ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାକାନୀରେ ସଂଖ୍ଯାଲଘୁ ସଂପ୍ରଦାୟ ତରଫରୁ ମହମ୍ମଦ ଜୟନ୍ତୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

ଲୁହାକାନୀରେ ସଂଖ୍ଯାଲଘୁ ସଂପ୍ରଦାୟ ତରଫରୁ ମହମ୍ମଦ ଜୟନ୍ତୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

ରାଇରଙ୍ଗପୁର – (ଅକ୍ଷୟ ବିଶ୍ବାଳ) ପବିତ୍ର ରବି-ଉଲ୍-ଅୱାଲ ମାସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀଠାରେ ବୁଧବାର ପବିତ୍ର ଇଦ୍ ମିଲାଦ-ଉନ୍-ନବୀ ଅତ୍ୟନ୍ତ ଭକ୍ତିଭାବ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ ବିଶୋଇ ଥାନା ପୋଲିସ ଅଧିକାରିଣୀ ସୁବର୍ଣ୍ଣ ବେହେରାଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ଲୁହାକାନୀ ମୁସଲିମ କମିଟିର ସଭାପତି ଆନୁୱାର ହୁସେନ ଓ ସମ୍ପାଦକ ଆଜିଜୁଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କମିଟିର ସମସ୍ତ କର୍ମକର୍ତ୍ତା ତଥା ସ୍ଥାନୀୟ ମୁସଲିମ ସମାଜର ଆବାଳବୃଦ୍ଧବନିତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଇମାମ ମହମ୍ମଦ ଆହ୍ମଦ ହାଫିଜ୍ ଯୋଗଦେଇ ପୈଗମ୍ବର ହଜରତ ମୁହମ୍ମଦ (ସ.ଅ.ୱ.)ଙ୍କ ପବିତ୍ର ଜୀବନାଦର୍ଶ, ତ୍ୟାଗ ଓ ମାନବିକ ଶିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଇଦ୍ ମିଲାଦ-ଉନ୍-ନବୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ବିଶ୍ୱକୁ ଶାନ୍ତି, ସହନଶୀଳତା, କ୍ଷମା, ଦୟା ଓ ପାରସ୍ପରିକ ଭାଇଚାରାର ମହାନ ବାର୍ତ୍ତା ପ୍ରଦାନ କରେ। ପୈଗମ୍ବରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅସହାୟଙ୍କୁ ସାହାଯ୍ୟ କରିବା ଓ ସତ୍ୟ ମାର୍ଗରେ ଚାଲିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଦେଶ ତଥା ସମାଜର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ସାମୂହିକ ‘ଦୋଆ’ (ପ୍ରାର୍ଥନା) କରାଯାଇଥିଲା। ପରେ ସମସ୍ତ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ତବରରୁକ୍ (ସିରନି/ଭୋଗ) ବଣ୍ଟନ କରାଯାଇଥିଲା।

Related posts

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

masiha

ବନ୍ଧୁଗାଁରେ ମାଣ୍ଡିଆ ମଣ୍ଡିର ଉଦଘାଟନ 

masiha

Leave a Comment

error: Content is protected !!