୁଈ , ପୁଷ୍ପଲତା ରଣା ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।ଏହି ଶୋଭାଯାତ୍ରାରେ ଶୀତଳ। ଠାକୁରାଣୀ ମହାବିଦ୍ୟାଳୟ ଓ ଖୁଲୁଡ଼ା ଶୀତଳ। ଠାକୁରାଣୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୧ତମ ବାର୍ଷିକ ଉତ୍ସବ ପାଳନ 

masiha

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

ଲକ୍ଷ୍ମୀ ବସ ଚଳାଚଳ ଓ ଭିତି ଭୂମି ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!