ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ସମାଜ ଗଠନ ପାଇଁ ଗୁଣୁପୁରରେ ସଚେତନତା କାର୍ଯ୍ୟକ୍ରମ ମହର୍ଷି ଗୁରୁକୁଳ ମହାବିଦ୍ୟାଳୟରେ ନିଶାମୁକ୍ତି ପ୍ରତିଜ୍ଞା ଓ ରକ୍ଷାବନ୍ଧନ ଉତ୍ସବ

ନିଶାମୁକ୍ତ ସମାଜ ଗଠନ ପାଇଁ ଗୁଣୁପୁରରେ ସଚେତନତା କାର୍ଯ୍ୟକ୍ରମ
ମହର୍ଷି ଗୁରୁକୁଳ ମହାବିଦ୍ୟାଳୟରେ ନିଶାମୁକ୍ତି ପ୍ରତିଜ୍ଞା ଓ ରକ୍ଷାବନ୍ଧନ ଉତ୍ସବ

ଗୁଣୁପୁର: ସ୍ଥାନୀୟ ମହର୍ଷି ଗୁରୁକୁଳ ମହାବିଦ୍ୟାଳୟ ପରିସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଗୁଣୁପୁର ସେବାକେନ୍ଦ୍ର ପକ୍ଷରୁ ‘ନିଶାମୁକ୍ତ ପ୍ରତିଜ୍ଞା ଅଭିଯାନ’ ଓ ‘ରକ୍ଷାବନ୍ଧନ’ ଭଳି ଦୁଇଟି ଆଧ୍ୟାତ୍ମିକ ଓ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ପବିତ୍ର ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଜ୍ଞାନରେ ଅନୁପ୍ରାଣିତ ତଥା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଯୁବପିଢ଼ି ନିଶା ଭଳି କୁଅଭ୍ୟାସଠାରୁ ଦୂରେଇ ଆତ୍ମଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ମାର୍ଗ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ।

ଗୁଣୁପୁର ବ୍ରହ୍ମକୁମାରୀ ସେବାକେନ୍ଦ୍ରର ସଞ୍ଚାଳିକା ଭଗିନୀ ରିତା ରକ୍ଷାବନ୍ଧନର ଆଧ୍ୟାତ୍ମିକ ମହତ୍ତ୍ୱ ଓ ଏହା ପଛରେ ଥିବା ମାନବିକ ମୂଲ୍ୟବୋଧ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସେ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ପବିତ୍ରତା, ପରସ୍ପର ସମ୍ମାନ ଓ ନୈତିକ ଦାୟିତ୍ୱର ଭାବନାକୁ ଦୃଢ଼ କରିବା ସହିତ ସମାଜରେ ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବି.କେ. ଜ୍ୟୋତି, ବି.କେ. ସେବତୀ, ବି.କେ. ଗୁଣାୟା ଓ ବି.କେ. ସୌଦାମିନୀଙ୍କ ସମେତ ବ୍ରହ୍ମକୁମାରୀ ସେବାକେନ୍ଦ୍ରର ଅନ୍ୟ ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଏକତ୍ରିତ ହୋଇ ନିଶାମୁକ୍ତ ଭାରତ ଓ ସୁସ୍ଥ, ସୁନ୍ଦର ତଥା ମୂଲ୍ୟବୋଧ ସମ୍ପନ୍ନ ସମାଜ ଗଠନ ପାଇଁ ଦୃଢ଼ ପ୍ରତିଜ୍ଞା ନେଇଥିଲେ।

ବକ୍ତାମାନେ କହିଥିଲେ ଯେ ଯୁବପିଢ଼ି ହେଉଛି ଦେଶର ଭବିଷ୍ୟତ। ତେଣୁ ଯୁବସମାଜକୁ ନିଶାମୁକ୍ତ କରିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମଜ୍ଞାନ, ଆତ୍ମସଂଯମ ଓ ସକାରାତ୍ମକ ଚିନ୍ତାଧାରାର ବିକାଶ ହେଲେ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ସମ୍ଭବ।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ରକ୍ଷାବନ୍ଧନର ପବିତ୍ରତା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାରିତ କରାଯାଇଥିଲା। ଏଭଳି ସଚେତନତାମୂଳକ ପଦକ୍ଷେପ ଯୁବପିଢ଼ିଙ୍କୁ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ଜୀବନ ଆପଣାଇବା ପାଇଁ ପ୍ରେରଣା ଯୋଗାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

Sunil Chandra Nayak

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

Leave a Comment

error: Content is protected !!