ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରାବଣ ମାସର ଶେଷ ସୋମବାରରେ ଡାବୁଗାଁର ସମସ୍ତ ଶୈବ ପୀଠରେ କାଉଡିଆମାନଙ୍କ ଭିଡ:କେଲିଆ ଶୈବ ପୀଠରେ ପ୍ରବଳ ଭିଡ 

ଶ୍ରାବଣ ମାସର ଶେଷ ସୋମବାରରେ ଡାବୁଗାଁର ସମସ୍ତ ଶୈବ ପୀଠରେ କାଉଡିଆମାନଙ୍କ ଭିଡ:କେଲିଆ ଶୈବ ପୀଠରେ ପ୍ରବଳ ଭିଡ 

ନବରଙ୍ଗପୁର:(୨୪|୮)(ଧୃତି ରଞ୍ଜନ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ସାରା ସମସ୍ତ ଶୈବପୀଠରେ କାଉଡିଆ ମାନଙ୍କ ଭିଡ ପରିଲକ୍ଷିତ ହେଉଥିବା ବେଳେ ରାସ୍ତା ସାରା ବୋଲବମ ଶବ୍ଦରେ ପ୍ରକମ୍ପିତ ହୋଇ ଉଠି ଥିଲା ସାରା ସହର, ରାସ୍ତା ଘାଟ l ଯୁବକ,ଯୁବତୀ, ଛୋଟ ଝିଅ, ପୁଅ ସମସ୍ତେ ଆଗ୍ରହର ସହିତ କାଉଡିରେ ଜଳ ନେଇ ଶିବ ମହାପ୍ରଭୁଙ୍କ ଉପରେ ଜଳାଭିଷେକ କରିଥିଲେ l ସମସ୍ତ ଶୈବପୀଠରେ ଜଳାଭିଷେକ କରିବା ପାଇଁ ଭକ୍ତ କାଉଡିଆ ମାନଙ୍କ ଗହଳି ପରିଲକ୍ଷିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ କେଭିଆ ବାବା ଝାଡେଶ୍ୱର ଶୈବପୀଠରେ ଭିଡକୁ ଆଖି ଆଗରେ ରଖି ଡାବୁଗାଁ ଥାନା ଅଧିକାରୀ ଲଚିମି ପରଜାଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ମନ୍ଦିର ପରିଚାଳନା କମିଟି ଦ୍ଵାରା ଶାନ୍ତି ଶୃଙ୍ଖଳାରେ ବାରିକେଟ ସାହାଯ୍ୟରେ ଧାଡ଼ି ଧାଡ଼ି ହୋଇ ଯାଇ ବାବା ଝାଡେଶ୍ୱର ମହାଦେବଙ୍କ ମୁଣ୍ଡରେ ଜଳାଭିଷେକ କରିଥିଲେ l ଉକ୍ତ ସ୍ଥାନକୁ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ଜିଲ୍ଳା ପରିଷଦ ସଭ୍ଯ ଗୁପ୍ତା ବିଶୋଇ, ଡାବୁଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ବୀଣା ମାଝୀ, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରl ଓ ସରପଞ୍ଚ ପ୍ରତିନିଧି କର୍ଣ୍ଣ ଭତ୍ରl, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ମିଶ୍ର, ବିଜେଡି ଜିଲ୍ଲା ସମ୍ପାଦକ ଆର୍ ପ୍ରକାଶ ରାଓ, କଂଗ୍ରେସ ବ୍ଳକ ସଭାପତି ଜି.ସାଇ ରାଜୁ, ଡାବୁଗାଁ ପୂର୍ବତନ ବରିଷ୍ଠ ଲୋକପ୍ରିୟ ନେତା ତଥା ବିଧାୟକ ଭୂଜବଳ ମାଝୀ, କଂଗ୍ରେସ ଜିଲ୍ଳା ସଭାପତି ସୁଶ୍ରୀ ଡାଃ ଲିପିକା ମାଝୀ, ପୂର୍ବତନ ଜିଲ୍ଳା ପରିଷଦ ସଭ୍ଯ ବଂଶୀଧର ମାଝୀ, ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଭାଗୀରଥୀ ଭତ୍ରl, ପଦ୍ମଚରଣ ମାଝୀ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କ ନିମନ୍ତେ ମନ୍ଦିର କମିଟିର ସହଯୋଗରେ ଆଞ୍ଚଳିକ ସେବାଦଳଙ୍କ ମୁଖ୍ୟ ଉତ୍ତମ ପ୍ରଧାନ ଓ ତାଙ୍କ ସହଯୋଗୀ ମାନଙ୍କ ସହୟତାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଲୋକପ୍ରିୟ ବିଧାୟକ ଶ୍ରୀ ରନ୍ଧାରୀ, ପୂର୍ବତନ ବିଧାୟକ ଶ୍ରୀ ମାଝୀ, କଂଗ୍ରେସ ଜିଲ୍ଳା ସଭାପତି ସୁଶ୍ରୀ ମାଝୀ ନିଜେ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କୁ ନିଜ ହାତରେ ପ୍ରସାଦ ବାଣ୍ଟି ଖୁସି ପ୍ରକଟ କରିଥିଲେ ll

ନବରଙ୍ଗପୁର ଜିଲ୍ଲାରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

masiha

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

Leave a Comment

error: Content is protected !!