ଭାରତୀୟ ଜନତା ପାର୍ଟି ବାଲେଶ୍ଵର (ଉତ୍ତର) ଜିଲ୍ଲା କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଜଳେଶ୍ଵର,୧୬/୮(ମନିସ)-ସାରା ଦେଶରେ ଧୂମଧାମରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ, ଭାରତୀୟ ଜନତା ପାର୍ଟି ବାଲେଶ୍ଵର (ଉତ୍ତର)ର ନୂତନ ଜିଲ୍ଲା କାର୍ଯ୍ୟାଳୟଠାରେ ସମ୍ମାନ ଓ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲା ସଭାପତି ଡ.ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଦଳର ଦେବ ଦୁର୍ଲ୍ଲଭ କର୍ମକର୍ତ୍ତାଙ୍କ ଗହଣରେ ଏକତା, ଭଲପାଇବା ଓ ଦେଶ ସେବାର ବାର୍ତ୍ତା ସହ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ମୋହନ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ଦାସ ଓ ସୁମତି ରାଣୀ ଦେ,ଜିଲ୍ଲା ଉପସଭାପତି ବାସୁଦେବ ପଣ୍ଡା,ଜିଲ୍ଲା ସମ୍ପାଦକ କାଳୀ ଚରଣ ଦାସ,ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଫାଲଗୁନି ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ୍ ଖଟୁଆ, ତାପସ ରଞ୍ଜନ ପାଣିଗ୍ରାହୀ ଓ ଦିବ୍ୟେନ୍ଦୁ ଦେ, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ଅନୁପ କୁମାର ପ୍ରଧାନ, ନଗର ସଭାପତି ଶିବ ନାରାୟଣ ମହାପାତ୍ର,ବନମାଳୀ ଧଳ,ବିଶ୍ୱ ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ପ୍ରଗତି ଓ ସଂଗଠନର ମଜବୁତ୍ ପାଇଁ ସଂକଳ୍ପ ନେଇଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

