ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

ନବରଙ୍ଗପୁର:(୨୯|୮)(ରବି ନାରାୟଣ ମହାନ୍ତି)ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍” ପକ୍ଷରୁ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ବହୁ ସଂଖ୍ୟକ ଛାତ୍ରୀ, ଶକ୍ତିଶ୍ରୀ ସେଲ୍‌ର ସଂଯୋଜିକା, ସାଥୀ ଓ ଶ୍ରେଣୀ ପ୍ରତିନିଧିମାନେ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଅଦାଲତର ବରିଷ୍ଠ ଆଇନଜୀବୀ ଶ୍ରୀ ସମରେଶ ଗନ୍ତାୟତ ଯୋଗଦେଇ ବିଭିନ୍ନ ଆଇନ, ଭାରତୀୟ ନ୍ୟାୟ ସଂହିତା ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀମାନଙ୍କୁ ସରଳ ଓ ସୁନ୍ଦର ଭାବେ ବୁଝାଇଥିଲେ। ବିଶେଷକରି ଧାରା ୬୩ରୁ ୯୯ ମଧ୍ୟରେ ଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ଓ ଏହାର ପ୍ରୟୋଗ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ବରିଷ୍ଠ ଆଇନଜୀବୀ ଶ୍ରୀ ଦେବୀପ୍ରସାଦ ସିଂ ଯୋଗଦେଇ ପୋକ୍ସୋ (POCSO) ଆଇନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଆଜିର ଯୁବ ସମାଜରେ ଏହି ଆଇନର ଗୁରୁତ୍ୱ, ଉଦ୍ଦେଶ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ସେ ନିଜର ମୂଲ୍ୟବାନ ମତ ଉପସ୍ଥାପନ କରିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ଆଣ୍ଟି-ରାଗିଙ୍ଗ ସେଲ୍‌ର ଦାୟିତ୍ୱରେ ଥିବା ଅଧିକାରୀ ଡ଼ଃ ସଂଯୁକ୍ତା ପଣ୍ଡା ଯୋଗଦେଇଥିଲେ। ସେ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ରାଗିଙ୍ଗର କୌଣସି ଘଟଣା ଘଟିନଥିବା ବିଷୟରେ ଅବଗତ କରାଇବା ସହ ରାଗିଙ୍ଗର କୁପରିଣାମ, ଏହା ବିରୋଧରେ ରହିଥିବା ଆଇନଗତ ବ୍ୟବସ୍ଥା ଓ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ସଚେତନ କରିଥିଲେ। ଏହା ସହିତ ସେ ଉପସ୍ଥିତ ଛାତ୍ରୀ ଓ କର୍ମଚାରୀମାନଙ୍କୁ ରାଗିଙ୍ଗ ବିରୋଧୀ ଶପଥ ପାଠ କରାଇଥିଲେ।ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ନିଜ ସଭାପତିତ୍ୱ ଅଭିଭାଷଣରେ କହିଥିଲେ ଯେ, ଆଇନ ସମ୍ପର୍କରେ ସଚେତନତା ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ନିଜର ଅଧିକାର ଜାଣିବା ସହିତ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସଚେତନ ହେବା ଦରକାର। ଏକ ଶୈକ୍ଷିକ ଅନୁଷ୍ଠାନ କେବଳ ଜ୍ଞାନ ପ୍ରଦାନର କେନ୍ଦ୍ର ନୁହେଁ, ବରଂ ଛାତ୍ରୀମାନଙ୍କୁ ଦାୟିତ୍ୱବାନ, ସଚେତନ ଓ ସଶକ୍ତ ନାଗରିକ ଭାବେ ଗଢ଼ିତୋଳିବାର ଏକ ପ୍ରମୁଖ ମଞ୍ଚ। ଆଇନ ସଚେତନତା, ନାରୀ ସୁରକ୍ଷା, ପୋକ୍ସୋ ଆଇନ ଓ ରାଗିଙ୍ଗ ନିରୋଧ ଭଳି ବିଷୟରେ ଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସୁରକ୍ଷିତ, ଶୃଙ୍ଖଳିତ ଓ ସମ୍ମାନଜନକ ଶୈକ୍ଷିକ ପରିବେଶ ହିଁ ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ।ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସଂଯୋଜିକା ଶ୍ରୀମତୀ ସୁନୀତା ପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିବରଣୀ ଉପସ୍ଥାପନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ଭାବେ ପରିଚାଳନା କରିଥିଲେ।

କର୍ମଶାଳା ଅବସରରେ ଛାତ୍ରୀମାନଙ୍କୁ ଆଇନ ଅନୁଯାୟୀ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେ ସମ୍ପର୍କିତ ସଚେତନତାମୂଳକ ପତ୍ରିକା ବଣ୍ଟନ କରାଯାଇଥିଲା।ଏହି କର୍ମଶାଳା ଛାତ୍ରୀମାନଙ୍କୁ ନିଜର ଅଧିକାର, ଆଇନଗତ ସୁରକ୍ଷା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ସହ ଏକ ସୁରକ୍ଷିତ, ସମ୍ମାନଜନକ ଓ ଆଇନସଚେତନ ଶୈକ୍ଷିକ ପରିବେଶ ଗଠନ ଦିଗରେ ଏକ ସାର୍ଥକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

Sunil Chandra Nayak

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!