ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ୮୦ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ । ବୈଷୟିକ ଜ୍ଞାନକୌଶଳ ଓ ସାମଜିକ ଗଣ ମାଧ୍ୟମ ର ସଦୁପଯୋଗ କରି ଯୁବ ପିଢ଼ି ଦେଶ ହିତ ପାଇଁ, ନିଜର ଭବିଷ୍ୟତ ପାଇଁ ନେତୃତ୍ୱ ନେବା ର ଆବଶ୍ୟକତା ରହିଛି

ଧର୍ମଗଡରେ ୮୦ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ 

ବୈଷୟିକ ଜ୍ଞାନକୌଶଳ ଓ ସାମଜିକ ଗଣ ମାଧ୍ୟମ ର ସଦୁପଯୋଗ କରି ଯୁବ ପିଢ଼ି ଦେଶ ହିତ ପାଇଁ, ନିଜର ଭବିଷ୍ୟତ ପାଇଁ ନେତୃତ୍ୱ ନେବା ର ଆବଶ୍ୟକତା ରହିଛି

ବୈଷୟିକ ଜ୍ଞାନକୌଶଳ ଓ ସାମଜିକ ଗଣ ମାଧ୍ୟମ ର ସଦୁପଯୋଗ କରି ଆଜିକା GEN/Z ର ଯୁବ ପିଢ଼ି ଦେଶ ହିତ ପାଇଁ, ନିଜର ଭବିଷ୍ୟତ ପାଇଁ ନେତୃତ୍ୱ ନେବା ର ଆବଶ୍ୟକତା ରହିଛି। ନିଜର ଉନ୍ନତି ଓ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବା ନିର୍ଣ୍ଣୟ ନିଜକୁ ନେବାକୁ ହେବ ବୋଲି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ପ୍ରକାଶ କରିଛନ୍ତି।

ଧର୍ମଗଡ ଠାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଆଇଏଏସ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ।

ଭାରତ ସ୍ୱାଧନତାର ଅଗ୍ରଦୂତ ମହାପୁରୁଷ ମାନଙ୍କୁ ଏହି ଅବସରରେ ସେ ସ୍ମରଣ କରିଥିଲେ।

 ଦେଶ ପାଇଁ ଗୌରବ ଆଣି ଥିବା ବ୍ୟକ୍ତିତ୍ଵ ମାନଙ୍କ ର ପ୍ରେରଣାକୁ ନେଇ ଆଗେଇବାକୁ ପଡ଼ିବ। ସ୍ୱାଧୀନତା ର ଅର୍ଥ ଯାହା ଇଚ୍ଛା ତାହା କରିବା ନୁହେଁ ସ୍ୱାଧୀନତାର ଅର୍ଥ ନିଜର ମନ କୁ ନିଜ ଆୟତ୍ତରେ ରଖି ବିକଶିତ ଦେଶ ପାଇଁ ବ୍ରତୀ ହେବାକୁ ସେ ପ୍ରକାଶ କରିଥଲେ।

ଆମର ଇତିହାସ ଆମକୁ ଦେଶ ପ୍ରେମ ଶିକ୍ଷା ଦେଉଛି ତେଣୁ ଦେଶର ବିକାଶ ପାଇଁ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହେବା ବୋଲି ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଆଇଏଏସ, ଆହ୍ବାନ ଦେଇଛନ୍ତି। 

 ସ୍ଵାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୁନ, ସହରରେ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା ଓ ପଡ଼ିଆରେ ଉତ୍ସବ ଶେଷ ହେବା ପରେ ମୁଖ୍ୟ ଅତିଥି ଧର୍ମଗଡ ସ୍ଥିତ ଶକ୍ତି ସଦନ ଗୃହ, ସରକାରି ଡାକ୍ତରଖାନା, ସବ୍ ଜେଲ ଏଵଂ ଯଶୋଦା ଅନାଥ ଆଶ୍ରମ କୁ ଯାଇ ଅନ୍ତେବାସି, ଓ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଅଧ୍ୟାପକ ମାଧବ ଲହଜଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧର୍ମଗଡ ଡିଏସପି ଭର୍ଷିତା ଅଡେପୁ ସମ୍ମାନିତ ଅତିଥିଭାବେ ମଞ୍ଚରେ ରହିଥିଲେ। ଏହି ଅବସରରେ ବ୍ଲକ ଅଧ୍ଯକ୍ଷା ବବିତା ପଟ୍ଟଯୋଶୀ, ଉପାଧ୍ୟକ୍ଷା ଜୁଲି ମେହର,ନଗରପାଳ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନୀଷା ମିଶ୍ର, ସହ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ଶ୍ରେଲି ପ୍ରଧାନ, ସାମଜିକ କର୍ମୀ ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ଆଇନଜିବୀ ରାଜେନ୍ଦ୍ର କୁମାର ମୁନି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ,ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ ପ୍ରମୁଖ ଉପସ୍ଥିତ ଥିଲେ।ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଧାୟକ ଦୁର୍ଗାଙ୍କ ଉପସ୍ଥିତିରେ ତିଲକାନଗର ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ 

masiha

ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି: ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!