ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭିପି ତରଫରୁ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ; ସରକାରୀ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲା ଏବିଭିପି ର ଛାତ୍ରଛାତ୍ରୀ

ଏବିଭିପି ତରଫରୁ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ; ସରକାରୀ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲା ଏବିଭିପି ର ଛାତ୍ରଛାତ୍ରୀ

ରାଇରଙ୍ଗପୁର: ( ଅକ୍ଷୟ ବିଶ୍ବାଳ)୨୭/୦୮ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ଭଲପାଇବା, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ,ରାଇରଙ୍ଗପୁର ଶାଖା ତରଫରୁ ଆଜି ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ସୁରକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ ଓ ଜନସେବାରେ ନିରନ୍ତର ନିୟୋଜିତ ଥିବା ସରକାରୀ କର୍ମଚାରୀ ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ ।ତେଣୁ ସେମାନଙ୍କ ତ୍ୟାଗ,ପ୍ରେମ,ଭଲପାଇବାକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏଵିଭିପିର ସଦସ୍ୟ ମାନେ କହିଥିଲେ ‌ ।ଏବିଭିପି ସଦସ୍ୟ ରାଇରଙ୍ଗପୁର ଟାଉନଥାନାର ଥାନାଧିକାରୀ ଓ ପୋଲିସ କର୍ମଚାରୀ,ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର,ଡାକ୍ତରାଣୀ,ନର୍ସ,କର୍ମଚାରୀ,ସଫେଇ କର୍ମଚାରୀ,ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ହାତରେ ରାକ୍ଷୀ ପିନ୍ଧାଇ ସମ୍ମାନିତ କରିବା ସହ ସୁସମ୍ପର୍କର ସେତୁ ବାନ୍ଧିଥିଲେ ।ଏଵିଭିପିର ଏଭଳି ସାମାଜିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସାର କରାଯାଇଥିଲା ।

Related posts

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଧର୍ମଗଡ ବ୍ଲକ ର ୧୦ ଜଣ ଶତାୟୁ ବରିଷ୍ଠ ମତଦାତା ସମର୍ଦ୍ଧିତ

masiha

ମାଁ ଙ୍କ ନାମରେ ୧୪୦୦୦ ବୃକ୍ଷରୋପଣ, ସ୍ବଚ୍ଛତା ପଦଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!