ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମଦ୍ ଭାଗବତ ଗୀତାରେ ଜୀବନ ଦର୍ଶନ ଆଲୋଚନାଚକ୍ର 

ଶ୍ରୀମଦ୍ ଭାଗବତ ଗୀତାରେ ଜୀବନ ଦର୍ଶନ ଆଲୋଚନାଚକ୍ର 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଶ୍ରୀମଦ୍ ଭଗବତ ଗୀତାରେ ଜୀବନ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂ ଅଭୟ କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଗୀତା ହେଉଛି ଜୀବନ ଦର୍ଶନ। ମଣିଷ ଯେପରି ପୋଷାକ ପରିବର୍ତ୍ତନ କରେ ସେହିପରି ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ସ୍ଥାନ ନିଏ। ମଣିଷ ଜୀବନ ଶ୍ରେଷ୍ଠ ଜୀବନ। ସୁଖ ଦୁଃଖକୁ ସମାନ ଭାବେ ଗ୍ରହଣ କରିବା ଦରକାର। ଜ୍ଞାନ ଉଦୟ ହେଲେ ସୁଖଦୁଃଖ ବୁଝିହୁଏ। ଗୀତା ର ତତ୍ବ ବୁଝିପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ ଓ ବିକ୍ରମ ଆଚାର୍ଯ୍ୟ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ କବି ଗୈ।ତମ ଦାସ ଓ ଏସ ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଗୀତାଞ୍ଜଳି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପାଠାଗାରର ଏକ ନୂତନ ମଣ୍ଡପ ସଭାପତି ଓ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ସେହିପରି ନିକଟରେ ଦୁଇ ସାରସ୍ବତ ସାଧକ ଗିରି ଦଣ୍ଡସେନା ଓ କବିବର ପରିଡା ଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଜୟ ପ୍ରଧାନ,କମଳ ଆଚାର୍ଯ୍ୟ, ସୁବାସ ମହାପାତ୍ର, ବିଦ୍ୟୁତପ୍ରଭା ସାବତ, କିଶୋରୀ ମୋହନ କର,ବିଭୁଦତ୍ତ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଜୟିନୀ ଜେନା, ସୁଭାଷିନୀ ସାହୁ, ନିରୁପମା ଚାନ୍ଦ,ଡ ଶକ୍ତି ପ୍ରସାଦ ସାମନ୍ତରାୟ,ଶରତ ରାଉତ, ସୁପ୍ରିୟା ଜେନା, ଭୁବନେଶ୍ୱରୀ ମହାପାତ୍ର, ପ୍ରତ୍ୟୁଷା ନାୟକ, ରବିନ୍ଦ୍ର ଠାକୁର, ବିଜୟ ସ୍ବାଇଁ, ଶ୍ରୀକାନ୍ତ ପାଣିଗ୍ରାହୀ, ମହାଦେବ ମାଝୀ,ଶରତ ମହାନ୍ତି, ପ୍ରିୟଙ୍କା ନାୟକ,ସ୍ନେହପ୍ରିୟ ବଳ,ସୃତି ପତି,ସୁଧା ପତି, ମନୋରଞ୍ଜନ ମଣ୍ଡଳ, ଅରୁଣିମା ବାରିକ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ବାଇଁ , ଜ୍ଞାନରଞ୍ଜନ ମିଶ୍ର,ଆଲୋକ ବୋଷ, ସଂଗ୍ରାମପ୍ରିୟ ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

masiha

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

Sunil Chandra Nayak

ତରବୋଡ଼ ବଜାରରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ; ୬୬ ହଜାର ଟଙ୍କା ଜରିମାନା, ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅବୈଧ ମଦ ଓ ୫୨ କିଲୋ ନିଷିଦ୍ଧ ପ୍ଲାଷ୍ଟିକ୍‌ ଜବତ

Sunil Chandra Nayak

Leave a Comment

error: Content is protected !!