ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

ଜଳେଶ୍ଵର,୧୬/୮(ମନିସ)-, ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ ହୋଇଯାଇଛି।ସମାଜସେବୀ ତଥା କୃଷକ ନେତା ଜଗଦୀଶ ପ୍ରଧାନ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ବନ୍ଦେ ମାତରଂ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ଦତ୍ତଙ୍କ ପୌରହିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ହାଇକୋର୍ଟର ଆଇନଜୀବୀ ସୁକୁମାର ରଣା,ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଏସ.ଆଇ ପ୍ରଫୁଲ୍ଲ କୁମାର ଗିରି,ବିଶେଷ ଅତିଥି ରୂପେ ନାରୀ ନେତ୍ରୀ ସୁମତି ରାଣୀ ଦେ,ନାଏବ ସରପଞ୍ଚ କଳ୍ପନା ଜେନା,ସୁଧୀର ଜେନା,ସତ୍ୟଭାମା ରଣା,ମଞ୍ଜୁ ରାଣୀ ପଣ୍ଡିତ,ସତ୍ୟ ଦାଶ,ସପନ ରଣା,ସଞ୍ଜୀବ ପ୍ରଧାନ,ସଂଚୟିତା ରଣା,ୱାର୍ଡ ସଭ୍ୟା ସୁନୀତା ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଶ୍ରୀ ଅରବିନ୍ଦ ପୂ୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଦେବ ପ୍ରସାଦ ଜେନା ଓ ଗୁରୁଜୀ ବ୍ରଜ କିଶୋର ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ପ୍ୟାରେଡ୍ କରିବା ପରେ ଶେଷରେ ସତ୍ୟରଞ୍ଜନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଂଜନ ଦାସଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!