ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଡିବିଟି ମାଧ୍ୟମରେ ଆଜିଠୁ ଭତ୍ତା ପ୍ରଦାନ

କୋକସରା,୧୮/୫- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବୁଧବାର ଠାରୁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକର ୨୨ ପଂଚାୟତ ରେ ଆଜି ଠାରୁ ଡିବିଟି ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରି ଙ୍କୁ ଡିବିଟି ବା ଅନଲାଇନରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ରାଶି ପ୍ରଦାନ କରାଯାଇଛି। ବ୍ଲକ ର ବିଭିନ୍ନ ପଂଚାୟତ ରେ ରହିଥିବା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ ଏହାର ଶୁଭାରମ୍ଭ ହୋଇଛି। ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ସିଧାସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କୋକସରା ବ୍ଲକ ର ୨୨ ପଞ୍ଚାୟତ ର ୬୧୪୬ ଜଣ ହିତାଧିକାରୀ ଙ୍କୁ ଡିବିଟି ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ଥିବା ନେଇ କୋକସରା ବି.ଏସ.ଏସ.ଓ ଦୀପକ କୁମାର ବେହେରା ସୂଚନା ଦେଇଛନ୍ତି।

Related posts

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ

Sunil Chandra Nayak

Leave a Comment

error: Content is protected !!