ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

 ପ୍ରଶିକ୍ଷଣ ଶିକ୍ଷାର୍ଥୀ ମାନଙ୍କୁ ସମାଜ କଲ୍ୟାଣରେ ବ୍ରତୀ କରେ 

ଗୋଲାମୁଣ୍ଡା : ତା ୧୯.୮.୨୦୨୬ ସ୍ଥାନୀୟ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥ ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ୍ ସଂଯୋଜକ ଓ ପ୍ରାଥମିକ ସହାୟତା ପ୍ରଶିକ୍ଷକ ତଥା ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଯୁବ ରେଡକ୍ରସର ଶପଥ ପାଠ କରାଇ ରେଡକ୍ରସର ଇତିହାସ, ବିକାଶ, ଚିହ୍ନ, ମୌଳିକ ନୀତି ବିଷୟରେ ଆଲୋଚନା କରିବା ସହ ପ୍ରାଥମିକ ସହାୟତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯୁବ ରେଡକ୍ରସ ପରାମର୍ଶ ଦାତା କ୍ଷୀରସିନ୍ଧୁ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ପ୍ରବୀର କୁମାର ରାୟ , ବୈକୁଣ୍ଠ ପଟେଲ , ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରମୋଦ ମହାନ୍ତି ଓ ସନ୍ତୋଷ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Related posts

ପ୍ରଶାସନିକ କୋର୍ଟ ଅଚଳ ପ୍ରସଙ୍ଗ : ବିଧାନସଭାରେ ପ୍ରସଙ୍ଗ ଉଠେଇଲେ ଉମରକୋଟ ବିଧାୟକ 

Sunil Chandra Nayak

ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩

masiha

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

masiha

Leave a Comment

error: Content is protected !!