ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ୍ ସେବାର ସମ୍ପ୍ରସାରଣ ବିଏସଏନଏଲର ନୂତନ ପଦକ୍ଷେପ ୧ ଟଙ୍କାରେ ମିଳୁଛି ସିମ 

ଡିଜିଟାଲ୍ ସେବାର ସମ୍ପ୍ରସାରଣ ବିଏସଏନଏଲର ନୂତନ ପଦକ୍ଷେପ ୧ ଟଙ୍କାରେ ମିଳୁଛି ସିମ 

କଳାହାଣ୍ଡି ଜିଲ୍ଲା,ଭବାନୀପାଟଣା ସଦର ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିଏମଙ୍କ ସୂଚନା କଳାହାଣ୍ଡି ଜିଲ୍ଲା ଓ ନୂଆପଡା ଜିଲ୍ଲାରେ ହେବ ୩୭ ଟି ଟାୱାର ଗଠିତ ହେବ I ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ,ସୁରକ୍ଷିତ,ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ ଗ୍ରାହକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜିଟାଲ୍ ସଂଯୋଗୀକରଣ ପ୍ରଦାନ କରିବା ଆରମ୍ଭ କରିଛି I ଏପରିସ୍ଥଳେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ନୂତନ ଗ୍ରାହକ କେନ୍ଦ୍ରିକ ଡିଜିଟାଲ୍ ପଦକ୍ଷେପ ଉପରେ ଘୋଷଣା କରିଛି I ଏ ନେଇ ଶୁକ୍ରବାର ଦିନ ଭବାନୀପାଟଣା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏନଏଲ୍ ଡିଜିଏମ ପୁରୁଷୋତ୍ତମ ମାଝୀ ସୂଚନା ଦେଇଛନ୍ତି I “ଆତ୍ମନିର୍ଭର ଭାରତ” ଏବଂ “ଡିଜିଟାଲ୍ ଇଣ୍ଡିଆ”ର ସ୍ୱପ୍ନ ଦ୍ୱାରା ଅନୁପ୍ରାଣିତ ହୋଇ,ବିଏସଏନଏଲ୍ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଗ୍ରାହକ-କେନ୍ଦ୍ରିକ ନବସୃଜନ ସହାୟତାରେ ଏକ ସୁଦୃଢ଼ ତଥା ଭବିଷ୍ୟତ ଉପଯୋଗୀ ଦୂରସଞ୍ଚାର ନେଟୱର୍କ ଗଠନ କରିବାକୁ ସଂକଳ୍ପବଦ୍ଧ ରହିଛି I କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ପୂର୍ବରୁ ବିଏସଏନଏଲ୍ ର ୧୪୦ ଟି ଟାୱାର ଥିବାବେଳେ ପରବର୍ତ୍ତୀ ସମୟରେ ଡିଜିଟାଲ ଭାରତ ନିଧି (ଡିବିଏନ) ଯୋଜନାରେ କଳାହାଣ୍ଡି ଜିଲ୍ଲା ପାଇଁ ୧୦୧ ଟି ଓ ନୂଆପଡା ଜିଲ୍ଲା ପାଇଁ ୩୨ ଟି ଟାୱାର କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତିମାନ ନୂତନ ଭାବେ କଳାହାଣ୍ଡି ଜିଲ୍ଲାରେ ୩୧ ଟି ଓ ନୂଆପଡା ଜିଲ୍ଲାରେ ଡିବିଏନ ଯୋଜନାରେ ୬ ଟି ଟାୱାର କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି I ଏହାଦ୍ବାରା ସ୍ଥାନୀୟ ଉପଭୋକ୍ତା ମାନେ ବିଏସଏନଏଲ୍ ସେବା ପାଇଁ ଉପକୃତ ହେବେ I ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱାଧୀନତା ଦିବସ ସ୍ୱତନ୍ତ୍ର ଅଫର ଭାବେ ୧ ଟଙ୍କାରେ ସିମ ଦିଆଯିବା ସହ ଏଥିରେ ୨୪ ଦିନ ପ୍ରର୍ଯ୍ୟନ୍ତ ଦୈନିକ ୧ଜିବି ଡାଟା,ଶହେ ଏସଏମଏସ,ଅନ ଲିମିଟେଡ଼ ଭଏସ କଲ ସମେତ ୨୪ ଦିନ ଭେଳିଡିଟୀ ରହିଛି I ସେହିପରି ଫାଇବର ଅଫରରେ ମାସକୁ ୧୧୧୧ଟଙ୍କାରେ ଇଣ୍ଟରନେଟ ସ୍ପୀଡ଼ ୨ ଶହ ଏମବିପିଏସ,୫ହଜାର ଜିବି ଡାଟା ପ୍ରମୁଖ ସୁବିଧା ରହିଛି । ଏହି ଅଫର ଟି ଆସନ୍ତା ୧୨ ସେପ୍ଟେମ୍ବର ଯାଏ ରହିବ ବୋଲି ସୂଚନା ଦିଆଯାଇଛି I ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କ ଅନୁଭୂତିକୁ ବଢ଼ାଇବା,ଡିଜିଟାଲ୍ ସେବାର ସମ୍ପ୍ରସାରଣ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟାଧୁନିକ ସଂଯୋଗୀକରଣ ତଥା ମନୋରଞ୍ଜନକୁ ସହଜଲବ୍ଧ କରାଇବା I ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏସଏନଏଲ୍ ଏଜିଏମ ବିପିନ ବିହାରୀ ପଟ୍ଟନାୟକ,ଏସଡିଇ କେ ବି ନାୟକ,ଜେଟିଓ ହିମାଂଶୁ କୁମାର ବେହେରା,ଅମ୍ରେଶ ପଣ୍ଡା ଓ ଜେଏଓ ପ୍ରମୋଦ କୁମାର କାଲୁ ପ୍ରମୁଖ ଉପସ୍ଥିତ ରହିଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ତିର୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନଙ୍କୁ ସମ୍ମାନିତ କଲେ ଓଜା ଓଡିଶା 

Sunil Chandra Nayak

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

masiha

ମୋଟରସାଇକେଲରୁ ପଡି ମହିଳା ମୃତ 

masiha

Leave a Comment

error: Content is protected !!