ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବଂଗତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ ସଭା 

ଦିବଂଗତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ ସଭା 

ଜଳେଶ୍ଵର,୨୯/୮(ମନିସ ) ଜଳେଶ୍ଵର ପୌର ପରିଷଦ ଅନ୍ତର୍ଗତ ଦିଗମ୍ବରୀ ଦେବୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପୂର୍ବତନ ଅଧକ୍ଷ ତଥା ଦୀନକୃଷ୍ଣ ମହାବିଦ୍ୟାଳୟର ଦିବଂଗତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ଚାରଣ ସଭା ଗତକାଲି ସନ୍ଧ୍ୟାରେ ଅନଷ୍ଠିତ ହୋଇଯାଇଛି। ସ୍ମୃତି ଚାରଣ ସଭାରେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାନ୍ତି ପୌରହିତ୍ୟ କରିଥିଲେ। ସ୍ୱର୍ଗତ ଦାସ ଜଣେ ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ, ଜଣେ ଶିକ୍ଷାବିତ୍,ସମର୍ପିତ ଆଧ୍ୟାତ୍ମିକ ଚେତନାର ମଣିଷ, ପରୋପକାରୀ,ପ୍ରବୀଣ ଅର୍ଥନୀତି ବିଶାରଦ,ପ୍ରଗଳ୍ଭ ପ୍ରବକ୍ତା, ଅହଂକାର ଶୂନ୍ୟ ମଣିଷ ତଥା ବିଚକ୍ଷଣ ବିଚାର ଧାରା ସମ୍ପନ୍ନ ତଥା ଅମଳିନ ପ୍ରତିଭା ବୋଲି ବକ୍ତାମାନେ ମତପ୍ରକାଶ କହିଥିଲେ।ପ୍ରଫେସର ଦାସଙ୍କ ସୁପୁତ୍ର ସୁଦୂର ଆମେରିକାରେ ଚାକିରୀ କରୁଥିବା ଇଂଜିନିୟର ରାମକୃଷ୍ଣ ଦାସ ବାପାଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରି ଦୀନକୃଷ୍ଣ କଲେଜରେ ଏକ ତୈଳ ଚିତ୍ର ଲଗାଯିବା ପାଇଁ ଅଧ୍ୟକ୍ଷଙ୍କୁ ଆବେଦନ କରିବେ ବୋଲି ଆଭାସୀ ମାଧ୍ୟମରେ ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଟପ୍ପର  ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପ୍ରତ୍ୟେକ ବର୍ଷ ଜଳେଶ୍ଵର ବ୍ଲକର ଦୁଇ ଜଣ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯିବା ସମ୍ପର୍କରେ ସେ ପ୍ରସ୍ତାବ ରଖିଥିଲେ। ପ୍ରାଧ୍ୟାପକ ଦାସଙ୍କ ପୁତ୍ର ବଧୂ ଡାକ୍ତର ଅଭିଶ୍ଵେତା ମହାନ୍ତି ସ୍ବର୍ଗତ ଦାସ ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ବୋଲି ଆଭାସୀ ଜରିଆରେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ତଥା ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ବାଳ, ମୁଖ୍ୟବକ୍ତା ପ୍ରାକ୍ତନ ବି ଆର ସି ସି ଶିକ୍ଷାବିତ୍ କପିଳେଶ୍ବର ମହାନ୍ତି, ବରେଣ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସିଇଓ ଶରତ ଚନ୍ଦ୍ର ପରିଡା,କବି ସୁଶୀଲ ମାହାନା,କବି ରଂଜନ କୁମାର ଘୋଷ,କବି ଝାଡେଶ୍ବର ବ୍ରହ୍ନ,କବୟତ୍ରୀ ସ୍ବର୍ଣ୍ଣ ଲତା ସେଠୀ,କବୟତ୍ରୀ କମଳ କାମିନୀ ଦେ ,ଅଧ୍ୟକ୍ଷ ପ୍ରକାଶ କୁମାର ଦିନ୍ଦା ପ୍ରମୁଖ ସ୍ୱରଚିତ କବିତା ମାଧ୍ୟମରେ ସ୍ମୃତିଚାରଣ କରିଥିଲେ।ଶେଷରେ ଦିଗମ୍ବରୀଦେବୀ ଶିକ୍ଷାନୁଷ୍ଠାନ ସମୂହର ସଂପାଦିକା ମଧୁଛନ୍ଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ

Sunil Chandra Nayak

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

ପଵନ କ୍ରିକେଟ ଟୁର୍ନାମେଣ୍ଟରେ ରାଜୁଗୁଡା ଦଳ ହେଲେ ଚମ୍ଫିଆନ 

masiha

Leave a Comment

error: Content is protected !!