ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମିଆ ଅଲ ହବିବ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ !!  

ଜାମିଆ ଅଲ ହବିବ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ !! 

ରିପୋର୍ଟ -ଭାଗବତ ପ୍ରସାଦ 

     ଜଗତସିଂହପୁର ::-ତା 15/8/2026, “ସାରେ ଯାହାଁ ସେ ଆଛା ହିନ୍ଦୁସିତା ହମାରା, ହମ୍ ବୁଲବୁଲ ହୈ ଉସକି ୟେ ଗୁଲସିତା ହମାରା” !ସ୍ୱାଧୀନ ଭାରତର ଗର୍ବ ଗୌରବ ବହନ କରି ରାଷ୍ଟ୍ରୀୟ ଧ୍ବଜା ଉଡିବା ପରେ ଆରମ୍ଭ ହୋଇଥିଲା ରାଷ୍ଟ୍ରୟ ଗାନ “ଜନଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା…..”!ଜୟଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସ୍ୱତନ୍ତ୍ରତା ସେନାନୀଙ୍କ ନାମ !ବନ୍ଦେ ମାତରମ୍ ନାରା ରେ ଉଛୁଳି ଉଠିଥିଲା ପରିବେଶ ! ଏପରି ମାହୋଲ ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲବ୍ଲକ ଅନ୍ତର୍ଗତ , ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ “ଜାମିଆ ଅଲ ହବିବ” ନାମକ ଏକ ଆବାସିକ ଶିକ୍ଷାନୁଷ୍ଠାନରେ ! ଯୋଉଠି ସଂଖ୍ୟାଲଘୁ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ ମାନେ ୮୦ ତମ ସ୍ୱାଧୀନତା ଦିବସ କୁ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ !ଅନୁଷ୍ଠାନର ସି.ଇ. ଓ. ପ୍ରଫେସର ଡଃ ଶେଖ ରିୟାଜତ ହୋସେନ ଅଜହରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ, ସମସ୍ତ ପ୍ରକାର ଭେଦଭାବ କୁ ଭୁଲି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ ବୋଲି ସେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଦେଶପ୍ରେମ ର ଆହ୍ୱାନ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଶେଖ ରୟୀସ ଉଦ୍ଦିନ, ଶେଖ ମୁରସିଦ ଅଲ୍ଲୀ, ଶେଖ ଅକିକ ଉଦ୍ଦିନ ଓ ପ୍ରିନସିପାଲ ବାଦଲ କୁମାର ବିଶ୍ୱାଳ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ! ଏହି ଅବସରରେ ଏଠାରେ ଥିବା ଅବଦୁଲ ରହିମ୍ ସରକାରୀ ଉଚ୍ଚବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନବିକାଶ ନିମନ୍ତେ ସମସ୍ତ କୃତୀ ଛାତ୍ରଛାତ୍ରୀ ଙ୍କୁ ଓଡ଼ିଆ ଏବଂ ଇଂରାଜୀ ଭାଷାର ଅଭିଧାନ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା !ଶେଷରେ ଆସିକ ଖାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !!

Related posts

କିଆପଦର୍, କର୍ଲାପାଟ, କାଣିଗୁମାରେ ନୂତନ ଜିଓ ଟାୱାର ଉଦ୍ଘାଟନି ଉତ୍ସବ

masiha

ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ, ବିଡ଼ିଓ ଓ ସରପଞ୍ଚ

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!