ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଜଗନ୍ନାଥ ଗିରିଙ୍କ ଅକାଳ ବିୟୋଗ — ଶୋକସନ୍ତପ୍ତ ପରିବାରକୁ କଂଗ୍ରେସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ସଡ଼କ ଦୁର୍ଘଟଣାରେ ଜଗନ୍ନାଥ ଗିରିଙ୍କ ଅକାଳ ବିୟୋଗ — ଶୋକସନ୍ତପ୍ତ ପରିବାରକୁ କଂଗ୍ରେସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଜଳେଶ୍ଵର,୨୯/୮(ମନିସ)-ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଶିଖରପୁର ପଞ୍ଚାୟତ ଅଧୀନ ବଜାରଶୋଳ ଗ୍ରାମର ଯୁବକ ଜଗନ୍ନାଥ ଗିରିଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଖବର ସମସ୍ତଙ୍କୁ ଅତ୍ୟନ୍ତ ଦୁଃଖଦ ଓ ମର୍ମାହତ କରିଛି। 

ଏହି ଦୁଃଖଦ ସମ୍ବାଦ ପାଇବା ପରେ ବାଲେଶ୍ୱର ସାଂସଦ କ୍ଷେତ୍ରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସହାୟତାରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ାଙ୍କ ନେତୃତ୍ୱରେ ଗିରିଜା ଶଙ୍କର ଦାସ,ରାମ ଚନ୍ଦ୍ର ଜେନା, ବିରେନ୍ଦ୍ର ମୁଖି, ଗଣେଶ ଚନ୍ଦ୍ର ସିଂ, ଅଭିରାମ ଗିରି,ଅଜୟ ଜେନା, ଭବଶଙ୍କର ପ୍ରଧାନ , ଶ୍ରୀକାନ୍ତ ସିଂ, ଦୀପକ ପାତ୍ର, ରବୀନ୍ଦ୍ର ଜେନା ପ୍ରମୁଖ ଏକ ପ୍ରତିନିଧି ଦଳ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦିବଙ୍ଗତ ଜଗନ୍ନାଥ ଗିରିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ବିପଦ ସମୟରେ କଂଗ୍ରେସ ପରିବାର ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି। ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

masiha

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

Leave a Comment

error: Content is protected !!