ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ହାତୀ ନଦୀ ରେ ବନ୍ୟା ପରିସ୍ଥିତି ! ଇନ୍ଦ୍ରାବତୀ ଜଳ ଭଣ୍ଡାର ହାତୀ ବ୍ୟାରେଜ ରୁ ଛଡ଼ାଗଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ସ ବନ୍ୟା ଜଳ ନିଷ୍କାସନ….

କଳାହାଣ୍ଡି:ହାତୀ ନଦୀ ରେ ବନ୍ୟା ପରିସ୍ଥିତି !

ଇନ୍ଦ୍ରାବତୀ ଜଳ ଭଣ୍ଡାର ହାତୀ ବ୍ୟାରେଜ ରୁ ଛଡ଼ାଗଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ।

ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ସ ବନ୍ୟା ଜଳ ନିଷ୍କାସନ….

ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଜୟପାଟଣା ଓ କଲମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ ରାତିଠାରୁ ଜାରି ରହିଥିବା ପ୍ରବଳ ବର୍ଷାର ପ୍ରଭାବରେ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ଜଳଗ୍ରହଣ ଅଞ୍ଚଳରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜର ୪ଗୋଟି ଗେଟ୍ ରୁ ବନ୍ୟାଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ହାତୀ ବ୍ୟାରେଜରୁ ପ୍ରତି ସେକେଣ୍ଡରେ ପ୍ରାୟ ୪୧୨ କ୍ୟୁମେକ୍ସ ଜଳ ଛଡ଼ାଯାଉଥିବା ଜଣାପଡ଼ିଛି।

ଗତକାଲି ଠାରୁ ଇନ୍ଦ୍ରାବତୀ ଉପର ମୁଣ୍ଡ ଓ ଜୟପାଟଣା ଅଞ୍ଚଳରେ ପ୍ରାୟ ୨୮୦ ମିମି ବର୍ଷା ରେକର୍ଡ ହୋଇଥିବା ଜଣାଯାଇଛି।ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳ ସ୍ତର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଇନ୍ଦ୍ରାବତୀ ପ୍ରକଳ୍ପ ରୁ ବିଦ୍ୟୁତ ଜେନେରେସନ ବନ୍ଦ କରି ଦିଆଯାଇଛି ଏଵଂ ମଙ୍ଗଳପୁର ହାତୀ ବ୍ୟାରେଜ ର ୪ଗୋଟି ଗେଟ୍ ଖୋଲି ଦିଆଯାଇଛି।

ଏହାର ପ୍ରଭାବରେ ଜୟପାଟଣା ସହରରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବା ଖବର ଆସୁଥିବା ବେଳେ କଲମପୁର ବ୍ଲକର ବିରିପୁର,କର୍ମେଲ, ଟେମରା, ବାଲିଛଡ଼ା ସମେତ ହାତୀ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି। ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ନଦୀ ମଧ୍ୟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।ପରିସ୍ଥିତି ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବେଳେ ଜଳସ୍ତର ବୃଦ୍ଧି ହେଲେ ତଳିଆ ଅଞ୍ଚଳବାସୀଙ୍କୁ ଆହୁରି ସତର୍କ କରାଯିବାର ସମ୍ଭାବନା ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Sunil Chandra Nayak

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ବାଣୁଆଗୁଡା ଶିକ୍ଷକ ଙ୍କ ଅକାଳ ବିୟୋଗ 

masiha

Leave a Comment

error: Content is protected !!