ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସଚେତନତା ସଭା ଅନୁଷ୍ଠିତ 

ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସଚେତନତା ସଭା ଅନୁଷ୍ଠିତ 

ଜୁନାଗଡ଼ -୧୭/୮(ମନୀସ) ଜୁନାଗଡ଼ ବ୍ଲକ କୁଳିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l 

ମାନ୍ୟବର ସିଭିଲ ଜଜ ଜୁନିଅର ଡିଭିଜନ ତଥା ଚେରମେନ ତାଳୁକା ଲିଗାଲ ସାର୍ଭିସ କମିଟି ଜୁନାଗଡ଼ ଶ୍ରୀ ଦିପେନ୍ଦ୍ର ସିଂ ରାଠୋର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ 

ଜୁନାଗଡ଼ ଓକିଲ ସଙ୍ଘ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଟି ଏଲ ଏସ ସି ସଦସ୍ୟ ଓକିଲ ମିଳାପ ଜୈନ ଓ କାମାକ୍ଷ ବାଗ ଓ ଜୁନାଗଡ଼ ଥାନା ଏସ ଆଇ ଶ୍ରୀ ତପନ କାଲୋ ଯୋଗଦାନ ଦେଇ ଥିଲେ l ପ୍ରଧାନ ଶିକ୍ଷକ ବିଜୟ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l 

ଏହି କାର୍ଯ୍ୟକ୍ରମ ରେ ଛlତ୍ରଛାତ୍ରୀ ମାନଙ୍କୁ ଆଇନ ସମ୍ୱନ୍ଧୀୟ ସଚେତନତା ସୃଷ୍ଠି କରାଯାଇଥିଲା ଓ ଶେଷରେ ବିଦ୍ୟାଳୟ ପରିସରରେ ମାନ୍ୟବର ବିଚାରପତି ବୃକ୍ଷ ରୋପଣ କରିଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧରାକୋଟ ବ୍ଲକ ଠିକାଦାର ସଂଘ ବୈଠକ

ବାବାସାହେବ ଥିଲେ ସମଗ୍ର ବିଶ୍ବର ଆଲୋକବର୍ତ୍ତିକା ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଓ ଭବ୍ୟ ସମାରୋହ

Sunil Chandra Nayak

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

Leave a Comment

error: Content is protected !!