ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବୈଧ ଲୁହାପଥର ଚାଲାଣ ଉପରେ ପୋଲିସର ଚଢ଼ାଉ: ୩ ଗିରଫ ୪୨ ଟନ୍‌ ଲୁହାପଥର ସହ ଟ୍ରକ, ଜେସିବି, ସ୍କର୍ପିଓ, ମୋବାଇଲ ଓ ୩ ଲକ୍ଷ ଟଙ୍କା ଜବତ

ଅବୈଧ ଲୁହାପଥର ଚାଲାଣ ଉପରେ ପୋଲିସର ଚଢ଼ାଉ: ୩ ଗିରଫ

୪୨ ଟନ୍‌ ଲୁହାପଥର ସହ ଟ୍ରକ, ଜେସିବି, ସ୍କର୍ପିଓ, ମୋବାଇଲ ଓ ୩ ଲକ୍ଷ ଟଙ୍କା ଜବତ

ଭଦ୍ରାସାହି: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ଅଞ୍ଚଳରେ କଥିତ ଅବୈଧ ଲୁହାପଥର ଚାଲାଣ ଉପରେ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ବେଳେ ପୋଲିସ ୪୨ ଟନ୍‌ ଲୁହାପଥର ସହ ଏକ ଟ୍ରକ, ନମ୍ବର ପ୍ଲେଟ୍‌ ନଥିବା ଜେସିବି, ଏକ ସ୍କର୍ପିଓ, ୩ଟି ମୋବାଇଲ ଫୋନ, ୱାକି-ଟକି ଏବଂ ୩ ଲକ୍ଷ ଟଙ୍କା ନଗଦ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ଚନ୍ଦ୍ର ସୁରେଶ (୩୮), ସୁନ୍ଦରଗଡ଼ ଅଞ୍ଚଳର ବିଭୁଦେନ୍ଦ୍ର ମହାପାତ୍ର (୩୭) ଏବଂ କେନ୍ଦୁଝର ଜିଲ୍ଲା ବାରିଆ ଅଞ୍ଚଳର ରାହୁଲ କୁମାର ସେଠୀ (୨୪)।

ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନୟାଗଡ଼ ରେଳ ସାଇଡିଂ ଅଞ୍ଚଳରେ ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ନେଇ ବାମେବାରୀ ଥାନାକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରି ୩ ଜଣଙ୍କୁ କାବୁ କରିଥିଲା।ଚଢ଼ାଉ ସମୟରେ ଏପି-୩୯ଡବ୍ଲ୍ୟୁଆର୍-୩୧୨୮ ନମ୍ବର ଟ୍ରକରୁ ପ୍ରାୟ ୪୨ ଟନ୍‌ ଲୁହାପଥର ଜବତ ହୋଇଥିଲା। ଏଥିସହ ନମ୍ବର ପ୍ଲେଟ୍‌ ନଥିବା ଏକ ଜେସିବି ମେସିନ, ଓଡ଼ି-୧୪-ଏଜେ-୨୨୭୫ ନମ୍ବର ସ୍କର୍ପିଓ, ୩ଟି ମୋବାଇଲ ଫୋନ, ଗୋଟିଏ ୱାକି-ଟକି ଏବଂ ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ଲୁହାପଥରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବାମେବାରୀ ଥାନାରେ କେସ୍‌ ନମ୍ବର ୨୦୦/୨୬ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବିଏନ୍‌ଏସ୍‌ ଏବଂ ଏମ୍‌ଏମ୍‌ଡିଆର୍‌ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅବୈଧ ଖଣିଜ ଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଜବତ ଲୁହାପଥର କେଉଁଠାରୁ ଆସିଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ବାମେବାରୀ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଏନେଇ ସୂଚନା ଦେଇଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଖୁଲମଖୁଲା ବେଆଇନ ଗଛକଟା ;ଅସାଧୁ ବନ କର୍ମଚାରୀ , ଜନପ୍ରତିନିଧି ଏବଂ ଜଙ୍ଗଲ ମାଫିଆଙ୍କ ମିଲି ଭଗତରେ ଚାଲିଛି ଜଙ୍ଗଲ ସାଫ୍

masiha

92 କଇଁଚ ଉଦ୍ଧାର ,ଦୁଇ ଗିରଫ ,ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ଡିପିଓ

Sunil Chandra Nayak

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

masiha

Leave a Comment

error: Content is protected !!