ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଆଧୁନିକତାର ଚକା ତଳେ ଚାପି ହୋଇଗଲା ଲଙ୍ଗଳ , ୨-ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ ପୂଜା ପୂର୍ବରୁ କାମ ନହେଲେ ହେବ ଅଡୁଆ

ଆଧୁନିକତାର ଚକା ତଳେ ଚାପି ହୋଇଗଲା ଲଙ୍ଗଳ 

ଢେଙ୍କାନାଳ – ଦିନ ଥିଲା ଜ୍ୟେଷ୍ଠ ଓ ଆଷାଢ଼ ମାସ ଆସିଲେ ଗାଁ ଗାଁରେ ବଡ଼େଇ ଶାଳରୁ ଶୁଭୁଥିଲା କାଠ ଜଣା ଶବ୍ଦ ସକାଳୁ ସଞ୍ଜ ଯାଏଁ ବଢ଼େଇ ଭାରର ବିଶ୍ରାମ ନଥିଲା। ବେଉଷଣ ପୂର୍ବରୁ କ୍ଷେତକୁ ଯିବା ପାଇଁ ଚାଷୀ ଭାଇମାନେ ନିଜ କାଠ ଖଣ୍ଡିକ ଧରି ବଢ଼େଇ ପାଖରେ ଧାଡ଼ି ଲଗାଉଥିଲେ। ଗୋନ୍ଦିରା,ସମି,ଭେରୁ,ଶାଳ ଆଦି କାଠରେ ଲଙ୍ଗଳ ତିଆରି ହେଉଥିଲା। କିନ୍ତୁ,ଆଜି ସମୟ ବଦଳି ଯାଇଛି। ଆଧୁନିକତାର ସ୍ପର୍ଶ ଓ ମେସିନ୍ ଯୁଗର ଆଗମନରେ ପାରମ୍ପରିକ କାଠ ଲଙ୍ଗଳ ଆଉ ଚାଷଜମିରେ ଦେଖିବାକୁ ମିଳୁନି ଆଜିକାଲି ଟ୍ରାକ୍ଟର,ପାୱାର ଟିଲର ଏବଂ ନୂଆ ଯନ୍ତ୍ରପାତି ସାହାଯ୍ୟରେ କମ୍ ସମୟ ଓ ଶ୍ରମରେ ଚାଷ କାର୍ଯ୍ୟ ହୋଇପାରୁଛି। ଅଳ୍ପ ଖର୍କ ଓ କମ୍ ସମୟରେ ଟ୍ରାକ୍ଟର ଦ୍ବାରା ଚାଷା କାର୍ଯ୍ୟ କରାଯାଉଛି। ଫଳରେ କାଠରେ ତିଆରି ହଳଲଙ୍ଗଳର ଆବଶ୍ୟକତା ଶେଷ ହୋଇଯାଇଛି। ଯେଉଁ ଚାଷୀ ଭାଇ ତିନେ ବଢ଼େଇ ବିନା ଚାଷ କଥା ଚିନ୍ତା କରିପାରୁନଥିଲେ,ଆଜି ବଢ଼େଇ ଆଲୋଡ଼ା ହୋଇପଡ଼ିଛନ୍ତି। ପାରମ୍ପରିକ କୃଷି ଉପକରଣ ତିଆରି କରି ଦୁଇ ପଇସା ରୋଜଗାର କରୁଥିବା ବଢ଼େଇ ପରିବାର ଆର୍ଥିକ ମଟ୍ଟାଟ ଦେଇ ଗତି କରୁଛନ୍ତି। ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଏହି ପରିବାରଗୁଡିକର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି। ଅନେକ କାରିଗର ବାଧ୍ୟ ହୋଇ କୌଳିକ ବୃତ୍ତି ଛାଡ଼ି ଦାଦନ ଖଟିବାକୁ କିମ୍ବା ମଜୁରି କାମ କରିବାକୁ ବାଧ୍ୟ ହେଉଛନ୍ତି। କେବଳ ରୋଜଗାର ନୁହେଁ,ଏହା ମହିତ ଯୋଡ଼ିହୋଇ ରହିଥିବା ଗ୍ରାମୀଣ ସଂସ୍କୃତି ଓ ଭାଇଚାରା ମଧ୍ୟ କ୍ରମେ ହଜିଯାଉଛି! କୌଳିକ ବୃଦ୍ଧି ଆପଣାଇ ପେଟ ପୋଷିବା ସମ୍ଭବ ହେଉନି। ମାଟିଘର ପଛ ପାଖେ ଥିବା ପୁରୁଣା ବଡ଼େଇ ଶାଳରେ ୭୦ ବର୍ଷ ହେଲା ଲଙ୍ଗଳ ତିଆରି କରି ଆସୁଥିଲି। ଏହାଥିଲା ୧୦ ଖଣ୍ଡ ଗାଁର କାରଖାନା କାଠକୁ ଭଙ୍ଗିଦେଇ ଲଙ୍ଗଳ,ଇଶ,ଯୁଆଳି ଓ ଅନ୍ୟାନ୍ୟ ଉପକରଣ ତିଆରି କରୁଥିଲି। ନିଜର ବାରିସିରେ ଲଙ୍ଗଳଟିଏ ତିଆରି କରିବା ଓ କାଠର କାମ ଆଉ ମିଳୁନି ବର୍ଷ ସାରା ହଳ ଲଙ୍ଗଳ ଓ ଶଗଡ଼ ଗାଡ଼ି ମରାମତି କରିବା ଦ୍ବାରା ରୋଜଗାର ହେଉଥିଲା। ସମୟ ବଦଳିଲା,ପ୍ରତି ଗାଁ ଭିତରକୁ ଅତ୍ୟାଧୁନିକ ଯନ୍ତ୍ରପାତି ଆସିଲା। ହାତର ନିହଣ ଆଜି କଳଙ୍କି ଲାଗିଗଲାଣି। ଯେଉଁ ଦଶ ଖଣ୍ଡ ଗାଁର ଲୋକେ ବଡେଇ ଖୋଜୁଥିଲେ,ଆଜି ସେମାନେ ସହରକୁ ଯାଇ ଯନ୍ତ୍ରପାତି ଓ ଗାଡ଼ି କିଣି ଆଣୁଛନ୍ତି। ସନ୍ଧ୍ୟାରେ ବସି କ୍ଷେତଆଡ଼କୁ ଚାହିଁଲେ ଟ୍ରାକ୍ଟରର ଗର୍ଜନ ଶୁଣାଯାଉଛି। ‘ମୁଁ ବଦଳୁଥିବା ଯୁଗକୁ ବିରୋଧ କରୁନି। କେବଳ ଗୋଟିଏ ପ୍ରଶ୍ନ ମନରେ ଉଙ୍ଗିମାରୁଛି,ଦିନେ ସମସ୍ତଙ୍କ ପେଟକୁ ଦାନା ଯୋଗାଉଥିବା କାଠ ଲଙ୍ଗଳକୁ ଗଢ଼ୁଥିବା କାରିଗର ଆଜି ନିଜ ପେଟ ପୋଷିବାକୁ ଅକ୍ଷମ ଗ୍ରାମୀଣ ଅର୍ଥନୀତିର ଅନ୍ୟତମ ମୁଖ୍ୟ ଅଙ୍ଗ ଥିବା ଏହି ବଢ଼େଇ ସମ୍ପ୍ରଦାୟକୁ ବଞ୍ଚାଇ ରଖିବା ପାଇଁ ଏବଂ ସେମାନଙ୍କୁ ବିକଳ୍ପ ଜୀବିକା କିମ୍ବା ସରକାରୀ ସହାୟତା ଯୋଗାଇ ଦେଳେ ଏଭଳି ଅନେକ କାରିଗର ଉପକୃତ ହୋଇପାରନ୍ତେ’ ବୋଲି ଭାପୁର ଗ୍ରାମର କାରିଗର ବଢେଇ ଭାଇମାନେ କହିଛନ୍ତି।

ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ
ପୂଜା ପୂର୍ବରୁ କାମ ନହେଲେ ହେବ ଅଡୁଆ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ସଚେତନ ୱାର୍ଡ ଭାବେ ପରିଚିତ ୧ ନମ୍ବର ୱାର୍ଡ ରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଗାଡ଼ିଆ ପାଲଟୁଛି ଏହି ରାସ୍ତା । ରାସ୍ତାରେ ଖାଲଖମା ଯୋଗୁ ପଥଚାରୀ ଓ ବାଇକ୍ ଆରୋହୀ ମାନେ ହିନସ୍ତା ହେଉଛନ୍ତି। ବେଳେବେଳେ ବାଇକ୍ ଆରୋହୀ ମାନେ ପାଣିରେ ପଡ଼ି ଯାଉଛନ୍ତି । ଡ୍ରେନେଜ୍ ସିଷ୍ଟମ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ରାସ୍ତାରେ ଡ୍ରେନ୍ ପାଣି ଚାଲୁଛି । ପୂତି ଗନ୍ଧମୟ ପରିବେଶରେ ନାକ ଫଟି ଯାଉଛି । ଦୂରଦୃଷ୍ଟି ଅଭାବରୁ ପୂର୍ବତନ ନଗରପାଳ ଙ୍କ ସମୟରେ କେବଳ ପି ସି ଖାଇବା ଓ ଲୁଟି ଖାଇବା ପାଇଁ ରାସ୍ତା ମଝିରେ ଡ୍ରେନ୍ ଖୋଳା ଯାଇଥିଲା। ପାଣି କେଉଁଠୁ ଆସିବ ଆଉ କେଉଁଆଡେ ଯିବ ? ସେଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଇ ନଥିଲା। ରାସ୍ତା ମଝିରେ ଡ୍ରେନ୍ କରିବା ଦ୍ୱାରା ସବୁଠାରୁ ଚଉଡ଼ା ରାସ୍ତା ଭାବେ ପରିଚିତ ଥିବା ଏହି ୱାର୍ଡର ରାସ୍ତା ସଙ୍କୁଚିତ ହୋଇଗଲା । ପୂର୍ବରୁ ସିମେଣ୍ଟ କଂକ୍ରିଟ (ସି ସି ରୋଡ) ରାସ୍ତା ଥିଲାବେଳେ ସେହି ରାସ୍ତାକୁ ଖୋଳି ତାଡି ପେଭର ରାସ୍ତା କରାଗଲା ।ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର ରାସ୍ତା ହୋଇଥିଲେ ଅସୁବିଧା ହୋଇ ନଥାନ୍ତା । ମଝିରେ ଖଣ୍ଡେ ଖଣ୍ଡେ ପେଭର ରାସ୍ତା ହେବାରୁ କଂକ୍ରିଟ ରାସ୍ତା ନିଚା ହେବା ସହ ଖାଲଖମାରେ ପରିଣତ ହୋଇଗଲା । ଏହି ୱାର୍ଡର ଗୋଡ଼ି ପୋଖରୀ ଛକ ୟୁକୋ ବ୍ୟାଙ୍କ ସମ୍ମୁଖ ରୁ ସିନେମା ହଲ୍ ଛକ, ଛତା ମଠ ଠାରୁ ବଉଳ ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୟୁକୋ ବ୍ୟାଙ୍କ କୁ ଦୈନିକ ଶତାଧିକ ଗ୍ରାହକ ଆସୁଥିବା ବେଳେ ପାଣି କାଦୁଅରେ ପଶି ବ୍ୟାଙ୍କ କୁ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ଏହି ରାସ୍ତାରେ ହିଁ ଅନୁଷ୍ଠିତ ହୁଏ । ତେଣୁ ଆସନ୍ତା ଗଣେଶ ପୂଜା ପୂର୍ବରୁ ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ନିର୍ମାଣ କରାଯିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦୃଢ଼ ଦାବି ହୋଇଛି । ଏ ସମ୍ପର୍କରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି , ଜାଗା ସମସ୍ୟା ପାଇଁ କାମ ଅଟକି ରହିଛି। ଗଣେଶ ପୂଜା ପୂର୍ବରୁ ନିଶ୍ଚିତ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ସଂସ୍କୃତ ସପ୍ତାହ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ନିଆରା ଢଙ୍ଗ ରେ ଜନ୍ମଦିନ ପାଳିଲେ ସମାଜସେବୀ ଦୁର୍ଗା ନାଏକ

Sunil Chandra Nayak

ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା.

Sunil Chandra Nayak

Leave a Comment

error: Content is protected !!