ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଠିକ ଭାବେ ବିଜୁଳି ମିଳିବ, ବିଦ୍ୟୁତ୍‌ କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର ।।

ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇବା ପରେ ଏନେଇ ଟାଟା ପାୱାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ-ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଆମକୁ ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ । ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି ।ଶ୍ରୀ ସରକାର କହିଛନ୍ତି ଯେ, ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ । ଦିନ ସମୟରେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ । ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେଣ୍ଟେନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡୁଛି। ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ ।

ଅତ୍ୟଧିକ ବିଲ ଆସୁଥିବା ନେଇ ଅଭିଯୋଗ ଆସୁଥିବା ଅଭିଯୋଗ ମଧ୍ୟ ଠିକ ନୁହେଁ ଟାଟା କଂପାନି ବିଶ୍ୱରେ ଏକ ବିଶ୍ଵସନୀୟ କଂପାନି ହୋଇଥିବାରୁ ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ଟଙ୍କା ମଧ୍ୟ ଅଧିକା ନିଆଯାଉନାହିଁ ବୋଲି ଶ୍ରୀ ଭାସ୍କର ସରକାର କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମରେ ଲକ୍ଷ୍ମୀ ପୂଜା ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ 

Sunil Chandra Nayak

ସମରକଟା ଠାରେ ନୂଆଁଖାଇ ଭେଟଘାଟ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସ୍ତୁତି ଛନ୍ଦା ଚରଣରେ ବନ୍ଧା ଏ ପରାଣ

Sunil Chandra Nayak

Leave a Comment

error: Content is protected !!