ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

ଜୁନାଗଡ଼, ୨୬/୮(ମନୀସ:) ଜୁନାଗଡ଼ NAC ଅଞ୍ଚଳରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ଏକପ୍ରକାର ବିଫଳ ହୋଇପଡ଼ିଥିବା ଅଭିଯୋଗ ହେଉଛି। ବର୍ଷା ଦିନେ ବିଭିନ୍ନ ସ୍ଥାନରେ ଡ୍ରେନରେ ଅଳିଆ ଆବର୍ଜନା ଜମି ରହିଥିବାରୁ ନାଳ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ନର୍ଦ୍ଦମା ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହେଉଛି।

ବିଶେଷକରି ଜୁନାଗଡ଼ ପି.ଆଇ. କଲେଜ ସମ୍ମୁଖ, ଲଙ୍କେଶ୍ୱରୀ ମନ୍ଦିର ଛକ ନିକଟସ୍ଥ କାଠ କର୍ପୋରେସନ ଅଞ୍ଚଳରେ ଡ୍ରେନର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଡ୍ରେନରେ ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ୍, ପ୍ଲେଟ୍ ଓ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ଜମି ରହିଥିବାରୁ ବର୍ଷା ପାଣି ସହ ନର୍ଦ୍ଦମା ପାଣି ରାସ୍ତା ଏପାଖ ସେପାଖକୁ ବୋହିଯାଉଛି।

ନର୍ଦ୍ଦମା ପାଣି ଜମି ରହିବା ଯୋଗୁଁ ଅଞ୍ଚଳରେ ପୁତିଗନ୍ଧମୟ ତଥା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ଦ୍ୱାରା ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ରାସ୍ତା କଡ଼ରେ ଏଭଳି ଅଳିଆ ଆବର୍ଜନା ଜମି ରହିବା ଯୋଗୁଁ ସହରର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଏ ସମ୍ପର୍କରେ ଜୁନାଗଡ଼ NACର ସାନିଟେସନ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଫୋନ ଯୋଗେ ଅବଗତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ ଉଠାଯାଇନଥିବା ଅଭିଯୋଗ ହୋଇଛି।

ସହରର ପ୍ରମୁଖ ରାସ୍ତା କଡ଼ରେ ଏଭଳି ଅବ୍ୟବସ୍ଥା ଦେଖାଦେବା ସତ୍ତ୍ୱେ NAC ପକ୍ଷରୁ ନିୟମିତ ଡ୍ରେନ ସଫେଇ କରାଯାଉନଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଡ୍ରେନ ସଫେଇ କରି ଅଳିଆ ଆବର୍ଜନା ହଟାଇବା ସହ ନିୟମିତ ସାନିଟେସନ୍ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଜୁନାଗଡ଼ NAC କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

masiha

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!