ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି କଲେ ଅନୁମୋଦନ କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ରାଷ୍ଟ୍ରପତି କଲେ ଅନୁମୋଦନ

କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ବିଷ୍ଣୁ ଚରଣ ସ୍ୱାଇଁ)-ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି ମରଣୋତ୍ତର ସମେତ ୭୮ ଟି ବୀରତ୍ୱ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି । ଏପରିସ୍ଥଳେ ଓଡ଼ିଶାର ଜଣେ ମାତ୍ର ଭାବେ କଳାହାଣ୍ଡି ପୁଅ ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ଚୟନ ହୋଇଛନ୍ତି। ଯାହାକୁ ନେଇଁ କଳାହାଣ୍ଡି ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ,ଗତ ସେପ୍ଟେମ୍ବର ୨୦୨୫ରେ ମେଜର ପାଣି କାଶ୍ମୀର ଠାରେ ଅପ୍ରେସନ “ଗୁଡ୍ଡର”ରେ ଲିଡ଼ ନେଇଁ ଆତଙ୍କବାଦୀ ରେହମାନ ଭାଇ (କେଟାଗୋରୀ (ବର୍ଗ) ଏ++ଅଫ ଲଶକର-ଇ-ତାଇୱା)କୁ ହତ୍ୟା କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଏହି ବୀରତ୍ବ ସେନାପଦକ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ। ମେଜର ପାଣିଙ୍କ ଜନ୍ମସ୍ଥାନ କଳାହାଣ୍ଡି ଜିଲା ଜୁନାଗଡ଼ ସହର ହିଞ୍ଜଳିବାହାଲି ଛକ (ଇଲେକ୍ଟ୍ରି ଗ୍ରୀଡ଼) ସମ୍ମୁଖରେ ହୋଇଥିବାବେଳେ ସେ ତାଙ୍କ ମାଁ ଶିକ୍ଷୟତ୍ରୀ ରାଜକୁମାରୀ ପାଣିଙ୍କ ସହ ରହୁଛନ୍ତି। ବର୍ତ୍ତମାନ ମେଜର ପାଣି ରାଜସ୍ଥାନ ରାଜ୍ୟ ଜୟପୁରରେ କାର୍ଯ୍ୟରତ ଅଛନ୍ତି।

ଫୋଟୋ-ମେଜର ସୁଧାଂଶୁ ପାଣି

Related posts

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର: ଦାବି ନ ମାନିଲେ ଖୋଲିବୁନି ସ୍କୁଲ୍ ,ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା

masiha

Leave a Comment

error: Content is protected !!