ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ୟୋନେକ୍ସ-ସନରାଇଜ୍ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡ଼. ଭବାନୀ ଶଙ୍କର ନିଆଲ

ୟୋନେକ୍ସ-ସନରାଇଜ୍ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡ଼. ଭବାନୀ ଶଙ୍କର ନିଆଲ

ଭବାନୀପାଟଣା, ୨୫/୮ ଭବାନୀପାଟଣା ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ୟୋନେକ୍ସ-ସନରାଇଜ୍ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡ଼. ଭବାନୀ ଶଙ୍କର ନିଆଲ ଯୋଗଦେଇଥିଲେ।ଏହି ଅବସରରେ ଡ଼. ନିଆଲ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କହିଥିଲେ ଯେ, ଖେଳ ମଣିଷକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖେ। କଳାହାଣ୍ଡି ଜିଲ୍ଲାରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ବଢୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଚାମ୍ପିଅନସିପ୍‌ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ କଳାହାଣ୍ଡି ବେଡ଼ମିଣ୍ଟନ ର ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦି ଇନିସି୍ଏଟିଭ ତରଫରୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା।ଏହି ଅବସରରେ ଶ୍ରୀ ସନ୍ତୋଷ ଜୋଶୀ (ଆର.ସି.ସି.ଏଫ୍) ଲୋକନାଥ ଦାସ (ଏସ୍.ଇ. ଟାଟା), ଡକ୍ଟର ଅଜୟ ମିଶ୍ର, ସଭାପତି ଦୀପକ କୁମାର ସାଗର, ସମ୍ପାଦକ ହେମନ୍ତ ମିଶ୍ର ଏବଂ ପୂର୍ବତନ ସଭାପତି ପ୍ରଦୀପ କୁମାର ଦାସ ,ଏବଂ ଉପସଭାପତି ମାନସ ପ୍ରଧାନ  ଉପସ୍ଥିତ ଥିଲେ।

Related posts

ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ ଟି ଟୁଏଣ୍ଟି କ୍ରିକେଟ୍ ଟୁନାମେଣ୍ଟ ଉଦ୍ଘାଟିତ 

masiha

ହାଇଦରାବାଦ ମାରଥାନରେ ଚିତ ରଂଜନ ପାତ୍ରଙ୍କ ବାଜିମାତ 

Sunil Chandra Nayak

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!