ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ ଜୁନିୟରରେ ଦଳଗତ ବିଜେତା, ସିନିୟରରେ ଉପବିଜେତା ଭାବେ ଟ୍ରଫି ହାତେଇଲା ସୁନ୍ଦରଗଡ଼ ଉଷୁ ଦଳ

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ
ଜୁନିୟରରେ ଦଳଗତ ବିଜେତା, ସିନିୟରରେ ଉପବିଜେତା ଭାବେ ଟ୍ରଫି ହାତେଇଲା ସୁନ୍ଦରଗଡ଼ ଉଷୁ ଦଳ

ରାଉରକେଲା ୨୫/୮, ବେଲପାହାଡ଼ ସ୍ଥିତ ହୋଟେଲ ସନ୍‌ସିଟି ପ୍ୟାଲେସ୍‌ଠାରେ ତିନିଦିନ ଧରି ଚାଲିଥିବା ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ ଜଣ କ୍ରୀଡ଼ାବିତ୍‌ ଓ ୫୦ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।

    ସ୍ପୋର୍ଟସ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ (SWAS)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ କ୍ରୀଡ଼ାବିତ୍‌ ଏବଂ ୨ ଜଣ ଅଧିକାରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ।

   ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ୭ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି କାଂସ୍ୟ ପଦକ ହାସଲ କରିବା ସହ ଦଳଗତ ବିଜେତା ଟ୍ରଫି କ୍ରମାଗତ ଦ୍ୱିତୀୟ ଥର ପାଇଁ ହାତେଇଛି। ସେହିପରି ସିନିୟର ବର୍ଗରେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଦଳଗତ ଉପବିଜେତା ଟ୍ରଫି ଅର୍ଜନ କରିଛି।

      ସବ୍‌-ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ହାସଲ କରି ୪ର୍ଥ ସ୍ଥାନରେ ରହିଛି।   ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥଙ୍କ ସମେତ ଉପସଭାପତି ଟିକା ବାହାଦୁର ପ୍ରତିଯୋଗିତାରେ ଟେକ୍ନିକାଲ୍‌ ଅଫିସିଆଲ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ସୁନ୍ଦରଗଡ଼ ଉଷୁ ଦଳର ଏହି ସଫଳତା ପାଇଁ ଜିଲ୍ଲା ଉଷୁ ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର ଅଫ୍ ସ୍ପୋର୍ଟସ୍‌ ସୁଦୀପ୍ତ ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ ମିଶ୍ର, ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ରାଇମା କ୍ଲବ୍‌ର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ ଏବଂ କ୍ରୀଡ଼ାପ୍ରେମୀ ଓ. ପି. ସିଂହ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ବୋଡେ଼ନ ଚାମ୍ପିୟାନ

masiha

ଫୁଟବଲ ଟୁର୍ନାମେଣ୍ଟ: ରଜାପଡ଼ା ଦଳ ଚାମ୍ପିୟନ 

Sunil Chandra Nayak

ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍ସ ତାଏକୋଣ୍ଡୋ: ସାନା ଫାତିମା ଓ ଆକାଶ ପଣ୍ଡା ଙ୍କୁ କାଂସ୍ୟ ପଦକ l ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!