ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ଅଗଷ୍ଟ ୩୧ତାରିଖ ସରଗଡା ଜି ପିରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

ଚଳିତ ଅଗଷ୍ଟ ୩୧ତାରିଖ ସରଗଡା ଜି ପିରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

ରାଇରଙ୍ଗପୁର ତା ( ଅକ୍ଷୟ ବିଶ୍ବାଳ) ୨୪-୦୮-୨୦୨୬ରିଖ ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଅଗଷ୍ଟ ମାସ ପଞ୍ଚମ ସୋମବାର ତା ୩୧-୦୮-୨୦୨୬ ରିଖ ବାମନଘାଟୀ ଉପଖଣ୍ଡସ୍ଥ ବିଜାତଳା ବ୍ଲକର ସରଗଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ.କାର୍ଯ୍ୟ ସୂଚୀ ଅନୁଯାୟୀ ଉକ୍ତ ଜନ ଶୁଣାଣି ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। 

ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀ ଓ ବିଜାତଳା ବ୍ଲକର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରାଯିବ। 

ଏଣୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଂଚଳର ଜନସାଧାରଣବୃନ୍ଦ ନିର୍ଧାରିତ ସ୍ଥାନ,ତାରିଖ ଓ ସମୟରେ ଉପସ୍ଥିତ ହୋଇ ନିଜ ନିଜର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗ ପତ୍ର ଗୁଡିକ ଦାଖଲ କରିପାରିବେ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚୀତ କରାଯାଉଛି।

Related posts

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

masiha

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ସୁଧୀର ସାବତ ମନୋନୀତ

Sunil Chandra Nayak

Leave a Comment

error: Content is protected !!