ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଘରେ ଘରେ ତ୍ରିରଙ୍ଗା ପାଇଁ ଆଜି ବ୍ଲକରେ ବିଡ଼ିଓ ଦେଲେ ଆହ୍ୱାନ ,୨- ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା 

ଘରେ ଘରେ ତ୍ରିରଙ୍ଗା ପାଇଁ ଆଜି ବ୍ଲକରେ ବିଡ଼ିଓ ଦେଲେ ଆହ୍ୱାନ 

ବନ୍ଧୁଗାଁ ତା, ୧୩/୮/୨୬, ଗୋଟିଏ ଦିନପରେ ଭାରତ ପାଳିବ ୭୯ ତମ ସ୍ବାଧୀନତା ଦିବସ I ଉକ୍ତ ସ୍ବାଧୀନତା ଦିବସକୁ ଭାରତର ସବୁ ରାଜ୍ୟ ଓ ସବୁ ଜିଲ୍ଲାରେ ରହିଥିବା ଗ୍ରାମ ଗୁଡିକରେ ରହିଥିବା ଘରେ ଘରେ ତ୍ରିରଙ୍ଗା ପତାକା ଉଡେଇବା ସହ ଗାଁ ରୁ ପଲି ପଲିରୁ ସହର ପର୍ଯ୍ୟନ୍ତ ୭୯ତମ ସ୍ବାଧୀନତା ଦିବସ ପାଳନ କୋରାଯିବା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟକ ବ୍ଲକର ଅଧିକାରୀଙ୍କ ଦ୍ୱାରା ନିଜ ନିଜ ବ୍ଲକ ବାସିଙ୍କ ପାଇଁ ଆଜି ଘରେ ଘରେ ତ୍ରିରଙ୍ଗା ଯେମିତି ଉଡ଼ିବ I ତାକୁ ନେଇ ଆଜି ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ମିଶନ ଶକ୍ତି ର ମା ମାନଙ୍କ ହାତରେ ତ୍ରିରଙ୍ଗା ଧରି ଏକ ଆହ୍ୱାନ ଦେବା ପାଇଁ କୋରାଯାଇଥିଲା I ଏଥିରେ ସାମିଲ ଥିଲେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ବ୍ଲକର ସମସ୍ତ କନିଷ୍ଟ ଯନ୍ତ୍ରୀ, ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗ, ପୂର୍ବତନ ସଭାପତି ଏସ. ନାଗରାଜୁ ବ୍ଲକର ସମସ୍ତ ସରପଞ୍ଚ, ସୀମିତି ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତ ର ନିର୍ବାହୀ ଆଧିକାରୀ, ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ ଅଞ୍ଚଳର ଛଟ ବଡ଼ ବୁଦ୍ଧିଯିବି ଓ ବ୍ଲକର ସମସ୍ତ ଗଣ ମାଧ୍ୟମ ଜନ ପ୍ରତିନିଧି ଓ ବ୍ଲକରୁ ଆସିଥିବା କିଛି ସାଧାରଣ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ ଓ ଗୋଟିଏ ଦିନପରେ ଭାରତ ୭୯ତମ ସ୍ବାଧୀନତା ଦିବସ ପାଳନ ଅବସରକୁ ନେଇ ଅଳ୍ପ ମାତ୍ରାରେ କିଛି ସ୍ଲୋଗାନ ମଧ୍ୟ ଦେଇଥିଲେ I ଏହାର ମୁଖୁ କି ପ୍ରତ୍ୟକ ଘରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ଆଜିର ଆହ୍ୱାନ କାର୍ଯ୍ୟକ୍ରମ ବିଡ଼ିଓ ଙ୍କ ଦ୍ୱାରା ବ୍ଲକ ସାରା ପ୍ରସାରିତ ହୋଇ ୭୯ତମ ସ୍ବାଧୀନତା ଦିବସକୁ ପାଳନ କୋରାଯିବା ପାଇଁ ଏକ ମାଧ୍ୟମ ହୋଇଥିଲା I 

ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା 
ଦେଶପ୍ରେମର ରଙ୍ଗରେ ରଙ୍ଗାୟିତ ହେଲା ରେଶମ ସହର

ବନ୍ଧୁଗାଁ ତା. ୧୨/୦୮/୨୦୨୬: ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବନ୍ଧୁଗାଁ ବ୍ଲକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଚାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ତ୍ରିରଙ୍ଗାର ଗୌରବ ଓ ଦେଶପ୍ରେମର ଉତ୍ସାହରେ ରେଶମ ସହର ଉତ୍ସବମୁଖର ହୋଇଉଠିଥିଲା।

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବନ୍ଧୁଗାଁ ବ୍ଲକ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦେଇ ବନ୍ଧୁଗାଁ ଠାରେ ସମାପ୍ତ ହୋଇଥିଲା। ତ୍ରିରଙ୍ଗାରେ ସଜ୍ଜିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସହରବାସୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀ ଦେଶର ଗୌରବ ଓ ସ୍ବାଧୀନତା ବିଷୟକୁ ଅନେକ ପ୍ରକାରର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ଙ୍କ ହାତରେ ତ୍ରିରଙ୍ଗା ପତାକା ଧରି କମ୍ଫେଇ ଦେଇଥିବାର ଦେଖିବାକୁ ମିଳିଥିଲା I ଏହି ଅବସରରେ ଆସନ୍ତା କାଲି ୭୯ ତମ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ଆଜି ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଆହ୍ୱାନ ଦେଇ ଥିବାର ଜାଣିବାକୁ ମିଳିଥିଲା I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାଉରକେଲାକୁ ବିଶ୍ୱ ସ୍କିଲ ସେଣ୍ଟର ଓ ପି.ଏମ୍‍. ସେତୁରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫରୋମ୍‍.

Sunil Chandra Nayak

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

Sunil Chandra Nayak

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

masiha

Leave a Comment

error: Content is protected !!