ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

ଥୁଆମୂଳ ରାମପୁର:୨୩/୦୬ – ( ମନିସ) :- ଆଜି ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଓ ସିଓ ଅଜିତ ମିଶ୍ର ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ କରି। ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ସହିତ କାଣିଗୁମା କଫି ବଗିଚା, ଥୁଆମୂଳ ରାମପୁର ର କଫି ବଗିଚା , ନିର୍ମାଣ ଧୀନ ମାଣିକେଶ୍ବରୀ ମନ୍ଦିର, ଥୁଆମୂଳ ରାମପୁର, ହାଲୋପଏଣ୍ଟ, ସିନ୍ଧେର ଜଳପ୍ରପାତ, ଡି ଚେପ୍ଟାଘାଟ ର ପୋଲ ନିର୍ମାଣ କୁ ପରିଦର୍ଶନ କରିବା ସହିତ ତଦାରଖ ଓ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡି ଅନ୍ବେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଡବ୍ଲ୍ୟୁ ଓ ଡିସି ସଭ୍ୟ ଅଭିନାଶ ଠାକୁର, ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକ, ସିଡିପିଓ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ବିଜେଡି ବରିଷ୍ଠ ନେତା ମାଣିକ୍ଯ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

Sunil Chandra Nayak

ମିଡ଼ିଆ କ୍ଲବ ପକ୍ଷରୁ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

masiha

Leave a Comment

error: Content is protected !!