ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମ୍ବାଦଳାର ଜରାଜିର୍ଣ୍ଣ ରାଜସ୍ୱ ବଙ୍ଗଳାର ନଵିକରଣ କେବେ?

ଅମ୍ବାଦଳାର ଜରାଜିର୍ଣ୍ଣ ରାଜସ୍ୱ ବଙ୍ଗଳାର ନଵିକରଣ କେବେ?

ମୁନିଗୁଡା, ୩୧/୦୮ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଠାରେ ସାଜସଜାରେ ପରିପୂର୍ଣ୍ଣ ରାଜୁଡା ସମୟର ପୁରାତନ ରାଜସ୍ଵ ବଙ୍ଗଳା ଏଵେ ଜରାଜିର୍ଣ୍ଣ ଅବସ୍ଥା ହେ।ଇ ସରିସୣପଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଯାହାକି ସମ୍ପୂର୍ଣ୍ଣ ଭାଵେ ଵଙ୍ଗଳାର ରୂପ ରଙ୍ଗ ଵେହାଲ ହେ।ଇପଡିଛି।ଦିନଥିଲା ଏହି ବଙ୍ଗଳାରେ ରାଜା ରାଜୁଡାଙ୍କର ବିଶ୍ରାମ ସ୍ଥଳୀ ପାଲଟି ଥିଲା, ପର ଵର୍ତ୍ତିସମୟରେ, ଅଭିଭକ୍ତ ଵିଷମକଟକ ତହସିଲ ଅଧୀନରେ ରାଜସ୍ଵ ଵିଭାଗକୁ,କୁଟ୍ରାଗଡ, ବିଷମକଟକ ଓ ଅମ୍ବାଦଳା, ଜଗଦଲପୁରୁ ଏଵଂ ତେଲେଙ୍ଗାପଦର ବଙ୍ଗଳାକୁ ହସ୍ତାନ୍ତର କରାଯାଇ ପରିଦର୍ଶନ ବଙ୍ଗଳାର ନାମିତ କରାଗଲା, ସେଵେ ଠାରୁ ମନ୍ତ୍ରୀ, ଜିଲ୍ଲାପାଳ ଓ ଵଡବଡିଆ ଅଧିକାରୀ ମାନେ ଏହି ସଵୁ ଵଙ୍ଗଳାରେ ବିଶ୍ରାମ ନେଵା ସହ ରାତ୍ରୀ ଯାପନ କରୁଥିଲେ, ଏଥିପାଇଁ ବଙ୍ଗଳାରେ ଜଣେ ଚୈ।କିଦାର ରହୁଥିଲା।ପୁରୁଣା ଵିଷମକଟକ ତହସିଲ ଅଧିନରେ ଏହି ଵଙ୍ଗଳା ଥିବା ଵେଳେ ପୂର୍ତ୍ତ ବିଭାଗ ଦ୍ଵାରା ମରାମତି ଓ ନବୀକରଣ କରାଯାଉଥିଲା। ଯାହାଫଳରେ ବିଭାଗର ଅନ୍ୟ ବଙ୍ଗଳା ଭଳି ଅମ୍ବାଦଳା ବଙ୍ଗଳାରେ ରାଜସ୍ବ ନିରୀକ୍ଷକଙ୍କମାନେ ରାଜସ୍ବ କାର୍ଯ୍ୟ କରିବା ସହ ତହସିଲଦାର ମାନେ ସେଠାରେ ଵିଭିନ୍ନ କ୍ୟାମ୍ପ କେର୍ଟ କରୁଥିଲେ। କ୍ରମଶ ଵଙ୍ଗଳାର ରକ୍ଷଣା ଵେକ୍ଷଣା ଅଭାବ ସାଙ୍ଗକୁ ଜଗୁଆଳି କେହି ନଥିବା ଯେ।ଗୁ ଵଙ୍ଗଳା ଧିରେ ଧିରେ ଜରାଜିର୍ଣ୍ଣ ଅବସ୍ଥା ହେ।ଇ ଗଲା। ଯାହାଦ୍ଵାରା ଅଧିକାରୀଙ୍କ ପରିଦର୍ଶନ ଓ କର୍ମଚାରୀଙ୍କ କାର୍ଯ୍ୟ କରିବା ସମ୍ଭଵ ହେଲା ନାହିଁ। ହେଲେ ନୂତନ ତହସିଲ ମୁନିଗୁଡା ଅଧିନରେ ଆମ୍ଵାଦଳା ଵଙ୍ଗଳା ଥିଲେ ମଧ୍ୟ ତାକୁ ରିପ୍ୟାରିଂ କରି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ପରିଲକ୍ଷିତ ହେ।ଇଛି । ତେଣୁ ଅମ୍ଵାଦଳା ଭଳି ଜନଗହଳୀ ତଥା ଵ୍ୟଵସାୟିକ କେନ୍ଦ୍ର ଥିବା ଵେଳେ ଆଗାମି ଦିନରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହେବାର ସମ୍ଭାବନା ରହୁଛି,। ତେଣୁ ନେତା, ମନ୍ତ୍ରୀ, ଉଚ୍ଚପଦସ୍ଥ ଅଧିକାରୀ ଏଵଂ ବଡବଡିଆଙ୍କ ବିଶ୍ରାମ ଓ ଜନଶୁଣାଣୀ ପାଇଁ ଆମ୍ବାଦଳା ରାଜସ୍ଵ ବଙ୍ଗଳାର ନଵୀକରଣ ଜରୁରୀ ଆବଶ୍ୟକ ଅଟେ । ଏଥିପାଇଁ ଜିଲ୍ଲାପାଳ ଗୁରୁତର ସହ ବିଚାରକୁ ନେଇ ଏହି ଵଙ୍ଗଳାକୁ କାର୍ଯ୍ୟକ୍ଷମ କରାଇବା ଵ୍ୟଵସ୍ଥା କରିବାକୁ ଅଞ୍ଚଳର ନାଗରିକମଞ୍ଚ, ଵ୍ୟଵସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର ନେତା ଏଵଂ ବୁଦ୍ଧିଜୀବୀ ମାନେ ଦାବୀକରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

masiha

ହୃଦ୍ ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

masiha

Leave a Comment

error: Content is protected !!