ଭରତ ବାଇଙ୍କ ତରଫରୁ ଅସହାୟ ଙ୍କ ପାଇଁ ଗୃହନିର୍ମାଣ
ରାଉରକେଲା: ଛେଣ୍ଡ ନିକଟ ବାଗବୁଡି ଗ୍ରାମ ଠାରେ ସମାଜସେବୀ ଭରତ ବାଇ ଙ୍କ ଦ୍ଵାରା ଅତ୍ୟନ୍ତ ଗରିବ ନିରାଶ୍ରୟ ଲୋକଙ୍କୁ ଦେଉଥିବା ଘର ର ୪୯ ଓ ୫୦ ତମ ଗୃହ ର ଗୃହ ପ୍ରବେଶ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଏକ ସଭା ମୁଣ୍ଡାରୀ ସାଂସ୍କୃତିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ଡାକ୍ତର ଜ୍ଞାନ ରଞ୍ଜନ ଗିରି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ମହେନ୍ଦ୍ର ବଳ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସହରର ଜଣାଶୁଣା ସମାଜସେବୀ ଜୟନ୍ତ କୁମାର ମିଶ୍ର,ମହେନ୍ଦ୍ର ମହାନ୍ତି,ସେବା ନିବୃତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ,ବିଜୟ ବରାଳ,ସେବା ନିବୃତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବି ନାରାୟଣ ଦାଶ,ମୁଣ୍ଡାରୀ ସମାଜ ର ନେତୃତ୍ୱ ନେଉଥିବା ଭରତ ମୁଣ୍ଡାରୀ, ସେବା ନିବୃତ ବ୍ୟାଙ୍କ୍ ଅଧିକାରୀ ରାଜେଶ ମହାପାତ୍ର,କୃଷକ ନେତା ସୁରେନ୍ଦ୍ର ଦାସ,ଅବସରପ୍ରାପ୍ତ ଆରଏସପି କର୍ମଚାରୀ ସଂଘ ସଭାପତି ରାଧାକାନ୍ତ ନାୟକ , ଲେଖକ ପୂର୍ଣ୍ଣଚନ୍ଦ୍ର ବେହେରା,ବର୍ଷୀୟାନ ନେତା ତଥା ସମାଜସେବୀ ପି ପି ରାୟ , ଶୈଳେନ୍ଦ୍ର ମହାନ୍ତି , ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ସହିତ ଅନେକ ଜଣାଶୁଣା ସାମାଜିକ କର୍ମୀ ଯୋଗଦେଇଥିଲେ । ନିଜ ନିଜ ବକ୍ତବ୍ୟରେ ସମସ୍ତେ ଏଭଳି ମହତ କାର୍ଯ୍ୟ ପାଇଁ ସମାଜସେବୀ ଭରତ ବାଇ ଙ୍କର ବହୁତ ପ୍ରଶଂସା କରିଥିଲେ।ସବୁଠୁଁ ବଡ କଥା ହେଲା ଭରତ ବାଇ ନିଜେ ଭଡ଼ା ଘରେ ରୁହନ୍ତି,ସାଇକେଲ ରେ ଦୈନଦିନ କାମ କରନ୍ତି, ରୋଜଗାର ଅର୍ଥ ରୁ ଅଳ୍ପ କିଛି ଅର୍ଥ ପରିବାର ର ଖାଇବା ଓ ଘରଭଡ଼ା ପାଇଁ ଦେଇ ବାକି ଅର୍ଥ ଅତ୍ୟନ୍ତ ଗରିବ ନିରାଶ୍ରୟ ଲୋକଙ୍କୁ ଘର ନିର୍ମାଣ କରି ଦେବାରେ ଖର୍ଚ୍ଚ କରନ୍ତି । ପୂର୍ବରୁ ସଞ୍ଚୟ କରିଥିବା ଅର୍ଥକୁ ସିଏ ଏହି ୫୦ ଟି ଘର ନିର୍ମାଣ ଲାଗି ଖର୍ଚ୍ଚ କରି ସାରିଛନ୍ତି ।ଆଉ ଗୋଟେ ଗୁରୁତ୍ଵ ପୂର୍ଣ୍ଣ ବିଷୟ ହେଲା ସେ ଏଥିପାଇଁ କୌଣସି ଏନ୍ ଜି ଓ କିମ୍ବା କୌଣସି ସରକାରୀ କିମ୍ବା କୌଣସି ବ୍ୟକ୍ତି ବିଶେଷ ଙ୍କ ଠାରୁ ଆର୍ଥିକ ଅନୁଦାନ ନନେଇ କେବଳ ନିଜ ରୋଜଗାର ଅର୍ଥ ରେ କରିଛନ୍ତି ।ଭରତ ବାଇ ଙ୍କ ଘର ନିର୍ମାଣ କାମରେ ଠିଆ ହେଇ ଶ୍ରମିକ ମାନଙ୍କୁ ନେଇ କାମ କରିବାରେ ସାହାଯ୍ୟ କରିଥିବା ମୋହନ ମୁଣ୍ଡାରୀ ,ପ୍ରବୀର ସେଠି, ମହେଶ୍ୱର ସିଂହ ଓ ବିଜୟ ମଲ୍ଲିକଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା । ପାଖାପାଖି ଅଞ୍ଚଳର ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା । ୪୯ ତମ ଘର କାଞ୍ଚନ ସମାସିଙ୍କୁ ଦିଆଗଲା ଯିଏକି ଠିକ୍ ରେ ଚାଲି ପାରୁନାହାନ୍ତି ,ଭଙ୍ଗା ଘରେ ବହୁତ କଷ୍ଟରେ ରହୁଥିଲେ,ରୋଜଗାର ବି ନାହିଁ । ସେହିପରି ୫୦ ତମ ଘର ଦୃଷ୍ଟି ହୀନ ଶ୍ରୀମତୀ ବିରଜୀ ମୁଣ୍ଡାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଉଦ୍ଘୋଷିକା ଝିଲିମା ମହାନ୍ତି ପରିଚାଳନା କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

