ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନଫେରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କ୍ୟାବିନେଟ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଟାଟା ପାୱାର ବାରଙ୍ଗ ତହସିଲରେ ଥର୍ମାଲ ପାୱାର ପ୍ଲାଂଟ ପାଇଁ ଇଡ଼କୋ ଠାରୁ ଜମି ନେଇଥିଲା । ତେବେ ଟାଟା ପାୱାର ପ୍ରକଳ୍ପ କରିନଥିବାରୁ ତାହାଠାରୁ ଇଡ଼କୋ ୮୭୧.୪୨୭ ଏକର ଜମି ଫେରାଇ ନେବା ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି । ସେହିପରି ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ଼କୋକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ରାଜ୍ୟର ୨୪ଟି ବେସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିଛି ।

ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏହାଛଡ଼ା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଅତିରିକ୍ତ ଆୟକଟ ପାଇଁ ଫାଇନାନ୍ସିଆଲ ବିଡ଼କୁ କ୍ୟାବିନେଟର ମୋହର ଲଗାଇଛନ୍ତି । ସେହିପରି ଇ-ପ୍ରଶାସନ ଓ ଆଇଟି ଭିତିଭୂମି ନିମନ୍ତେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ରେଫେରାଲ ବିଭାଗ ଭାବେ ଗ୍ରହଣ କରିବାକୁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏହାଛଡ଼ା ଅନେକ ଗୁଡ଼ିଏ ପାଇପ ପାଣି ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି । ସେହିପରି ପୁରୀରେ ମଠଗୁଡ଼ିକର ଥଇଥାନ ପାଇଁ ଜମିର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ଛାଡ଼ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତି ନେଇଛନ୍ତି । ସମ୍ବଲପୁରରେ ହେବାକୁ ଥିବା ଦ୍ୱିତୀୟ ସୈନିକ ସ୍କୁଲ ପାଇଁ ସରକାର ୧୦୦ ଏକର ଜମି ଯୋଗାଇବା ସହ ଗ୍ରାଉଣ୍ଡ ରେଟ ବାବଦରେ ବାର୍ଷିକ ଏକର ପିଛା ମାତ୍ର ୧ ଟଙ୍କା ଲେଖାଏଁ ନେବେ । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରଥମ ଥର ପାଇଁ କଳାହାଣ୍ଡି ହକିଟିମ୍ ର ନେହେରୁ କପ୍ ହକି ଚାମ୍ପିଅନସିପ ରେ ଭାଗ ନେବା ପାଇଁ ରାଉରକେଲା ଗସ୍ତ

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!