ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବ ଚାଷୀଙ୍କୁ ପ୍ରକୃତିର ପ୍ରହାର ବନ୍ୟା ଉଜାଡ଼ିଦେଲା ଚାଷୀଙ୍କ ସ୍ୱପ୍ନ, ହେକ୍ଟର ହେକ୍ଟର ଚାଷଜମି ଏବେ ବାଲିଚର, ଚିନ୍ତାରେ ଚାଷୀ

ଗରିବ ଚାଷୀଙ୍କୁ ପ୍ରକୃତିର ପ୍ରହାର

ବନ୍ୟା ଉଜାଡ଼ିଦେଲା ଚାଷୀଙ୍କ ସ୍ୱପ୍ନ, ହେକ୍ଟର ହେକ୍ଟର ଚାଷଜମି ଏବେ ବାଲିଚର, ଚିନ୍ତାରେ ଚାଷୀ

ଜୁନାଗଡ଼,୧/୯(ମନୀସ)_କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ବାଦଲଫଟା ବର୍ଷା ଚାଷୀଙ୍କ ପାଇଁ ଆଣିଦେଇଛି ଦୁର୍ଦ୍ଦିନ। ଲଗାଣ ବର୍ଷା ଯୋଗୁଁ ହାତୀନଦୀରେ ଦେଖାଦେଇଥିଲା ପ୍ରବଳ ବନ୍ୟା। ନଦୀର ବଢ଼ିପାଣି ମାଡ଼ି ଆସି ବ୍ୟାପକ ଚାଷଜମିକୁ ଜଳମଗ୍ନ କରିଦେଇଥିଲା। ଏବେ ପାଣି ଛାଡ଼ିଯିବା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତର ଯେଉଁ ଜମିରେ କିଛି ଦିନ ତଳେ ସବୁଜ ଫସଲ ଲହଡ଼ି ଖେଳୁଥିଲା, ଆଜି ସେଠାରେ ଦେଖିବାକୁ ମିଳୁଛି ଖାଲି ବାଲି ଆଉ ବାଲି। ବନ୍ୟାପାଣି ସହ ଭାସିଆସିଥିବା ବାଲି ହେକ୍ଟର ହେକ୍ଟର ଚାଷଜମିକୁ ଢାଙ୍କି ଦେଇଛି। ଅନେକ ଚାଷଜମି ଏବେ ଚାଷ ଉପଯୋଗୀ ନଥିବା ବାଲିଚରରେ ପରିଣତ ହୋଇଛି। ଚାଷ ପାଇଁ ଧାରକରଜ କରି ବିହନ, ସାର ଓ ଔଷଧ କିଣିଥିଲେ। ଫସଲ ଅମଳ ହେଲେ ଋଣ ସୁଝିବା ସହ ପରିବାର ଚଳାଇବାକୁ ଆଶା ରଖିଥିଲେ। ହେଲେ ଗୋଟିଏ ବନ୍ୟା ସବୁ ସ୍ୱପ୍ନକୁ ଧୋଇନେଇଛି।ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ଚାଷୀଙ୍କ ଆୟର ରାସ୍ତା ବନ୍ଦ ହୋଇଯାଇଛି। ଗୋଟିଏ ପଟେ ନଷ୍ଟ ହୋଇଥିବା ଫସଲ, ଅନ୍ୟପଟେ ମୁଣ୍ଡ ଉପରେ ଋଣର ବୋଝ। ଏଭଳି ସ୍ଥିତିରେ ସରକାରୀ ସହାୟତାକୁ ଆଶା କରି ବସିଛନ୍ତି ପ୍ରଭାବିତ ଚାଷୀ। କେବଳ ଚାଷ ନୁହେଁ, ଯିବା ଆସିବା ପାଇଁ ତିଆରି ହୋଇଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି।

ବନ୍ୟାରେ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ବନ୍ୟାରେ ନଷ୍ଟ ହୋଇଥିବା ଫସଲ ପାଇଁ ଉଚିତ କ୍ଷତିପୂରଣ ଦିଆଯାଉ। ବାଲିଚର ହୋଇଥିବା ଜମିର ପୁନରୁଦ୍ଧାର ପାଇଁ ମଧ୍ୟ ସରକାର ପଦକ୍ଷେପ ନିଅନ୍ତୁ। ନଚେତ ଏହି ବନ୍ୟାର ଆଘାତରୁ ଚାଷୀ ପରିବାରଗୁଡ଼ିକ ବାହାରିବା କଷ୍ଟକର ହୋଇପଡ଼ିବ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!