ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର – ୦୧/୦୯ ଵିଜାତଳା ବ୍ଳକର ଜଣାଶୁଣା ଖବର କାଗଜ ବିକ୍ରେତା ସୃଷ୍ଟିଧର ଗିରି(୬୫) ଗତକାଲି ଖବର କାଗଜ ବାଣ୍ଟିବାକୁ ଯାଉଥିବା ସମୟରେ ଆମଦାବେଡା – ନୁଆଗାଁ ପୋଲ ଉପରେ ପାରୋଉଥିବା ସମୟରେ ଉଛୁଳା ପାଣି ସୁଅରେ ଗତକାଲି ପୂର୍ବାହ୍ନ ୧୧ ଟା ପାଖାପାଖି ବେଳେ ଭାସି ଯାଇଥିଲେ ।ସ୍ଥାନୀୟ ଲୋକେ,ଅଗ୍ନିଶମ ବିଭାଗ ଏବଂ ପୋଲିସ ଖୋଜା ଖୋଜି କରି ନୟାନ୍ତ ହୋଇ ଯାଇଥିଲେ ।ପରିବାରବର୍ଗ ଓ ଗ୍ରାମବାସୀ ,ସାମ୍ବାଦିକମାନେ ଚିନ୍ତିତ ଥିଲେ ।ଆଜି ପୁଣି ଅଗ୍ନିଶମ ବିଭାଗ,ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି କରି ମଧ୍ୟାହ୍ନରେ ସେହି ନାଳ ପୋଲ ତଳେ ଥିବା ପଥର ଖଞ୍ଜି ଓ ବୁର୍ଲାରେ ସୃଷ୍ଟିଧର ଗିରିର‌ ମୃତଦେହ ଉଦ୍ଧାର କରିଥିଲେ ।ପରେ ଗୋରୁମହିଷାଣି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କଳାହାଣ୍ଡି ତୀରନ୍ଦାଜ ଙ୍କ କମାଲ 

Sunil Chandra Nayak

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

masiha

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!